ରାଜ୍ୟରେ ହାଲୁକା ମଧ୍ୟମ ଧରଣର ବର୍ଷା ଅନୁଭୂତ : ସଂଧ୍ୟାବେଳେ ଅଧିକ ବର୍ଷା ହେବ, ୟେଲ୍ଲୋ ୱାର୍ଣିଁ ଜାରି

 

ଓଡ଼ିଆ ଗସିପ୍ ବ୍ୟୁରୋ: ଗତ ୨୪ ଘଣ୍ଟାରେ ରାଜ୍ୟରେ ଅନୁଭୂତ ହୋଇଛି ବିସ୍ତୃତି ବର୍ଷା । ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଅନୁଭୂତ ହୋଇଛି । ଦେବଗଡ ଜିଲ୍ଲାର ବାରକୋଟ ଠାରେ ସର୍ବାଧିକ ୧୨୭.୬ ମିମି ରେକର୍ଡ ହୋଇଛି । ସୁନ୍ଦରଗଡ ଜିଲ୍ଲାର ଗୁରୁଣ୍ଡିଆ ଠାରେ ୧୦୪ ମିମି ବର୍ଷା  ରେକର୍ଡ ରାୟଗଡାର ଗୁଣପୁର ଠାରେ ୮୭.୪ ମିମି ବର୍ଷା ରେକର୍ଡ ।

ସେପଟେ ଆଷାଢ଼ ଶ୍ରାବଣରେ ବି  ପ୍ରବଳ ଗରମ ଓ ଗୁଳୁଗଳିା ଅସ୍ତବ୍ୟସ୍ତ ଉପକୂଳରୁ ଉତ୍ତର, ପଶ୍ଚିମରୁ ଦକ୍ଷିଣ ଓଡ଼ିଶା ଲୋକେ । ତେବେ ଆଜିଠୁ ଏଥିରୁ କିଛିଟା ଆଶ୍ବସ୍ତି ମିଳିପାରେ ଉପକୂଳ, ଉତ୍ତର, ଆଭ୍ୟନ୍ତରୀଣ ଏବଂ ଦକ୍ଷିଣ ଓଡ଼ିଶାର ୧୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । କଟକ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ସମେତ ନୟାଗଡ଼, ଗଞ୍ଜାମ, ଗଜପତିରେ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ।

ସେହିଭଳି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ଲେଖାଏଁ ସ୍ଥାନରେ ପ୍ରବଳ ବୃଷ୍ଟିପାତ ସମ୍ଭାବନା ରହିଛି । ଆଜି ପାଇଁ ଏସବୁ ଜିଲ୍ଲାକୁ ୟେଲ୍ଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ । ଏପଟେ ୟେଲ୍ଲୋ ୱାର୍ଣିଁ ଜାରି ହୋଇଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ସତର୍କ ରହିବାକୁ ଏସଆରସିଙ୍କ ପକ୍ଷରୁ ଆଲର୍ଟ କରାଯାଇଛି ।