ଶାଶୂକୁ ନିର୍ଯାତନା: ଗୋଡ଼ରେ ବେଡି ପକାଇବା ସହ ଝାଡୁରେ ମାଡ଼ ମାରୁଥିବା ଭିଡିଓ ଭାଇରାଲ

 

ଓଡ଼ିଆ ଗସିପ ବ୍ୟୁରୋ : ଶାଶୁ ଗୋଡ଼ରେ ବେଡ଼ି । ଶାଶୁଙ୍କ ଗୋଡ଼ରେ ବେଡି ପକାଇଲା ବୋହୂ । ଏ ଦୃଶ୍ୟ ହେଉଛି ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳର । ଜଣେ ବୋହୂ ଦୀର୍ଘ ଦିନ ହେଲା ତାଙ୍କ ଶାଶୁଙ୍କ ଗୋଡ଼ରେ ବେଡି ପକାଇ ଘର ବାରଣ୍ଡାରେ ନିର୍ଯାତନା ଦେଇଆସୁଥିବା ଦୃଶ୍ୟ ଏବେ ସାମ୍ନାକୁ ଆସିଛି ।

ଅଧିକ ପଢ଼ନ୍ତୁ : ଉପକୁଳ ଓଡ଼ିଶାରେ ଘନ ଘନ ଗର୍ଜୁଛି ମୌସୁମୀ ବର୍ଷା: ଆଜି ସଂଧ୍ୟାରେ ଏହି ଅଞ୍ଚଳରେ ହେବ ବର୍ଷା

ଏହି ଭିଡ଼ିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଛି । କେବଳ ଏହି ଗୋଟିଏ ଦୃଶ୍ୟ ନୁହେଁ ଅନ୍ୟ ଏକ ଭିଡ଼ିଓରେ ବୋହୂ ଜଣକ ଶାଶୁଙ୍କୁ ଝାଡୁରେ ମାଡ଼ ମାରୁଥିବାର ଚିତ୍ର ବି ସାମ୍ନାକୁ ଆସିଛି ।

ଖବର ପାଇ ମଞ୍ଚେଶ୍ୱର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି  I ଘଟଣାସ୍ଥଳକୁ ଯାଇ ପୋଲିସ ବୃଦ୍ଧାଙ୍କୁ ଉଦ୍ଧାର କରିବା ସହ ପଚାରଉଚରା ଆରମ୍ଭ କରିଛି ।