ଆଉ ନାହାନ୍ତି ପୂର୍ବତନ ଓଡ଼ିଶା ଡିଜି ଏସ୍ଏନ୍ ତିୱାରୀ, ଏସପିଜି ଦାୟିତ୍ୱ ତୁଲାଇଥିଲେ…

ଓଡ଼ିଆ ଗସିପ୍ ବ୍ୟୁରୋ: ପରଲୋକରେ ଓଡ଼ିଶା ପୋଲିସର ପୂର୍ବତନ ମୁଖିଆ ଏସ୍.ଏନ୍ ତିୱାରୀ ଓରଫ୍ ଶ୍ୟାମ ନାରାୟଣ ତିୱାରୀ । ଆଜି ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଏସଏନ ତିୱାରୀ । ଏସଏନ ତିୱାରୀଙ୍କ ଦେହାନ୍ତ ଖବର ବୁଦ୍ଧୀଜୀବୀ ମହଲରେ ନିରାଶା ଖେଳାଇ ଦେଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ବର୍ଷ ହୋଇଥିଲା । କିଛିଦିନ ହେବ ସେ କର୍କଟରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ ବୋଲି ପରିବାର ପକ୍ଷରୁ
 

ଓଡ଼ିଆ ଗସିପ୍ ବ୍ୟୁରୋ: ପରଲୋକରେ ଓଡ଼ିଶା ପୋଲିସର ପୂର୍ବତନ ମୁଖିଆ ଏସ୍.ଏନ୍ ତିୱାରୀ ଓରଫ୍ ଶ୍ୟାମ ନାରାୟଣ ତିୱାରୀ । ଆଜି ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଏସଏନ ତିୱାରୀ ।

ଏସଏନ ତିୱାରୀଙ୍କ ଦେହାନ୍ତ ଖବର ବୁଦ୍ଧୀଜୀବୀ ମହଲରେ ନିରାଶା ଖେଳାଇ ଦେଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ବର୍ଷ ହୋଇଥିଲା । କିଛିଦିନ ହେବ ସେ କର୍କଟରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ ବୋଲି ପରିବାର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଦିବଂଗତ ତିୱାରୀ ରାଜଖରିଆର (ବର୍ତ୍ତମାନ ଖରିଆର)ର ମୂଳ ବାସିନ୍ଦା ଓ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ପାସ୍‌ କରି ସେ ୧୯୬୩ରେ ଆଇପିଏସରେ ଯୋଗ ଦେଇଥିଲେ ।

ଏହାପ‌ରେ ସେ ରାଜ୍ୟ ପୁଲିସ ଏବଂ କେନ୍ଦ୍ରୀୟ ସୁରକ୍ଷା ସଂସ୍ଥାରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରିଥିଲେ । କେବଳ ଏତିକି ନୁହେଁ, ତିୱାରୀ ଓଡ଼ିଶାର ପୁଲିସ ବାହିନୀର ପ୍ରାୟ ସମସ୍ତ ବିଭାଗ ତଥା କେନ୍ଦ୍ରୀୟ ପୁଲିସ ସଂଗଠନରେ ମଧ୍ୟ ନେତୃତ୍ୱ ନେଇଛନ୍ତି ।

ଏସ୍‌ ଏନ୍‌ ତିୱାରୀ ଡିଆଇଜି ସେଣ୍ଟ୍ରାଲ୍‌ ରେଞ୍ଜ, ନିର୍ଦ୍ଦେଶକ (ଇଣ୍ଟେଲିଜେନ୍‌ସ), ନିର୍ଦ୍ଦେଶକ (କାରାଗାର), ଡିଜି ପୁଲିସ ପଦରେ ସଫଳତା ସହ କାର୍ଯ୍ୟ କରି କେନ୍ଦ୍ରୀୟ ଡେପୁଟେସନ୍‌ରେ ଇଣ୍ଟେଲିଜେନ୍‌ସ ବ୍ୟୁରୋର ଯୁଗ୍ମ ସଚିବ, ଭାବରେ ମଧ୍ୟ କାମ କରିଛନ୍ତି ।

ତିୱାରୀ ଓଡ଼ିଶାର ପ୍ରଥମ ଏବଂ ଏକମାତ୍ର ପୁଲିସ ଅଧିକାରୀ ଯିଏକି ଏସପିଜିର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ନକ୍ସଲ ନିରୋଧି ଅପରେସନ୍ କ୍ଷେତ୍ରରେ ତାଙ୍କର ପାରଦର୍ଶିତା ଖୁବ୍‌ ପ୍ରଶଂସନୀୟ ଥିଲା ।

ସ୍ବଗତଃ ତିୱାରୀଙ୍କ ବିୟୋଗରେ ଓଡ଼ିଶାର ପୁଲିସ ମହାନିର୍ଦ୍ଦେଶକ ଅଭୟ ଶୋକ ପ୍ରକାଶ କରିଛନ୍ତି । ସେ ଟୁଇଟ୍ କରି ତାଙ୍କ ପରିବାର ପ୍ରତି ସବବେଦନା ଜ୍ଞାପନ କରିଛନ୍ତି ।