କରୋନା କାଳରେ ପ୍ୟାର ଆଉ ଚଉଠି ରାତି ପାଇଁ ସତର୍କତା ମୂଳକ ପରାମର୍ଶ

 

ଓଡ଼ିଆ ଗସିପ୍ ବ୍ୟୁରୋ:ରୋନା ମହାମାରୀ ବେଳେ ପ୍ରେମ୍ ଫ୍ରେମ୍ କୁଆଡ଼େ ସବୁ ଚୁଲିକି ଗଲାଣି । କେବଳ ଯାହା ଭିଡିଓ କଲ୍ ରେ ହିଁ ଇଲୁ ଇଲୁ, ପପି, ଗେଲ ଦିଆ ନିଆ ଓ କୋଳାକୋଳି । ଏପିରିକି ଅନେକ ନବବିବାହିତ ଦମ୍ପତ୍ତିଙ୍କ ପାଇଁ ଏହ ଏକ  ମିଶ୍ର ଅନୁଭୂତି ଦେଉଥିବା ସମୟ ।

କାହିଁକିନା ଏବେ ଓଡ଼ିଶାରେ 14 ଲକଡାଉନ୍ କଟକଣା ଲାଗୁ ହୋଇଛି । ଆଉ ଏହି ସମୟରେ ବାହରକୁ ଯିବାର କୌଣସି ସମ୍ଭାବନା ନାହିଁ । ଘରେ ଯୌଥ ପରିବାର ସହ ଅନ୍ତରଙ୍ଗ ମୁହୁର୍ତ୍ତ ବିତେଇବାର ସୁଯୋଗ ମିଳୁଥିଲେ ମଧ୍ୟ ଟିକେ ଟିକେ ଅଡୁଆ ଲାଗେ ନବଦମ୍ପତ୍ତିଙ୍କୁ ।

ଆଉ ରହିଲା ପ୍ରେମୀଯୁଗଳଙ୍କ କଥା, ସରକାର ବାରମ୍ବାର ସଚେତନ କରାଯାଉଛନ୍ତି ଯେ, ମାସ୍କ ପରିଧାନ କରନ୍ତୁ ଏବଂ ସାମାଜିକ ଦୂରତା ଅବଲମ୍ବନ କରନ୍ତୁ । ନଚେତ ସଂକ୍ରମଣର ଚେନ୍ ଭାଙ୍ଗିବା ପରିବର୍ତ୍ତେ ଏହା ଅଧିକରୁ ଅଧିକ ବ୍ୟାପିଥାଏ । ତେଣୁ ଲଭ୍, ରୋମାନ୍ସ ଓ ସେକ୍ସ ବେଳେ ନିଜର ଓ ନିଜ ପରିବାରର ସ୍ୱାସ୍ଥ୍ୟ ସମ୍ପର୍କରେ ଅଧିକ ଚିନ୍ତା କରିବାର ଆବଶ୍ୟକତା ରହିଛି ।