ଦିବ୍ୟାଙ୍ଗ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦରଦ, ଗାଡି ଅଟକାଇ ତୁରନ୍ତ ତାଙ୍କୁ ଘର ଯୋଗାଇଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

କଟକ: ରାଜ୍ୟବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦାରତା ଦେଖିବାକୁ ମିଳିଛି । କଟକ ନରସିଂହପୁରରେ ଏକ ସଭା କାର୍ଯ୍ୟ ସାରି ମୁଖ୍ୟମନ୍ତ୍ରୀ ଗାଡ଼ିରେ ବସି ହେଲିପ୍ୟାଡ଼ ଅଭିମୁଖେ ଯାଉଥିଲେ । ଠିକ ଏହି ସମୟରେ ଜଣେ ଦିବ୍ୟାଙ୍ଗ ଭିଡ ଭିତରୁ ବାହାରି ମୁଖ୍ୟମନ୍ତ୍ରୀଙ୍କ ଗାଡି ପଛରେ ଦୌଡ଼ିଥିଲେ । ଦିବ୍ୟାଙ୍ଗ ଲିପୁନା ପ୍ରତିହାରୀ (୩୦) ଗାଡି ପଛରେ ଦୌଡ଼ିଥିବା ଦେଖି ନବୀନଙ୍କ ସୁରକ୍ଷାକର୍ମୀ ଚିନ୍ତାରେ ପଡି ଯାଇଥିଲେ । ସୁରକ୍ଷା କର୍ମୀ ଲିପୁନାକୁ ଅଟକେଇବା ପାଇଁ
 

କଟକ: ରାଜ୍ୟବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦାରତା ଦେଖିବାକୁ ମିଳିଛି । କଟକ ନରସିଂହପୁରରେ ଏକ ସଭା କାର୍ଯ୍ୟ ସାରି ମୁଖ୍ୟମନ୍ତ୍ରୀ ଗାଡ଼ିରେ ବସି ହେଲିପ୍ୟାଡ଼ ଅଭିମୁଖେ ଯାଉଥିଲେ । ଠିକ ଏହି ସମୟରେ ଜଣେ ଦିବ୍ୟାଙ୍ଗ ଭିଡ ଭିତରୁ ବାହାରି ମୁଖ୍ୟମନ୍ତ୍ରୀଙ୍କ ଗାଡି ପଛରେ ଦୌଡ଼ିଥିଲେ । ଦିବ୍ୟାଙ୍ଗ ଲିପୁନା ପ୍ରତିହାରୀ (୩୦) ଗାଡି ପଛରେ ଦୌଡ଼ିଥିବା ଦେଖି ନବୀନଙ୍କ ସୁରକ୍ଷାକର୍ମୀ ଚିନ୍ତାରେ ପଡି ଯାଇଥିଲେ ।

ସୁରକ୍ଷା କର୍ମୀ ଲିପୁନାକୁ ଅଟକେଇବା ପାଇଁ ଚେଷ୍ଟା କରିଥିଲେ । ହେଲେ ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ନଜର ଦିବ୍ୟାଙ୍ଗ ଜଣଙ୍କ ଉପରେ ପଡିଥିଲା । ଛୋଟେଇ ଛୋଟେଇ ଆସୁଥିବା ଲିପୁନାକୁ ପାଖକୁ ଡାକି ତାର ଦୁଃଖ ବୁଝିଥିଲେ ।

ଦିବ୍ୟାଙ୍ଗଙ୍କ ଦାବି ଅନୁଯାୟୀ, ସେ ସବୁଦିନ ବସରେ କାନପୁର ଥାନା ବାସେଲିହତା ଗ୍ରାମରୁ କଟକ ବାଦାମବାଡ଼ିକୁ ଆସି ଭିକ୍ଷାବୃତ୍ତି କରି ଯାହାପାନ୍ତି ସେଥିରେ ଘର ଚଳାନ୍ତି । ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଘର ଏବଂ ଭତ୍ତା ଦେଉଛନ୍ତି । ତେଣୁ ମତେ ବି ଖଣ୍ଡେ ଘର ଦିଅନ୍ତୁ ବୋଲି ଲିପୁନା କହିଥିଲେ । ତାଙ୍କ ଗୁହାରୀକୁ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ କଟକ ଜିଲ୍ଲାପାଳ ଓ ବିଡ଼ିଓକୁ ନିର୍ଦ୍ଦେଶ ଦେଇଥିଲେ । ଏଥିରେ ଖୁସି ହୋଇ ଦିବ୍ୟାଙ୍ଗ ଜଣଙ୍କ ତାଙ୍କର ଗୁଣଗାଣ କରିଥିଲେ ।