ଲଗାମଛଡା ଡ୍ୟାନ୍ସବାର, ହାତଗୁଞ୍ଜା ନେଇ ଘଣ୍ଟ ଘୋଡାଉଛି ପୁଲିସ, ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ କେବେ?

ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ଛତୁଫୁଟିଲା ଭଳି ଡ୍ୟାନ୍ସବାର ଖୋଲୁଛି । ମଦ ସାଙ୍ଗକୁ ସୁନ୍ଧରୀ ତରୁଣୀଙ୍କୁ ଆଣି ମଧ୍ୟ ଏସବୁ ବାରଗୁଡିକରେ ନଚାଯାଉଛି । ଯାହା ଗ୍ରାହକଙ୍କ ପାଇଁ ଭାରପୁର ମନୋରଞ୍ଜନ ଯୋଗାଇ ଦଉଛି । ଖାଲି ଏତିକି ନୁହେଁ ଡ୍ୟାନ୍ସବାର ସମୟ ସରିବା ପରେ ସୁନ୍ଧରୀ ତରୁଣୀଙ୍କୁ ଦେହ ବେପାରରେ ଲଗାଯାଉଥିବା ମଧ୍ୟ ଚର୍ଚ୍ଚା ଜୋର ଧରିଛି । ଆଉ ଏଥିରେ ଯୁବତୀଙ୍କ ସହ ଦଲାଲମାନେ ମୋଟା ଅଙ୍କର ଟଙ୍କା ରୋଜଗାର କରୁଥିବା ଜଣାପଡିଛି
 
ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ଛତୁଫୁଟିଲା ଭଳି ଡ୍ୟାନ୍ସବାର ଖୋଲୁଛି । ମଦ ସାଙ୍ଗକୁ ସୁନ୍ଧରୀ ତରୁଣୀଙ୍କୁ ଆଣି ମଧ୍ୟ ଏସବୁ ବାରଗୁଡିକରେ ନଚାଯାଉଛି । ଯାହା ଗ୍ରାହକଙ୍କ ପାଇଁ ଭାରପୁର ମନୋରଞ୍ଜନ ଯୋଗାଇ ଦଉଛି । ଖାଲି ଏତିକି ନୁହେଁ ଡ୍ୟାନ୍ସବାର ସମୟ ସରିବା ପରେ ସୁନ୍ଧରୀ ତରୁଣୀଙ୍କୁ ଦେହ ବେପାରରେ ଲଗାଯାଉଥିବା ମଧ୍ୟ ଚର୍ଚ୍ଚା ଜୋର ଧରିଛି । ଆଉ ଏଥିରେ ଯୁବତୀଙ୍କ ସହ ଦଲାଲମାନେ ମୋଟା ଅଙ୍କର ଟଙ୍କା ରୋଜଗାର କରୁଥିବା ଜଣାପଡିଛି । ହେଲେ ଜଦି କେହି ଡ୍ୟାନ୍ସବାରକୁ ନେଇ ସ୍ୱର ଉଠାଉଛି ତାହାଲେ ବାର ମାଲିକ ଓ ସେମାନଙ୍କ ବାହୁବଳି ସହଯୋଗୀଙ୍କ ଧମକଚମକରୁ କେହି ବର୍ତ୍ତୁ ନାହାନ୍ତି । ଅନ୍ୟ ଅର୍ଥରେ କହିବାକୁ ଗଲେ ଲଗାମଛଡା ହୋଇଯାଇଛି ଏହି ଡ୍ୟାନ୍ସବାର ।
ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ବାର ଗୁଡିକରେ ମଦ ଓ ଯୁବତୀ ଧନ୍ଧା ହେଉଥିବାରୁ ନିକଟ ଅତିତରେ ବହୁବାର ବିଶୃଙ୍ଖଳା ମଧ୍ୟ ଉପୁଜିଥିବା ଦେଖାଦେଇଛି । ଆମେ ଏଠି କହି ରଖୁଛୁ ଯେ, ରାଜଧାନୀରେ ବାର ଖୋଲିବା ବେଆଇନ ନୁହେଁ । ହେଲେ ଏହି ବାରଗୁଡିକରେ ସୁନ୍ଦରୀ ତରୁଣୀଙ୍କୁ ନଚାଇବା ଓ ତାହା ପୁଣି ଅର୍ଦ୍ଧନଗ୍ନ ବେଶରେ ଏହା ବେଆଇନ । ଏମିତି ଡ୍ୟାନ୍ସବାର ରାଜଧାନୀରେ ୪୦ରୁ ଅଧିକ ଚାଲିଆସୁଥିବା ଶୁଣିବାକୁ ମିଳିଛି । ଖାଲି କଟକ ରୋଡରେ ୨୦ରୁ ଅଧିକ ଡ୍ୟାନ୍ସବାର ଥିବା ଜଣାପଡିଛି । ଯେଉଁଠି ବିଳମ୍ବିତ ରାତି ପର୍ଯ୍ୟନ୍ତ ସୁନ୍ଦରୀ ଯୁବତୀମାନଙ୍କୁ ନଚା ଯାଉଛି । ନିଶା ସେବନ କଥା ତ କହିଲେ ନସରେ ।
ବାର ପକ୍ଷରୁ ଆଇନ ଉଲଙ୍ଘନ ହେଉଥିଲେ ମଧ୍ୟ ଅବକାରୀ ବିଭାଗ ଓ କମିଶନରେଟ ପୁଲିସ ପକ୍ଷରୁ କୌଣସି ଆଖିଦୁର୍ଷିୟା ପଦକ୍ଷପ ନିଆଯାଇ ନାହିଁ । ବାରଗୁଡିକରେ ସୁନ୍ଦରୀ ତରୁଣୀଙ୍କୁ ନଚା ଯାଉଥିବା ବେଳେ ପୁଲିସ ହାତଗୁଞ୍ଜା ନେଇ ଏସବୁକୁ ଘଣ୍ଟ ଘୋଡାଉଥିବା ବୁଦ୍ଧିଜୀବୀମାନେ ମତ ରଖିଛନ୍ତି । ଯଦି କୌଣସି ସାମ୍ବାଦିକ ସ୍ୱର ଉଠାଉଛି ତାଙ୍କୁ ବାରମାଲିକ ଓ ତାଙ୍କ ସହଯୋଗୀ ଧମକଚମକ ଦେଉଥିବା ଅଭିଯୋଗ ଆସିଛି । ହେଲେ ଏତେସବୁ ପରେ ମଧ୍ୟ ପୁଲିସ କାଁଭାଁ ଚଢ଼ଉ କରି ଚୁପ ବସିପଡୁଛି । ଭୁବନେଶ୍ୱରରେ ଖାରବେଳନଗରରେ ଥିବା ସୋଲାନ ଇନ୍ ଡ୍ୟାନ୍ସବାରକୁ ସିଲ କରିବା ଛଡା ଅନ୍ୟ ସବୁ ଡ୍ୟାନ୍ସବାର ଖୁଲମଖୁଲା ପୁଲିସ ଜଣାତରେ ଚାଲିଛି । ତେଣୁ ଯଥାଶୀଘ୍ର ବେଆଇନ ଭାବେ ଚାଲୁଥିବା ଡ୍ୟାନ୍ସବାର ଉପରେ ପୁଲିସ କମିଶନର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହୋଇଛି ।