ମାଡିଆସୁଛି ବାତ୍ୟା ରେମାଲ, ଓଡ଼ିଶାର ଏହି ୩ ଜିଲ୍ଲାରେ ହେବ ଅତି ପ୍ରବଳ ବର୍ଷା !
ଓଡ଼ିଆ ଗସିପ୍ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି। ଏହା ଆସନ୍ତାକାଲି ସକାଳ ସୁଦ୍ଧା ବାତ୍ୟାର ରୂପ ନେବ ଓ ୨୬ ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।
ଅଧିକ ପଢନ୍ତୁ : କର୍ମକ୍ଷେତ୍ରରେ ହତୋତ୍ସାହ ହେବା ସହ ଆର୍ଥିକ କ୍ଷେତ୍ରରେ ଚିନ୍ତିତ ରହିବେ ଏହି ରାଶି ଲୋକ! ପଢନ୍ତୁ ଏ ସପ୍ତାହର ରାଶିଫଳ
ସେପଟେ ଅବପାତ କେନ୍ଦ୍ରୀୟ ବଙ୍ଗୋପସାଗରରେ ବଳ ଗୋଟାଉଛି। ଏହା ବର୍ତମାନ ଉତ୍ତର ପୂର୍ବ ଦିଗରେ ଗତି କରୁଛି । ଆସନ୍ତାକାଲି ସକାଳେ ବାତ୍ୟାର ରୂପ ନେବା ପରେ ଉତ୍ତର ଦିଗରେ ଗତି କରିବା ଆରମ୍ଭ କରିବ। ଏହାପରେ ୨୫ ସନ୍ଧ୍ୟାରେ ଭୀଷଣ ବାତ୍ୟାରେ ପରିଣତ ହେବ ।
ଅଧିକ ପଢନ୍ତୁ : ବ୍ଲଡ୍ ପ୍ରେସର ଭଳି ଗମ୍ଭୀର ରୋଗ ଥିବା ଲୋକମାନେ ଭୁଲରେ ବି ଖାଆନ୍ତୁନି ଏହି ସବୁ ଖାଦ୍ୟ, ନଚେତ୍...
ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ଆହୁରି ମଧ୍ୟ କହିଛନ୍ତି ବାତ୍ୟାର ପ୍ରଭାବ ଓଡ଼ିଶାରେ ସିଧାସଳଖ ପଡ଼ିବ ନାହିଁ ବୋଲି ଆକଳନ କରାଯାଉଛି। କିନ୍ତୁ ଏହାର ପ୍ରଭାବ ରହିପାରେ। ୨୫ ତାରିଖରେ ଉପକୂଳ ଓଡ଼ିଶାରେ ୪୦ରୁ ୫୦କିଲୋମିଟର ବେଗରେ ପବନ ବହିବ । ଝଟକା ପବନ ୬୦କିଲୋମିଟର ରହିବ ।
୨୫ରେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏଥି ସହିତ ୨୬ସକାଳୁ ପବନର ବେଗ ବଢ଼ିବ । ୬୦ରୁ ୭୦ ଓ ଝଟକା ପବନ ୮୦କିଲୋମିଟର ପ୍ରତି ଘଣ୍ଟା ରହିପାରେ। ୨୬ରେ ଭଦ୍ରକ ଓ ବାଲେଶ୍ୱରରେ ଅତି ପ୍ରବଳ ବର୍ଷା ସହ ମୟୂରଭଞ୍ଜ ଓ କେନ୍ଦ୍ରପଡ଼ାରେ ପ୍ରବଳ ବର୍ଷା ସହ ଉତ୍ତର ଓଡ଼ିଶାର କିଛି ଅଂଚଳରେ ବର୍ଷା ହେବ । ଏଥି ସହିତ ରାଜ୍ୟର ସମସ୍ତ ୪ଟି ଯାକ ବନ୍ଦରକୁ ୧ନମ୍ବର ବିପଦ ସଙ୍କେତ ଦିଆଯାଇଛି ।
ଅଧିକ ପଢନ୍ତୁ : ଜୁନ୍ ମାସରେ ବଦଳିବ ୩ ରାଶିର ଭାଗ୍ୟ, ଏମାନଙ୍କ ଉପରେ ପଡିବ ବଡ଼ ପ୍ରଭାବ!