ଏହି ସବୁ ଜିଲ୍ଲାରେ ବର୍ଷା ସହ ଘଡଘଡି ସମ୍ଭାବନା, ସର୍ତକ କଲା ପାଣିପାଗ ବିଭାଗ, ଆପଣଙ୍କ ଜିଲ୍ଳା ଏଥିରେ ଅଛି କି ପଢନ୍ତୁ

ଭୁବନେଶ୍ୱର: ଗୋଟେ ପଟେ ମୌସୁମୀ ପ୍ରଭାବରୁ ଅନାଧୁନିଆ ବର୍ଷା ରାଜ୍ୟବାସୀଙ୍କୁ କଲବଲ କରୁଥିବା ବେଳେ ପୁଣି ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି । ଫଳରେ ରାଜ୍ୟର କିଛି ଜିଲ୍ଳାରେ ପ୍ରବଳ ବର୍ଷା ସହ ଘଡଘଡି ହେବାର ବହୁ ସମ୍ଭବନା ରହିଛି । ଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ରାଜ୍ୟରେ କିଛି ଦିନ ହେବ ବର୍ଷା ଜାରି ରହିଛି । ଆଜି ୧୮ଟି ଜିଲ୍ଲାରେ ବର୍ଷା ସମ୍ଭାବନା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି
 

ଭୁବନେଶ୍ୱର: ଗୋଟେ ପଟେ ମୌସୁମୀ ପ୍ରଭାବରୁ ଅନାଧୁନିଆ ବର୍ଷା ରାଜ୍ୟବାସୀଙ୍କୁ କଲବଲ କରୁଥିବା ବେଳେ ପୁଣି ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି । ଫଳରେ ରାଜ୍ୟର କିଛି ଜିଲ୍ଳାରେ ପ୍ରବଳ ବର୍ଷା ସହ ଘଡଘଡି ହେବାର ବହୁ ସମ୍ଭବନା ରହିଛି ।

ଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ରାଜ୍ୟରେ କିଛି ଦିନ ହେବ ବର୍ଷା ଜାରି ରହିଛି । ଆଜି ୧୮ଟି ଜିଲ୍ଲାରେ ବର୍ଷା ସମ୍ଭାବନା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ସମ୍ପୃକ୍ତ ଜିଲ୍ଲାଗୁଡିକ ହେଲା କଳାହାଣ୍ଡି, କୋରାପୁଟ, ରାୟଗଡା, ମାଲକାନଗିରି, କନ୍ଧମାଳ, ଗଜପତି, ଗଞ୍ଜାମ, ନୟାଗଡ, ଦେବଗଡ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ଝାରସୁଗୁଡା, ମୟୂରଭଞ୍ଜ, ସୁନ୍ଦରଗଡ, ସମ୍ବଲପୁର, ସୁବର୍ଣ୍ଣପୁର ଓ ବରଗଡ ଜିଲ୍ଲାରେ ମୈାସୁମୀ ଓ ଲଘୁଚାପ ପ୍ରଭାବରେ ବର୍ଷା ସାଙ୍ଗକୁ ବଜ୍ରପାତ ହେବା ସମ୍ଭାବନା ରହିଛି ।

ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ଏହି ୧୮ଟି ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଏହି ସମୟରେ ଘରୁ ନ ବାହାରିବାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି ।