ଟିଟିଲାଗଡରେ ଅଭାବନୀୟ ଦୃଶ୍ୟ, ରେଳ ଧାରଣ କଡରେ ମିଳିଲା ନବଜାତ ଶିଶୁ ମୃତ ଦେହ, ଶିଶୁବଳୀର ସନ୍ଦେହ

ଟିଟିଲାଗଡ଼ ସହରର ବହିଦାର ସ୍ଥିତ ରେଳ ଧାରଣ ନିକଟରେ ଗତକାଲି ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ରେଳ ଧାରଣା ନିକଟରୁ ଏକ ନବଜାତ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି । ସ୍ଥାନୀୟ ଲୋକେ ଏବେ ଭୟବିତ ଅବସ୍ଥାରେ ଥିବା ବେଳେ ସେମାନେ ପୋଲିସକୁ ଖବର ଦେଇଥିଲେ । ସୂଚନା ମୁତାବକ, ମୃତ ଶିଶୁର ଦେହଟି ପ୍ରାୟ ୪/୫ଦିନ ତଳର ବୋଲି ଅନୁମାନ କରାଯାଉଛି । ମୃତ ଦେହର କିଛି ଦୂରରେ ପୂଜା ସାମଗ୍ରୀ, କଣ୍ଢେଇ
 

ଟିଟିଲାଗଡ଼ ସହରର ବହିଦାର ସ୍ଥିତ ରେଳ ଧାରଣ ନିକଟରେ ଗତକାଲି ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ରେଳ ଧାରଣା ନିକଟରୁ ଏକ ନବଜାତ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି । ସ୍ଥାନୀୟ ଲୋକେ ଏବେ ଭୟବିତ ଅବସ୍ଥାରେ ଥିବା ବେଳେ ସେମାନେ ପୋଲିସକୁ ଖବର ଦେଇଥିଲେ ।

ସୂଚନା ମୁତାବକ, ମୃତ ଶିଶୁର ଦେହଟି ପ୍ରାୟ ୪/୫ଦିନ ତଳର ବୋଲି ଅନୁମାନ କରାଯାଉଛି । ମୃତ ଦେହର କିଛି ଦୂରରେ ପୂଜା ସାମଗ୍ରୀ, କଣ୍ଢେଇ ଓ ନଡିଆ ପଡିଥିବା ଦେଖିବାକୁ ମିଳିଛି । ମୃତ ଦେହରେ ଏକ କମ୍ବଳ ମଧ ଦେଖିବାକୁ ମିଳିଛି । ଯାହାକୁ ନେଇ ସ୍ଥାନୀୟ ଲୋକେ ଭୟବିତ ହୋଇ ରହିଛନ୍ତି । ଏହା ଏକ ଶିଶୁବଳୀ ବୋଲି ସନ୍ଦେହ କରାଯାଉଛି । ପୋଲିସ ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି ।