ଏହି ୫ ଜିଲ୍ଲାରେ ଆଜି ତାଣ୍ଡବ ରଚିବ ତୁହାକୁ ତୁହା ବର୍ଷା: ସତର୍କ ରହିବାକୁ ଜାରି ହେଲା ଆଲର୍ଟ

ଅନ୍ୟ କିଛି ଜିଲ୍ଲାରେ ମଧ୍ୟ ଲଗାଣ ବର୍ଷାର ଭୟ ରହିଛି

 

ଓଡ଼ିଆ ଗସିପ୍ ବ୍ୟୁରୋ: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ଆଜି ମଧ୍ୟ କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଏବଂ ନୂଆପଡ଼ା ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏସବୁ ଜିଲ୍ଲାରେ ୧୨ରୁ ୨୦ ସେଣ୍ଟି ମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ।

ଅଧିକ ପଢ଼ନ୍ତୁ : ଫେସୁବକରୁ ପ୍ରେମ: ସ୍ୱାମୀକୁ ଛାଡି ପ୍ରେମିକ ପାଇଁ ସୀମା ପାର ହୋଇ ପାକିସ୍ତାନରେ ଭାରତର ଅଞ୍ଜୁ , ଶ୍ୱଶୂର ଘର ଲୋକଙ୍କ ମୁଣ୍ଡ ଟିଣ...

ସେହିପରି ଅନ୍ୟ ୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, ବୌଦ୍ଧ ଏବଂ ବଲାଙ୍ଗିର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। 

null

ଅନ୍ୟପକ୍ଷେ, ଆଜି ଅବପାତରେ ପରିଣତ ହୋଇପାରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସୁଦୃଶ ଲଘୁଚାପ। ଅବପାତରେ ପରିଣତ ହୋଇ ଏହା ଧିରେ ଧିରେ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଦେଇ ଗତି କରିବ।