ବଙ୍ଗୋପ ସାଗରରେ ସୃଷ୍ଟି ହେବ ଝଡ଼; ଓଡ଼ିଶାରେ ପଡ଼ିବ ପ୍ରଭାବ, ବଢ଼ିବ ବର୍ଷାର ପରିମାଣ

 

ଓଡ଼ିଆ ଗସିପ୍ ବ୍ୟୁରୋ: ଓଡ଼ିଶାର ଚାଷୀ ଭାଇମାନଙ୍କ ପାଇଁ ଖୁସି ଖବର । ଆଜିଠୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବଢ଼ିବ ବର୍ଷାର ପରିମାଣ । ଆଉ ଏହାକୁ ସୁହାଇବ  ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟି ହେବାକୁ ଯାଉଥିବା ଏକ ଘୂର୍ଣ୍ଣିବଳୟ ।

 

ଏହାର ପ୍ରଭାବରେ ଆଜିଠାରୁ ବର୍ଷାର ପରିମାଣ ବଢ଼ିପାରେ । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।  ରାଜ୍ୟରେ ଦୁର୍ବଳ ମୌସୁମୀ ଯୋଗୁଁ ଖରିଫ ଧାନ ଚାଷ ସର୍ବାଧିକ ପ୍ରଭାବିତ ହୋଇଛି।

ଅଧିକ ପଢ଼ନ୍ତୁ: ମହିଳା ଏସପିଙ୍କ ବାପା-ମାଆଙ୍କୁ ବି ଛାଡ଼ିଲେନି ଅପରାଧୀ ; ସାମ୍ନାରେ ବାଇକ ଲଗେଇ ଝାମ୍ପି ନେଲେ ସୁନା

ଜୁନ୍ ୧ରୁ ଜୁଲାଇ ୩ ତାରିଖ ମଧ୍ୟରେ ସ୍ବାଭାବିକଠାରୁ ପାଖାପାଖି ୯୦ ପ୍ରତିଶତ କମ୍  ବର୍ଷା ହୋଇଛି। ଏହି ସମୟ ମଧ୍ୟରେ ୨୩୮ ମିଲମିଟର ବର୍ଷାର ଆକଳନ କରାଯାଇଥିବାବେଳେ ହୋଇଛି ମାତ୍ର ୧୬୮. ୧ ମିଲିମିଟର। ଯାହାକି ସ୍ବାଭାବିକଠାରୁ ୨୯ ପ୍ରତିଶତ କମ୍ । ତେବେ ମୌସୁମୀ ପୁଣି ସକ୍ରିୟ ହେବ ଓ ଆଜିଠାରୁ ବର୍ଷା ବଢ଼ିବ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ ।

ଅଧିକ ପଢ଼ନ୍ତୁ: ଦେବଦୂତ ସୁନାପୁଅ ସିଦ୍ଧାନ୍ତ; ମରଣ ମୁହଁରୁ ଫେରାଇ ଆଣିଲେ ଓକିଲଙ୍କ ଜୀବନ