ସ୍ୱେଚ୍ଛାକୃତ ଅବସର ନେବା ମାତ୍ରେ 5T ସଚିବ ଭି.କେ ପାଣ୍ଡିଆନ୍ଙ୍କୁ ମିଳିଲା ଏହି ବଡ଼ ଦାୟିତ୍ବ
ଓଡ଼ିଆ ଗସିପ୍ ବ୍ୟୁରୋ: ଗତକାଲି ସ୍ୱେଚ୍ଛାକୃତ ଅବସର ନେଇଥିବା ବରିଷ୍ଠ ଆଇଏଏସ୍ ଅଧିକାରୀ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନଙ୍କୁ ମିଳିଛି ନୂଆ ଦାୟିତ୍ବ। ‘୫-ଟି’ ଓ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଇବେ ଭି କାର୍ତ୍ତିକେୟ ପାଣ୍ଡିଆନ। ଏନେଇ ଆଜି ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଭି କାର୍ତ୍ତିକେୟ ପାଣ୍ଡିଆନଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ମିଳିଛି। ସେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ କାମ କରିବେ ବୋଲି ଜଣାଯାଇଛି। ଗତକାଲି ତାଙ୍କ ଅବସର ଆବେଦନକୁ କେନ୍ଦ୍ର ସରକାରଙ୍କ ଦ୍ବାରା ଅନୁମୋଦିତ ହେବା ପରେ ରାଜ୍ୟ ସରକାର ଭି କାର୍ତ୍ତିକେୟ ପାଣ୍ଡିଆନଙ୍କୁ ଏହି ନୁଆ ଦାୟିତ୍ବ ଦେଇଛନ୍ତି।
ଅଧିକ ପଢ଼ନ୍ତୁ: ରାହୁ ଗୋଚର ଫଳରେ ସୃଷ୍ଟି ହେବ ଭୟଙ୍କର ପରିସ୍ଥିତି, ଏହି ରାଶିରେ ଲୋକଙ୍କ ଉପରେ ୨୦୨୫ ପର୍ଯ୍ୟନ୍ତ ପଡିବ ପ୍ରଭାବ
୨୦୦୦ ବ୍ୟାଚ୍ର ଆଇଏଏସ୍ ଅଫିସର ଭି କାର୍ତ୍ତିକେୟ ପାଣ୍ଡିଆନ୍ ଗତ ୨୦ତାରିଖରେ ସେ ସ୍ୱେଚ୍ଛାକୃତ ଅବସର ପାଇଁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟକୁ ଆବେଦନ କରିଥିଲେ । ତାଙ୍କର ଆବେଦନକୁ ଗତକାଲି କେନ୍ଦ୍ର ସରକାର ଗ୍ରହଣ କରିଥିଲେ।
ଭିକେ ପାଣ୍ଡିଆନଙ୍କ ସ୍ୱେଚ୍ଛାକୃତ ଅବସର ନେବା ନେଇ କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରଣାଳୟ ଅନୁସଚିବ ଭୁପିନ୍ଦର ପାଲ ସିଂ ଏ ସଂକ୍ରାନ୍ତରେ ପତ୍ର ଲେଖି ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବଙ୍କୁ ଅବଗତ କରିଛନ୍ତି। ଗତ ୨୦ ତାରିଖ ଦିନ ଭି କେ ପାଣ୍ଡିଆନ୍ ସ୍ବେଚ୍ଛାକୃତ ଅବସର ଲାଗି ଆବେଦନ କରିଥିଲେ ଓ ରାଜ୍ୟ ସରକାର ଏହାକୁ ଗ୍ରହଣ କରିବା ସହ କେନ୍ଦ୍ରର ଅନୁମୋଦନ ଲାଗି ପଠାଇଥିଲେ।
ଅଧିକ ପଢ଼ନ୍ତୁ: ଶନିଙ୍କ ଆର୍ଶିବାଦରୁ ଚମକିବ ୫ ରାଶିଙ୍କ ଭାଗ୍ୟ, ଆସୁଛି ଭଲ ସମୟ, କୋଟିପତି ହେବେ ଏହି ସବୁ ରାଶି!
ଏହାପରେ ଓଡ଼ିଶା କ୍ୟାଡରର ୨୦୦୦ ବ୍ୟାଚ୍ର ଆଇଏଏସ୍ ଅଫିସର ପାଣ୍ଡିଆନଙ୍କ ସ୍ବେଚ୍ଛାକୃତ ଅବସର ନେଇ କେନ୍ଦ୍ର ସରକାର ସାଧାରଣ ପ୍ରଶାସନ ବିଭାଗକୁ ଜଣାଇଛନ୍ତି। ଶ୍ରୀ ପାଣ୍ଡିଆନ୍ଙ୍କ ପ୍ରସ୍ତାବ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଦ୍ବାରା ଗୃହୀତ ହୋଇଥିବା କେନ୍ଦ୍ର କାର୍ମିକ ବିଭାଗ ଗତକାଲି ଜଣାଇଥିଲା।
ଅଧିକ ପଢ଼ନ୍ତୁ: ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ କଲେ ରାଜ୍ୟ ସରକାର, ବଦଳିଲେ ୨୨୦ ଓଏଏସ୍