ମାଛ ଏବଂ ଚିକେନକୁ ଫ୍ରିଜରେ ଅଧିକ ଦିନ ରଖୁଛନ୍ତି କି ? ଏକ୍ସପର୍ଟଙ୍କ ମତ କିଛି ଏପରି ରହିଛି...

 

 

ଓଡ଼ିଆ ଗସିପ ବ୍ୟୁରୋ (ସ୍ୱତନ୍ତ୍ର ପ୍ରତିନିଧି , ୨୯/୯/୨୦୨୫): ଲଞ୍ଚ ହେଉ କି ଡିନର୍ ବଳକା ଖାଦ୍ୟକୁ ଅନେକ ଲୋକ ଫ୍ରିଜରେ ରଖିଦିଅନ୍ତି । ଫଳ, ପରିବା, ଆଚାର, ତରକାରୀ ଏବଂ ଭିନ୍ନ ଭିନ୍ନ ପ୍ରକାର ଖାଇବା ଫ୍ରିଜରେ ରଖି ଦିଆଯାଏ । କିନ୍ତୁ ପ୍ରତିଟି ଖାଦ୍ୟର ନିଜର ଏକ ସେଲ୍ଫ ଲାଇଫ୍ ଥାଏ । ଯଦି ଫ୍ରିଜରେ ଏହି ଖାଦ୍ୟକୁ ଅଧିକ ସମୟ ଧରି ରଖିବେ ତାହେଲେ ଖାଦ୍ୟ ତ ଖରାପ ହେବ ଏହା ସହ ଖାଇବା ଲୋକର ଦେହ ମଧ୍ୟ ଖରାପ ହେବ ।

ପ୍ରତିଟି ଖାଦ୍ୟପଦାର୍ଥ ଭଳି ନନଭେଜ୍ ଖାଦ୍ୟର ମଧ୍ୟ ଏକ ସେଲ୍ଫ ଲାଇଫ୍ ରହିଛି । ଖାସ୍ କରି ଚିକେନ୍ , ମଟନ୍ ଏବଂ ମାଛର । ନନଭେଜକୁ ଅଧିକ ସମୟ ଧରି ଫ୍ରିଜରେ ରଖିବା ଦ୍ବାରା ଏହାର ପୋଷକ ତତ୍ତ୍ବ ଏବଂ ସ୍ବାଦ ଦୁଇଟାଯାକ ଖରାପ ହୋଇଥାଏ । ସେଥିପାଇଁ ଏହା ଜାଣିବା ନିହାତି ଦରକାର ଯେ କେତେ ସମୟ ଧରି ଆପଣ ଫ୍ରିଜରେ ଚିକେନ୍ ଏବଂ ମାଛକୁ ରଖିପାରିବେ । ଏନେଇ କ’ଣ କୁହନ୍ତି ଏକ୍ସପର୍ଟ ଆସନ୍ତୁ ଜାଣିବା ।

ଏକ୍ସପର୍ଟଙ୍କ ଅନୁସାରେ ଯଦି କଞ୍ଚା ଚିକେନକୁ ଆପଣ ଫ୍ରିଜରେ ରଖୁଛନ୍ତି ତା’ହେଲେ ଦିନେ କି ଦୁଇଦିନ ଭିତରେ ରୋଷେଇ କରି ଖାଇଦେବା ଦରକାର । କିନ୍ତୁ ଯଦି ଚିକେନକୁ ଏୟାର୍ କଣ୍ଟେନରରେ ଟାଇଟ୍ କରି ରଖୁଛନ୍ତି ତେବେ ଫ୍ରିଜରରେ ସପ୍ତାହେ ଧରି ରଖିପାରିବେ । କଞ୍ଚା ଚିକେନରେ ଯେହେତୁ ପାଣିର ମାତ୍ରା ଅଧିକ ଥାଏ ତେଣୁ ନର୍ମାଲ୍ ତାପମାନରେ ଏହା ଶୀଘ୍ର ଖରାପ ହୋଇଯାଏ ।

ଯଦି ମାଂସରୁ ଦୁର୍ଗନ୍ଧ ବାହାରୁଛି କିମ୍ବା ରଙ୍ଗ ପରିବର୍ତ୍ତନ ହୋଇ ଲାଳୁଆ ଲାଗୁଛି ତେବେ ଚିକେନ୍ ଖରାପ ହେଲା ବୋଲି ଜାଣ । ତେଣୁ ଏହାକୁ ଦିନେ କି ଦୁଇଦିନରେ ଖାଇଦେବା ସବୁଠୁ ଭଲ । ମଟନକୁ ସେଲ୍ଫ ଲାଇଫ୍ ରେଫ୍ରିଜରେଟରରେ ୩ ରୁ ୫ ଦିନ ରଖାଯାଇପାରିବ । ଯେହେତୁ ମଟନ୍ ମାଂସ ଦୁର୍ଗନ୍ଧକୁ ଶୀଘ୍ର ଶୁଖାଇ ଦେଇଥାଏ ତେଣୁ ଏହାକୁ ଏୟାର୍ ଟାଇଟ୍ କଣ୍ଟେନର୍ ପ୍ୟାକେଜିଂରେ ରଖାଯାଇପାରିବ । ଯଦି ମଟନ୍ ଖରାପ ହୋଇଯାଏ ତେବେ ଏଥିରୁ ଦୁର୍ଗନ୍ଧ ବାହାରି ଚିକେନ୍ ଭଳି ଲାଳୁଆ ଏବଂ ରଙ୍ଗ ପରିବର୍ତ୍ତନ ହୋଇଥାଏ ।

ଥଣ୍ଡା ତାପମାତ୍ରାରେ ଆସିଲେ ମାଛ ଶୀଘ୍ର ପ୍ରତିକ୍ରିୟା ଦେଖାଇଥାଏ । ଫ୍ରିଜରେ ରଖିବା ଦ୍ବାରା ସତେଜ ମାଛ ଆଉ ଫ୍ରେଶ୍ ରହିନଥାଏ । ମାଛ କିଣି ଘରକୁ ଆଣିବା ସଙ୍ଗେ ସଙ୍ଗେ ହିଁ ଏହାକୁ ଭାଜି ନିଅନ୍ତୁ । ଭଜା ମାଛକୁ ଆପଣ କିଛି ସମୟ ପାଇଁ ଫ୍ରିଜରେ ଷ୍ଟୋର୍ କରିପାରିବେ । ଯେତେବେଳେ ମାଛ ଖରାପ ଅବସ୍ଥାକୁ ଆସେ ଏଥିରେ ବାସି ଗନ୍ଧ ଏବଂ ଚମଡ଼ା ଲାଳୁଆ ଲାଗେ । ଅନେକ ଲୋକ ଚିକେନ୍ - ମଟନକୁ ଅନେକ ଦିନ ପର୍ଯ୍ୟନ୍ତ ଫ୍ରିଜରେ ଷ୍ଟୋର୍ କରନ୍ତି । କିନ୍ତୁ ଫ୍ରୋଜନ୍ ଚିକେନ ଏବଂ ମଟନକୁ ଫ୍ରିଜରେ ୩ ରୁ ୪ ଦିନରୁ ଅଧିକ ସମୟ ରଖିବା ଉଚିତ୍ ନୁହେଁ । ଯଦି ଅଧିକ ସମୟ ଫ୍ରିଜରେ ନନଭେଜ୍ ରଖୁଛନ୍ତି ତା’ହେଲେ ଏହା ଦେହ ପାଇଁ କ୍ଷତିକାରକ ।