ଖାକିକୁ ଖୋଲା ଚ୍ୟାଲେଞ୍ଜ ଦେଇ ୫ କୋଟି ଟଙ୍କାର ଆସବାବପତ୍ର ଲୁଟ, ଘର ଛାଡି ଯାଉଥିଲେ ସାବଧାନ! 
 

Bhubaneswar police commissioner warn people Be careful Before leaving home 
 
 
ଘର ଛାଡି ଯାଉଥିଲେ ସାବଧାନ! 
 

ଓଡ଼ିଆ ଗସିପ୍ ବ୍ୟୁରୋ: ଘର ଛାଡି ଯାଉଥିଲେ ସାବଧାନ। ବାହାରକୁ ଯିବା କଥା ଅଜଣା ଲୋକଙ୍କୁ ଜଣାନ୍ତୁ ନାହିଁ । ସୋସିଆଲ ମିଡିଆରେ ବି ଫଟୋ ପୋଷ୍ଟ କରନ୍ତୁନି। ଗତ ମାସକରେ ରାଜଧାନୀରେ ଥିବା ୨୧ଟି ଆପାର୍ଟମେଣ୍ଟରୁ ଲୁଟ ପରେ ଲୋକଙ୍କୁ ସତର୍କ କରାଇଛି କମିଶନରେଟ ପୁଲିସ । ପୁଲିସକୁ ଦୋଷ ନଦେଇ ନିଜେ ସଚେତନ ହେବାକୁ ପରାମର୍ଶ ଦେଇଛି ପୁଲିସ ।

ଅଧିକ ପଢନ୍ତୁ : ସୂର୍ଯ୍ୟ -ମଙ୍ଗଳ ଗୋଚର, ଏହି ସବୁ ରାଶିଙ୍କ ବଦଳିବ ଭାଗ୍ୟ, ଆର୍ଥିକ ସ୍ଥିତି ମଜବୁତ ହେବା ସହ ଆକସ୍ମିକ ଧନଲାଭର ଯୋଗ

ଆପାର୍ଟମେଣ୍ଟରେ ରହୁଥିଲେ ହୋଇଯାଆନ୍ତୁ ସାବଧାନ। ଘର ଛାଡ଼ି ଯାଉଥିଲେ ରୁହନ୍ତୁ ସଜାଗ। ଆପଣଙ୍କ ଧନ ସମ୍ପତ୍ତି ଉପରେ ପଡିପାରେ ଲୁଟେରାଙ୍କ ନଜର । ପୁଲିସ ଦୋଷ ନଦେଇ ନିଜେ ସୁରକ୍ଷିତ ରହିବା ଦିଗରେ ସଚେତନ କଲେ କମିଶନର ।

ଇନ୍ଫୋସିଟି ଥାନା ଠାରୁ ମାତ୍ର ଶହେ ମିଟର ଦୂର ପଥରଗାଡ଼ିଆ ରୋଡରେ ଥିବା ଏ ହେଉଛି ରାଜବାଟିକା କମ୍ପ୍ଲେକ୍ସ ଆପାର୍ଟମେଣ୍ଟ । ଆଉ ଏ ହେଉଛି ଅକ୍ଟୋବର ୧୫ ତାରିଖ ରାତିର ସିସିଟିଭି ଭିଜୁଆଲ । ଖାକିକୁ ଖୋଲା ଚ୍ୟାଲେଞ୍ଜ ଦେଇ ଆପାର୍ଟମେଣ୍ଟର ୩ ଟି ଫ୍ଲାଟ ନମ୍ବର H2 , I4, G4 ରୁ ପାଖାପାଖି ୫ କୋଟି ଟଙ୍କାର ଆସବାବପତ୍ର ଲୁଟ କରିଥିଲେ ଲୁଟେରା ।

ଅଧିକ ପଢନ୍ତୁ :ଦୀପାବଳିରେ ଦୁର୍ଲଭ ସଂଯୋଗ, ସୃଷ୍ଟି ହେଉଛି ରାଜଯୋଗ, ଏହି ତିନି ରାଶି ଉପରେ ବର୍ଷିବ ଧନ

କାହାର ଝିଅ ବାହାଘର ପାଇଁ ସୁନା ଥିଲା ତ ଆଉ କାହାର ଜମି କିଣିବା ପାଇଁ ଥିବା ଟଙ୍କାକୁ ବ୍ୟାଗରେ ଭର୍ତ୍ତି କରି ଲୁଟି ନେଇଥିଲେ ଅଭିଯୁକ୍ତ । ଏନେଇ ଅଭିଯୋଗ ପରେ ପୁଲିସ, ସାଇଣ୍ଟିଫିକ ଟିମ ଓ ଡଗ ସ୍କ୍ବାର୍ଡ ଛାନଭିନ ଚଳାଇଥିଲେ ସୁଧା ଫଳ ଶୂନ ।

ଗତ ମାସକରେ କେବଳ ରାଜବାଟିକା ଆପାର୍ଟମେଣ୍ଟ ନୁହଁ ରାଜଧାନୀରେ ଥିବା ୨୧ଟି ଆପାର୍ଟମେଣ୍ଟରେ କଳାକନା ବୁଲାଇଛନ୍ତି ଲୁଟେରା । ସିକ୍ୟୁରିଟି ଗାର୍ଡ ଓ ସିସିଟିଭିକୁ ସେମାନଙ୍କ ଖାତିର ନାହିଁ । କେବଳ ପୋଲିସକୁ ଦୋଷ ନଦେଇ ଲୋକେ ନିଜେ ସଚେତନ ହୁଅନ୍ତୁ । ଘର ଛାଡ଼ି ବାହାରକୁ ଯିବା ବେଳେ ଅଜଣା ଲୋକଙ୍କୁ ନଜଣାଇବା ସହ ସୋସିଆଲ ମିଡିଆରେ ଫଟୋ ଆସିବା ପର୍ୟ୍ୟନ୍ତ ପୋଷ୍ଟ ନକରିବା ପାଇଁ ଟୁଇନ ସିଟି ବାସୀଙ୍କୁ ସଚେତନ କରିଛନ୍ତି ପୋଲିସ କମିଶନର।

ଅଧିକ ପଢନ୍ତୁ :ଅନ୍ଧ କରିଦେଉଛି ଡାଇବେଟିସ୍‌, ତୁରନ୍ତ ଛାଡନ୍ତୁ ଏହି ୯ ଖାଦ୍ୟ, ଦୃଷ୍ଟିଶକ୍ତି ହ୍ରାସରୁ ବଞ୍ଚିଯିବେ!