ନାବାଳିକାଙ୍କ ଉପରେ ଯୌନ ନିର୍ଯାତନା ଅଭିଯୋଗ ; ୬୨ ବର୍ଷୀୟ ବ୍ୟକ୍ତିଙ୍କୁ ପଚରାଉଚରା

 

 

 

ଓଡ଼ିଆ ଗସିପ ବ୍ୟୁରୋ (ସ୍ୱତନ୍ତ୍ର ପ୍ରତିନିଧି , ୨୭/୯/୨୦୨୫) : ଭୁବନେଶ୍ବର ଉପକଣ୍ଠ ବାଲିପାଟଣାରେ ଲଜ୍ଜା । ବୃଦ୍ଧଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହେବା ପରେ ପୀଡ଼ିତା ନାବାଳିକା ଗୁରୁତର । ନାବାଳିକା ଜଣକ ଗର୍ଭବତୀ ଥିବାବେଳେ ଡାକ୍ତରୀମାଇନା ବେଳେ ସାମ୍ନାକୁ ଆସିଛି ଆହୁରି ସାଙ୍ଘାତିକ ତଥ୍ୟ । ପୀଡ଼ିତା ଏଡ୍‌ସରେ ଆକ୍ରାନ୍ତ ଥିବା ଜଣାପଡ଼ିଛି ।

ଜଣେ ୬୨ ବର୍ଷୀୟ ବୃଦ୍ଧ ତାଙ୍କୁ ଦୁଷ୍କର୍ମ କରିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ନାବାଳିକାଙ୍କ ବାପା ଏ ନେଇ ବାଲିପାଟଣା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତ ବୃଦ୍ଧଙ୍କୁ ଉଠାଇ ଆଣି ପଚରାଉଚରା କରୁଛି ।

ସୂଚନା ଅନୁଯାୟୀ ବାଲିପାଟଣା ଥାନା ଅଞ୍ଚଳର ଜନୈକ ବ୍ୟକ୍ତି ପ୍ରଥମ ବିବାହ କରିଥିଲେ । ପତ୍ନୀଙ୍କ ବିୟୋଗ ପରେ ସେ ଶାଳୀ ସହ ଶଶୁର ଘରେ ରହିଥିଲେ । ଉକ୍ତ ଗାଁର ଜନୈକ ୧୨ ବର୍ଷର ନାବାଳିକାଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଘରକୁ ଡ଼ାକି ଦୁଷ୍କର୍ମ କରିଆସୁଥିଲେ ।

ଘଟଣା ସମ୍ପର୍କରେ ପ୍ରକାଶ କଲେ ଜୀବନରୁ ମାରିଦେବାକୁ ନାବାଳିକାଙ୍କୁ ବୃଦ୍ଧ ଜଣଙ୍କ ଧମକ ଚମକ ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଚାଇଲ୍‌ଡ ଲାଇନ ସଦସ୍ୟ ଭୁବନେଶ୍ୱରରେ ନାବାଳିକାଙ୍କ ସହ ଭେଟି ଘଟଣା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି ।