ଆସୁଛି ଆଉ ଏକ ଲଘୁଚାପ, ଏହି ତାରିଖରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ
Another low pressure over bay of bengal to trigger rains in Odisha
Sep 1, 2023, 18:41 IST
ଆସୁଛି ଆଉ ଏକ ଲଘୁଚାପ
ଓଡ଼ିଆ ଗସିପ୍ ବ୍ୟୁରୋ: ଆସୁଛି ଆଉ ଏକ ଲଘୁଚାପ। ଆସନ୍ତା ୩ ତାରିଖରେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ। ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ଲଘୁଚାପ କ୍ଷେତ୍ରର ରୂପ ନେବାର ସମ୍ଭାବନା ରହିଛି।
ଅଧିକ ପଢ଼ନ୍ତୁ: ବିଶ୍ୱରେ ପ୍ରଥମ ଥର ପାଇଁ ଆବିଷ୍କାର ହେଲା ଚମତ୍କାରୀ ଇଞ୍ଜେକ୍ସନ, ମାତ୍ର ୭ ମିନିଟରେ ହେବ କ୍ୟାନ୍ସର ଚିକିତ୍ସା
ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ନେଇ ଆଜି ପାଣିପାଗ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆହେଇଛି। ଆସନ୍ତା ୫ ତାରିଖ ବେଳକୁ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ୩ ତାରିଖରୁ ପାଗର ପରିବର୍ତ୍ତନ ଆସିବ। ବାୟୁ ଚଳନରେ ପରିବର୍ତ୍ତନ ସମ୍ଭାବନା ହେତୁ ରାଜ୍ୟରେ ୩ ତାରିଖରୁ ବର୍ଷାର ବିସ୍ତୃତି ବଢ଼଼ିବ। ଆସନ୍ତା ୩ ଓ ୪ ତାରିଖରେ ରାଜ୍ୟରେ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି କେନ୍ଦ୍ର କହିଛି।