ଶିକ୍ଷା କ୍ଷେତ୍ରରେ ବାହାସ୍ପଟ ମାରୁଛି ରାଜ୍ୟ ସରକାର, ଅନ୍ୟପଟରେ ୧୪୦ବର୍ଷର ପୁରୁଣା ସରକାରୀ ବିଦ୍ୟାଳୟ ଅବସ୍ଥା ଦେଖିଲେ ଆପଣ ଛି ଛି କରିବେ

ରା.ଉଦୟଗିରି: ଶିକ୍ଷା କ୍ଷେତ୍ରରେ ଓଡ଼ିଶା ସରକାର ବାଃ ବାଃ ନେଉଥିବା ସହ ସର୍ବଶିକ୍ଷା ଅଭିଯାନ ଦ୍ୱାରା ସ୍କୁଲ ଓ ପିଲାମାନଙ୍କ ପାଠପଢ଼ା ନିମନ୍ତେ ସବୁୁ ତାଡୁଥିବା ଭାରି ଭାଷଣ ମରୁଥିବା ବେଳେ ଅନ୍ୟପଟରେ ମୋହନା ବ୍ଲକ ଚନ୍ଦ୍ରଗିରି ନିକଟସ୍ଥ ଧାଡିଆମ୍ବ ସରକାରୀ ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ଦେଖିଲେ ଆପଣ ଶିକ୍ଷା ପ୍ରତି ଛି ଛି କରିବେ । ପୁରାପୁରି କହିବାକୁ ଗଲେ ପିଲାମାନଙ୍କ ପାଇଁ ମରଣଯନ୍ତା ପାଲଟିଛି ଏହି ସ୍କୁଲ । ସ୍କଲ ପାଚେରୀ ଭିତର ଦୂଶ୍ୟ
 
ରା.ଉଦୟଗିରି: ଶିକ୍ଷା କ୍ଷେତ୍ରରେ ଓଡ଼ିଶା ସରକାର ବାଃ ବାଃ ନେଉଥିବା ସହ ସର୍ବଶିକ୍ଷା ଅଭିଯାନ ଦ୍ୱାରା ସ୍କୁଲ ଓ ପିଲାମାନଙ୍କ ପାଠପଢ଼ା ନିମନ୍ତେ ସବୁୁ ତାଡୁଥିବା ଭାରି ଭାଷଣ ମରୁଥିବା ବେଳେ ଅନ୍ୟପଟରେ ମୋହନା ବ୍ଲକ ଚନ୍ଦ୍ରଗିରି ନିକଟସ୍ଥ ଧାଡିଆମ୍ବ ସରକାରୀ ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ଦେଖିଲେ ଆପଣ ଶିକ୍ଷା ପ୍ରତି ଛି ଛି କରିବେ । ପୁରାପୁରି କହିବାକୁ ଗଲେ ପିଲାମାନଙ୍କ ପାଇଁ ମରଣଯନ୍ତା ପାଲଟିଛି ଏହି ସ୍କୁଲ । ସ୍କଲ ପାଚେରୀ ଭିତର ଦୂଶ୍ୟ ଦେଖିଲେ ଆପଣ କୌଣସି ଭୁତକୋଠି ଭିତରେ ବୁଲିଲା ଭଳି ଲାଗିବ । କେଉଁଠି ସ୍କୁଲ ଘର କାନ୍ଥ ଫାଟି ଆଁ କଲାଣି ତ କେଉଁଠି ଛାତରୁ ବର୍ଷା ଦିନେ ଝରଝର ପାଣି ଗଳୁଛି । କେତେ ବେଳେ ଯେ ସ୍କୁଲ ଗୃହ ଖସିପଡିବ ତାହା କିଏ କହିବ । ଖାଲି ଏତିକି ନୁହେଁ ସ୍କୁଲର ଗୋଟିଏ ଗୃହରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ପାଠପଢ଼ା । ତେବେ ଏଥିରୁ ଅନୁମୟ କେତେ ସକ୍ରୀୟ ଆମ ସର୍ବଶିକ୍ଷା ଅଭିଯାନ ଓ ତାର ନୀତିବାକ୍ୟ ।
ଆମେ ପଢ଼ିବୁ ଗଢିବୁ ଶ୍ରେଷ୍ଠ ହେବୁ । ଛାତ୍ର ଛାତ୍ରୀମାନେ ଶପଥ ନେଇଥିଲେ ଶ୍ରେଷ୍ଠ ହେବାପାଇଁ । ହେଲେ ସରକାରୀ ଯୋଜନା ଫେଲ ମାରିବା ହେତୁ ପ୍ରାଥମିକ ଶିକ୍ଷା ପାଇବା ପାଇଁ ସ୍ବପ୍ନ ପାଲଟିଛି ମୋହନା ବ୍ଲକ ଚନ୍ଦ୍ରଗିରି ପିଲାଙ୍କ ପାଇଁ । କାରଣ ଶିକ୍ଷା ବିଭାଗର ଅବହେଳା ଯୋଗୁ ଯୋଜନା ଦୁରରେ ହି ରହିଯାଉଛି । ଧାଡିଆମ୍ବ ସରକାରୀ ପ୍ରାଥମିକ ବିଦ୍ୟାଳୟ ପ୍ରତି କାହାର ନଜର ନଥିବା ଦେଖିବାକୁ ମିଳିଛି । ଉକ୍ତ ବିଦ୍ୟାଳୟଟି ସ୍ୱାଧିନତା ପୁର୍ବରୁ ଅର୍ଥାତ ୧୮୭୭ ମସିହାରେ ପ୍ରତିଷ୍ଠିତ ହୋଇଥିବା ବେଳେ ଏହି ଶିକ୍ଷା ଅନୁଷ୍ଠାନରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାର ସୁବିଧା ରହିଛି ।
କିନ୍ତୁ ଦଃଖର ବିଷୟ ଯେ, ବିଦ୍ୟାଳୟଟି ୧୪୦ବର୍ଷ ପୁରୁଣା ହୋଇଥିଲେ ମଧ୍ୟ ୫ଟି ଶ୍ରେଣୀ ଗୋଟିଏ କୋଠରୀ ଭିତରେ ଚାଲିଛି । ଶ୍ରେଣୀ ଗୃହଟି ବହୁପୁରୁଣା ହୋଇଥିବାରୁ କେଉଁଠି ଶ୍ରେଣୀ ଗୃହ ଫାଟି ଆଁ କଲାଣି ତ କେଉଁଠି ଗୃହର ଆଜବେଷ୍ଟସ ଭାଙ୍ଖି ସୁର୍ଯ୍ୟ ଚନ୍ଦ୍ର ଦେଖାଯାଇଥିବା ବେଳେ ବର୍ଷା ହେଲେ ଶ୍ରେଣି ଗୃହରେ ପାଣି ଜମିରହି କୃତ୍ରିମ ପୋଖରୀ ସୃଷ୍ଟି ହେଉଛି, କାନ୍ଥ ଫଟି ଆଁ ହୋଇଛି, କବାଟ ଏବଂ ଝରକା କୋତରା ହୋଇଗଲାଣି । କିନ୍ତୁ ଏହାର ମରାମତି କରିବାକୁ କେହି ନାହାନ୍ତି ।
ଛାତ୍ର ଛାତ୍ରିଙ୍କ ଫାଇଁ ଉଦିଷ୍ଟ ଶେିାଚାଳୟ ଭାଙ୍ଗି ପଡିଥିବା ବେଳେ ଅଧା ପାଚେରୀ ଥିବା ଯୋଗୁ ନାନା ସମସ୍ୟା ଦେଖାଦେଇଛି । ଫଳରେ କରୁଥିବା ଯୋଗୁ ପିଲାମାନେ ଭୟଭୀତ ଅବସ୍ଥାରେ ବିଦ୍ୟାଳୟକୁ ପାଠ ପଢିବା ପାଇଁ ଆସୁଛନ୍ତି । ସ୍କୁଲ ପରିସରରେ ବିପଦ ସଂକୁଳ ଅବସ୍ଥାରେ ଏକ ବହୁପୁରୁଣା ଅଙ୍ଗନବାଡି ଗୃହ ରହିଛି ଯାହାକି କେତେବେଳେ ଭୁଷୁଡି ତାହା ଜଣା ନାହିଁ । ଏଭଳି ବିଭିନ୍ନ ସମସ୍ୟା ଯୋଗୁଁ ଅଭିବାବକମାନେ ଉକ୍ତ ସ୍କୁଲରେ ପିଲାଙ୍କୁ ପାଠପଢାଇବାକୁ ଅନିଛା ପ୍ରକାଶ କରୁଥିବା ହେତୁ ପ୍ରତି ବର୍ଷ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମିଥିବା ଜଣାପଡିଛି । ଏହିବର୍ଷ ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୨୩ ଜଣ ପିଲା ଶିକ୍ଷା ଗ୍ରହଣ କରୁଛନ୍ତି । ଉକ୍ତ ବିଦ୍ୟାଳୟ ପ୍ରତି ସରକାର ଦୃଷି ଦେଉନଥିବା ହେତୁ ଅଭିଭାବକ ମହଲ ତଥା ସାଧାରଣରେ ଅସନ୍ତୋଷ ବୃଦ୍ଦି ପାଉଛି ।
ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସିମାଚଂଳ ବାଘସଂ କହିଛନ୍ତି, ଏହି ବିଦ୍ୟାଲୟକୁ ଶିକ୍ଷା ସଂଯୋଜକଠାରୁ ଆରମ୍ଭ କରି ଜିଲ୍ଲାସ୍ତରୀୟ ଉଛ ପଦାଧିକାରିମାନେ ପରିଦର୍ଶନରେ ଆସୁଥିବା ବେଳେ ସେମାନଙ୍କୁ ସମସ୍ତ ସମସ୍ୟା ବିଷୟରେ ଅବଗତ କରାଯାଇଛି । ହେଲେ ଦିନକୁ ଦିନ ବିଦ୍ୟାଳୟ ଅବସ୍ଥା ଶୋଚନୀୟ ହେଉଛି ସିନା ମରାମତି କାମ ଶୂନ ।