ଓଡ଼ିଶା ପୁଲିସ ନାଁ ପଦାରେ ପକାଇଲେ ଜେଲର ବାବୁ, ଯୁବତୀଙ୍କ ସହ ଶହେ ଶହେରେ ଖେଳ

ଭଦ୍ରକ: ନାରୀକୁ ସୁରକ୍ଷା ଓ ସମ୍ମାନ ଦିଅ । ଏମିତି ସଚେତନତା କାର୍ଯ୍ୟକ୍ରମ ଓଡ଼ିଶା ପୁଲିସ ବାରମ୍ବାର କରୁଛି । ହେଲେ ମହିଳାଙ୍କୁ ସୁରକ୍ଷା ଦେବେ କ’ଣ ଜଣେ ଯୁବତୀଙ୍କ ଜୀବନ ସହ ଖେଳିଛନ୍ତି ଜଣେ ପୁଲିସ ବାବୁ । କହିବାକୁ ଗଲେ ଯୁବତୀଙ୍କ ଶହେ ଶହେରେ ଖେଳିଛନ୍ତି ଏହି ପୁଲିସ ବାବୁ ଜଣଙ୍କ । ଯାହାଙ୍କ ପାଇଁ ରାଜ୍ୟ ପୁଲିସର ନାଁ ପଦାରେ ପଡିଥିବା ଚର୍ଚ୍ଚା ଜୋର ଧରିଛି । ଏହି ପୁଲିସ ବାବୁ ଜଣଙ୍କ
 
ଭଦ୍ରକ: ନାରୀକୁ ସୁରକ୍ଷା ଓ ସମ୍ମାନ ଦିଅ । ଏମିତି ସଚେତନତା କାର୍ଯ୍ୟକ୍ରମ ଓଡ଼ିଶା ପୁଲିସ ବାରମ୍ବାର କରୁଛି । ହେଲେ ମହିଳାଙ୍କୁ ସୁରକ୍ଷା ଦେବେ କ’ଣ ଜଣେ ଯୁବତୀଙ୍କ ଜୀବନ ସହ ଖେଳିଛନ୍ତି ଜଣେ ପୁଲିସ ବାବୁ । କହିବାକୁ ଗଲେ ଯୁବତୀଙ୍କ ଶହେ ଶହେରେ ଖେଳିଛନ୍ତି ଏହି ପୁଲିସ ବାବୁ ଜଣଙ୍କ । ଯାହାଙ୍କ ପାଇଁ ରାଜ୍ୟ ପୁଲିସର ନାଁ ପଦାରେ ପଡିଥିବା ଚର୍ଚ୍ଚା ଜୋର ଧରିଛି । ଏହି ପୁଲିସ ବାବୁ ଜଣଙ୍କ ଆଉ କେହି ନୁହେଁ ବରଂ ଭଦ୍ରକ ଜେଲର ଚିନ୍ମୟ ପାତ୍ର ଅଟନ୍ତି । ତାଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ । ସେ ଜେଲର ଚିନ୍ମୟଙ୍କ ନାଁରେ ଭଦ୍ରକ ଟାଉନ୍ ଥାନାରେ ଲିଖିତ ଅଭିଯୋଗ ଆଣିଛନ୍ତି ।
ଅଭିଯୋଗ ମୁତାବକ, ଚିନ୍ମୟ କରଞ୍ଜିଆର ଜେଲର ଥିବା ବେଳେ ବାଲେଶ୍ୱରର ଜଣେ ଇଞ୍ଜିନିୟରିଂ ପଢ଼ୁଥିବା ଯୁବତୀଙ୍କୁ ମିଛ ପ୍ରତିଶ୍ରୁତି ଦେଇ ବିବାହ କରିଥିଲେ । ହେଲେ ସେ ବିବାହିତା ଓ ଦୁଇ ଛୁଆର ବାପା ଥିବା ଯୁବତୀଙ୍କୁ ଏକଥା ଲୁଚାଇ ରଖିଥିଲେ । ବାଲେଶ୍ୱରରେ ଯୁବତୀ ଜଣଙ୍କ ବିଟେକ୍ ପାଠ ପଢ଼ୁଥିବା ବେଳେ ଜେଲରଙ୍କ ସହ ତାଙ୍କ ସମ୍ପର୍କ ଗଢ଼ି ଉଠିଥିଲା । ପ୍ରଥମ ଫେସବୁକ୍ ରେ ବନ୍ଧୁତା ଓ ପରେ ଦୁହେଁଙ୍କ ଭିତରେ ପ୍ରେମ ସମ୍ପର୍କ ଘନିଭୂତ ହୋଇଥିଲା । ଜେଲର ବାବୁ ଚାଲାଖ କରି ଯୁବତୀଙ୍କ ପରିବାରଙ୍କୁ ନିକଟତର କରିବାରେ ସକ୍ଷମ ହୋଇଥିଲେ ।
ଦିନ ଦିନ ଧରି ଯୁବତୀଙ୍କ ସହ ମିସିବା ପରେ ତାଙ୍କୁ ବିବାହ କରିବା ପାଇଁ ସେ ଘରେ କଥା ପକାଇଥିଲେ । ଦିନେ ହଠାତ୍ ସେ ଯୁବତୀଙ୍କୁ ଜୋର ଜବରଦସ୍ତ ଟାଣି ନେଇ ମନ୍ଦିରରେ ବିବାହ କରିଥିଲେ ଓ ପରେ ଉଭୟ ପତି-ପତ୍ନୀ ହୋଇ ରହିଥିଲେ । ଦିନେ ହଠାତ୍ ଚିନ୍ମୟଙ୍କ ମୋବାଇଲକୁ ଜଣେ ମହିଳାଙ୍କ ଭିଡ଼ିଓ କଲ ଆସିଥିଲା । ସେ ଚିନ୍ମୟଙ୍କୁ ବାରମ୍ବାର ପଚାରିବାରୁ ଉଭୟଙ୍କ ଭିତରେ ଝଗଡ଼ା ଆରମ୍ଭ ହୋଇଥିଲା । ବୁଝୁ ବୁଝୁ ମହିଳା ଜଣଙ୍କ ଜେଲର ଚିନ୍ମୟଙ୍କ ପ୍ରଥମ ପତ୍ନୀ ବୋଲି ଜାଣିବାକୁ ପାଇଥିଲେ ।
ସେହିଦିନଠାରୁ ଉଭୟଙ୍କ ଭିତରେ ଯୁକ୍ତିତର୍କ ଲାଗି ରହୁଥିଲା । ଏ ସମ୍ପର୍କରେ କାହାକୁ କହିଲେ ଜୀବନରେ ମାରିଦେବା ପାଇଁ ଧମକ ମଧ୍ୟ ଦଉଥିଲେ ପୁଲିସ ବାବୁ ଜଣଙ୍କ । ଖାଲି ଏତିକି ନୁହେଁ ଯୁବତୀଙ୍କ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ କରିଦେବା ପାଇଁ ଧମକ ଚମକ ମଧ୍ୟ ଦେଇଥିଲେ ଜେଲର ବାବୁ । ଯନ୍ତ୍ରଣା ସହି ନପାରି ଯୁବତୀ ଜଣଙ୍କ ଭଦ୍ରକ ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଜେଲର ବାବୁଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଯୁବତୀ ଜଣଙ୍କ ଦାବି କରିଛନ୍ତି ।