ବିଧାତାର ବିଚିତ୍ର ଘଢ଼ଣ, ମୁଣ୍ଡ ଓ ହାତ ନଥିବା ଶିଶୁ କନ୍ୟାକୁ ଜନ୍ମ ଦେଲେ ସଦୁଗାମ
 

Baby girl born without head and hand in Mayurbhanj
 
ଜନ୍ମ ହେଲା ମୁଣ୍ଡ ଓ ହାତ ନଥିବା ଶିଶୁ କନ୍ୟା
 

ଓଡ଼ିଆ ଗସିପ୍ ବ୍ୟୁରୋ: ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶନିବାର ଅପରାହ୍ନରେ ଜଣେ ଗର୍ଭବତୀ ମହିଳା ୨ଟି ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ଦୁଇଟି ଶିଶୁ କନ୍ୟାଙ୍କ ମଧ୍ୟରୁ ଭଲ ଅବସ୍ଥାରେ ଥିବା ବେଳେ ଅନ୍ୟ ଶିଶୁ କନ୍ୟାଟିର ମୁଣ୍ଡ ଓ ହାତ ନଥିଲା। କେବଳ ଗୋଡ ଦୁଇଟି ଓ ପେଟ ସହ ଜନ୍ମ ହୋଇଥିଲା ଶିଶୁ କନ୍ୟା।

ଅଧିକ ପଢନ୍ତୁ :ଅନ୍ଧ କରିଦେଉଛି ଡାଇବେଟିସ୍‌, ତୁରନ୍ତ ଛାଡନ୍ତୁ ଏହି ୯ ଖାଦ୍ୟ, ଦୃଷ୍ଟିଶକ୍ତି ହ୍ରାସରୁ ବଞ୍ଚିଯିବେ!

ମିଳିଥିବା ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ପଣସଡ଼ିହା ଗ୍ରାମପଞ୍ଚାୟତ ରାଉତ ମୁଦୟାଙ୍କ ସ୍ତ୍ରୀ ସଦୁଗାମ ଗର୍ଭ ଯନ୍ତ୍ରଣା ପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ମେଡିକାଲ ନିଆଯାଉଥିଲା। ତେବେ ବାଟରେ ଆମ୍ବୁଲାନ୍ସରେ ଗୋଟିଏ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ।ପରେ ତାଙ୍କୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଦିନ ପ୍ରାୟ ୪ .୧୫ ମିନିଟ ସମୟରେ ମୃତ ଅବସ୍ଥାରେ ଆଉ ଏକ ମୁଣ୍ଡ ହାତ ନଥିବା ଶିଶୁ କନ୍ୟାକୁ ଜନ୍ମ ଦେଇ ଥିଲେ ସୁଦଗାମ। 

ଅଧିକ ପଢନ୍ତୁ :ଓଡ଼ିଶା ଉପରେ ରହିବ କି ବାତ୍ୟା ‘ମିଧିଲି’ର ପ୍ରଭାବ ? ଜାଣନ୍ତୁ କ'ଣ କହୁଛି IMD

ତେବେ ଏହା  ସୁଦଗାମଙ୍କ ୪ ର୍ଥ ଗର୍ଭ ବୋଲି ଜଣାପଡିଛି। ଯେଉଁଥିଲେ ଦୁଇଟି ଶିଶୁ କନ୍ୟା ଜନ୍ମ ହୋଇଥିବା ବେଳେ ଜଣେ ଭଲ ଥିବା ବେଳେ ଅନ୍ୟଟି ମୃତ। ତେବେ ମୁଣ୍ଡ ହାତ ନଥିବା ମୃତ ଶିଶୁର ଓଜନ ୨ କିଗ୍ରା ୬୦ ଗ୍ରାମ ଥିବା ବେଳେ ଅନ୍ୟ ଶିଶୁର ଓଜନ ୨ କିଗ୍ରା ୪୧୦ ଗ୍ରାମ ରହିଛି। ପୂର୍ବରୁ ତାଙ୍କର ୨ ଟି ଝିଅ ଓ ଗୋଟିଏ ପୁଅ ଥିବାର ଜଣାଯାଇଛି।

ଅଧିକ ପଢନ୍ତୁ: ଅବିବାହିତଙ୍କ ବିବାହ ସ୍ଥିର ହେବା ସହ ଏହି ରାଶି ଲୋକଙ୍କ ରହିଛି ଅଜଥା ଅର୍ଥ ହାନି ଯୋଗ, ପଢନ୍ତୁ ଆଜିର ରାଶିଫଳ