ଆରମ୍ଭ ହୋଇଗଲା ଘଡ଼ଘଡ଼ି, କାଲିଠୁ ଛେଚିବ, ହାଇଦ୍ରାବାଦ ଭଳି ଅବସ୍ଥା ହେବ

ଓଡ଼ିଆ ଗସିପ ବ୍ୟୁରୋ: ଆସନ୍ତାକାଲିଠୁ ଦକ୍ଷିଣ ଓଡ଼ିଶା ସମେତ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହାର ପ୍ରଭାବ ଆଜିଠାରୁ ହିଁ ଅନୁଭୂତି ହେଲାଣି । ରାଜଧାନୀରେ ଆଜି ଦ୍ୱିପ୍ରହରରେ ଭୟଙ୍କର ବିଜୁଳି ସହ ଘଡ଼ଘଡ଼ି ମାରିଛି । ଆସନ୍ତାକାଲିଠୁ କିନ୍ତୁ ବର୍ଷା ହେବ । କାହିଁକିନା ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସମୁଦ୍ର ପତ୍ତନ ଠାରୁ ୨.୧ କିମି ଏବଂ ୫.୮ କିମି ଉଚ୍ଚରେ ଥିବା ଘୁର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୨୪ଘଣ୍ଟାରେ ସେହି
 

ଓଡ଼ିଆ ଗସିପ ବ୍ୟୁରୋ: ଆସନ୍ତାକାଲିଠୁ ଦକ୍ଷିଣ ଓଡ଼ିଶା ସମେତ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

ଏହାର ପ୍ରଭାବ ଆଜିଠାରୁ ହିଁ ଅନୁଭୂତି ହେଲାଣି ।

ରାଜଧାନୀରେ ଆଜି ଦ୍ୱିପ୍ରହରରେ ଭୟଙ୍କର ବିଜୁଳି ସହ ଘଡ଼ଘଡ଼ି ମାରିଛି ।

ଆସନ୍ତାକାଲିଠୁ କିନ୍ତୁ ବର୍ଷା ହେବ ।

କାହିଁକିନା ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସମୁଦ୍ର ପତ୍ତନ ଠାରୁ ୨.୧ କିମି ଏବଂ ୫.୮ କିମି ଉଚ୍ଚରେ ଥିବା ଘୁର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୨୪ଘଣ୍ଟାରେ ସେହି ଅଞ୍ଚଳରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି ଏବଂ ପରବର୍ତୀ ୨୪ଘଣ୍ଟାରେ ତାହା ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି |

ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।