ମୁଣ୍ଡବିନ୍ଧା ବଢ଼ାଇଛି ଭାଇରାଲ ଭିଡିଓ, ଦୁଇ ବର୍ଷ ଭିତରେ ୨୨୫ ମାମଲା ରୁଜୁ

ଭୁବନେଶ୍ୱର: ରାଜ୍ୟରେ ସାଇବର ଅପରାଧ ବର୍ଷକୁ ବର୍ଷ ହୁତୁହୁତୁ ହୋଇ ବଢ଼ିବାରେ ଲାଗିଛି । ସେ ଆକାଉଣ୍ଟରୁ ଟଙ୍କା ଉଭନ ଘଟଣା ହେଉ ବା ସୋସିଆଲ ମିଡ଼ିଆରେ ଅଶ୍ଳିଳ ଭାଇରାଲ ଭିଡ଼ିଓ ଉତ୍ତଳନ ହେବା ଘଟଣା । ଏସବୁ ଘଟଣା ଗୋଟେ ପ୍ରକାର ଓଡ଼ିଶା ପୁଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ବର୍ଷ ୨୦୧୬ରୁ ୨୦୧୮ଜନ୍ ମାସ ଶେଷ ସୁଦ୍ଧା ରାଜ୍ୟରେ ଅଶ୍ଳିଳ ଭାଇରାଲ ଭିଡ଼ିଓ ଅପରାଧ ପୁର୍ବ ବର୍ଷ ତୁଳନାରେ ବହୁ ସଂଖ୍ୟାରେ
 

ଭୁବନେଶ୍ୱର: ରାଜ୍ୟରେ ସାଇବର ଅପରାଧ ବର୍ଷକୁ ବର୍ଷ ହୁତୁହୁତୁ ହୋଇ ବଢ଼ିବାରେ ଲାଗିଛି । ସେ ଆକାଉଣ୍ଟରୁ ଟଙ୍କା ଉଭନ ଘଟଣା ହେଉ ବା ସୋସିଆଲ ମିଡ଼ିଆରେ ଅଶ୍ଳିଳ ଭାଇରାଲ ଭିଡ଼ିଓ ଉତ୍ତଳନ ହେବା ଘଟଣା । ଏସବୁ ଘଟଣା ଗୋଟେ ପ୍ରକାର ଓଡ଼ିଶା ପୁଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ବର୍ଷ ୨୦୧୬ରୁ ୨୦୧୮ଜନ୍ ମାସ ଶେଷ ସୁଦ୍ଧା ରାଜ୍ୟରେ ଅଶ୍ଳିଳ ଭାଇରାଲ ଭିଡ଼ିଓ ଅପରାଧ ପୁର୍ବ ବର୍ଷ ତୁଳନାରେ ବହୁ ସଂଖ୍ୟାରେ ବଢ଼ିଯାଇଥିବା ଜଣାପଡିଛି । ଯାହାର ଶବିଶେଷ ତଥ୍ୟ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭାରେ ଉପସ୍ଥାପନା କରିଛନ୍ତି ।

ରିପୋର୍ଟ କହୁଛି, ସୋସିଆଲ ମିଡ଼ିଆରେ ଅଶ୍ଳିଳ ଭାଇରାଲ ଭିଡ଼ିଓ ଉତ୍ତଳନ ଘଟଣା ଦୁଇ ବର୍ଷ ଭିତରେ ରାଜ୍ୟର ବିଭିନ୍ନ ଥାନାଗୁଡିକରେ ୨୨୫ଟି ମାମଲା ରୁଜୁ ହୋଇଛି । ଯେଉଁଥିରେ ୧୧୭ଜଣ ଅଭିଯୁକ୍ତ ଗିରଫ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ଏଥିସହ ରିପୋର୍ଟରେ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ, ୨୦୧୬ରେ ସାଇବର ଅପରାଧ ମାମଲା ୩୧୭ଟି ରୁଜୁ ହୋଇଥିବା ବେଳେ ପୁଲିସ ୯୯ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

ସେହିପରି ୨୦୧୭ରେ ସାଇବର ଅପରାଧ ମାମଲା ୮୨୪ଟି ରୁଜୁ ହୋଇଛି । ଯେଉଁଥିରେ ପୁଲିସ ୧୯୫ଜଣ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ହେଲେ ଚଳିତ ବର୍ଷ ଜୁନ୍ ଶେଷ ସୁଦ୍ଧା ଏହି ସାଇବର ଅପରାଧ ମାମଲା ୩୯୧ରେ ପହଚିଂଛି । ଯେଉଁଥିରେ ଏବେସୁଦ୍ଧା ୭୯ଜଣଙ୍କୁ ପୁଲିସ ଧରିବାରେ ସଫଳ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି, ଏସବୁ ଘଟଣାକୁ ରୋକିବା ପାଇଁ ଓଡ଼ିଶା ପୁଲିସ ବାରମ୍ବାର ସତ୍ତର୍କମୂଳକ ବାର୍ତ୍ତା ଜାରି କରିଥିବା ବେଳେ ବର୍ଷକୁ ବର୍ଷ ସାଇବର ଅପରାଧ ତଥା ଅଶ୍ଳିଳ ଭାଇରାଲ ଭିଡ଼ିଓ ମାମଲା ଥମିବାରେ ନା ନେଉନାହିଁ । କିଛି ମାସ ତଳେ ପୁଲିସ ଭାଇରାଲ ଭିଡ଼ିଓ ରୋକିବା ପାଇଁ ଏକ ଆଡ଼ଭାଇଜରି ଜାରି କରିଥିଲା । ହେଲେ ପୁଲିସର ଏତେସବୁ ସଚେତନତା ସତ୍ୱେ ପ୍ରେମରେ ବିଫଳ ହୋଇ ପ୍ରେମିକ ଜଣଙ୍କ ଏପରି ପଦକ୍ଷପ ଆପଣାଇଥିବା ପୁଲିସ ପ୍ରତିଥର ତଦନ୍ତରୁ ଜାଣିବାକୁ ପାଇଛି ।

ଏପରିସ୍ଥଳେ ବିଗତଦିନରେ ପିଡ଼ିତା ଓ ତାଙ୍କ ପରିବାର ବର୍ଗ ନିନ୍ଦା ଓ ଲଜ୍ଜାର ଶୀକାର ହୋଇଥିବା ଦେଖାଦେଇଛି । ଅନ୍ୟପଟରେ ପୁଲିସ ଆଡ଼ଭାଇଜରିକୁ କଡ଼ାକଡ଼ି ରୂପେ ମାନିବା ପାଇଁ ପୁଲିସ ଡ଼ିଜି ଡ଼ାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ପ୍ରେମିଯୁଗଳଙ୍କୁ ନିବେଦନ କରିଛନ୍ତି । ଯାହାକୁ ଅବମାନନା କଲେ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ଶର୍ମା ଚେତେଇ ଦେଇଛନ୍ତି ।