ରୁମ ନମ୍ବର ୧ ରେ ଛାତ୍ରୀଙ୍କୁ ମାନସିକ ନିର୍ଯ୍ୟାତନା, ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲା ଗଣଶିକ୍ଷା ବିଭାଗ 
 

Allegations of ragging in Ramadevi University
 
ଛାତ୍ରୀଙ୍କୁ ମାନସିକ ନିର୍ଯ୍ୟାତନା
 

ଓଡ଼ିଆ ଗସିପ୍ ବ୍ୟୁରୋ: ରମାଦେବୀ ଜୁନିୟର କଲେଜ ଛାତ୍ରୀ ଆଣିଲେ ରାଗିଂ ଅଭିଯୋଗ। ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀ ଜଣଙ୍କ ଅନ୍ତେବାସୀମାନେ ମାନସିକ ନିର୍ୟାତନା ଦେବା ସହ ଏକଘରିକିଆ କରିଦେଇଥିବା ଅଭିଯୋଗ କରିଛନ୍ତି । ଏନେଇ କଲେଜ୍ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିବା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା। 

ଅଧିକ ପଢ଼ନ୍ତୁ: ୧୭୮ ବର୍ଷ ପରେ ସୂର୍ଯ୍ୟ ପରାଗରେ ଦୁର୍ଲଭ ଯୋଗ, ୩ ରାଶିଙ୍କ ପାଇଁ ଶୁଭ ସମୟ, ଧନଲାଭ ସହ ବଢି଼ବ ବ୍ୟାଙ୍କ ବାଲାନ୍ସ,!

ଯାହା ଫରେ ଛାତ୍ରୀ ଜଣଙ୍କ ଗଣଶିକ୍ଷା ବିଭାଗକୁ ଲିଖିତ ଅଭିଯୋଗ କରିଥିଲେ। ଛାତ୍ରୀ ଜଣଙ୍କ ଅଭିଯୋଗ ପାଇବା ପରେ ଗଣଶିକ୍ଷା ବିଭାଗଟି ଘଟଣାକୁ ଗୁରୁତ୍ବର ସହ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଅଧିକ ପଢ଼ନ୍ତୁ: ରାହୁ ଗୋଚର ଫଳରେ ସୃଷ୍ଟି ହେବ ଭୟଙ୍କର ପରିସ୍ଥିତି, ଏହି ରାଶିରେ ଲୋକଙ୍କ ଉପରେ ୨୦୨୫ ପର୍ଯ୍ୟନ୍ତ ପଡିବ ପ୍ରଭାବ

ଛାତ୍ରୀଜଣଙ୍କ ରମାଦେବୀ ଜୁନିୟର କଲେଜର ୧ ନମ୍ବର ରୁମରେ ମାନସିକ ନିର୍ଯ୍ୟାତନା ଦିଆଯାଇଥିବା ଅଭିଯୋଗ କରିଛନ୍ତି। ଅନ୍ତେବାସୀମାନେ ତାଙ୍କୁ ଆକ୍ଷେପ କରି ଜାତିଆଣ ମନ୍ତବ୍ୟ ଦେବା, ରୁମ୍‌ରେ ଅଶ୍ଳିଳ ଭିଡିଓ ଦେଖିବା, ରାତିରେ ସର୍ଟ୍ସ ପିନ୍ଧିବାକୁ ବାଧ୍ୟ କରିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଛାତ୍ରୀ। ଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ରୁମ୍‌ରେ ତାଙ୍କୁ ଏକ ଘରକିଆ କରି ରଖାଯାଉଥିଲା। ତାଙ୍କ ପୋଷାକପତ୍ର, ଜୋତା ଅଲଗା ରଖିବାକୁ କୁହାଯାଉଥିଲା।

ଅଧିକ ପଢ଼ନ୍ତୁ: ଦିନକୁ ଦିନ କାହିଁକି ବଢୁଛି ଷ୍ଚ୍ରୋକ୍ ? କ’ଣ କଲେ କମ ରହିବ ଷ୍ଟ୍ରୋକ୍ ରିସ୍କ, ଜାଣନ୍ତୁ ସଂକ୍ଷେପରେ...