ଆଜି ରବିବାର ଟିକେ ଜଗି ରଖି ଚଳନ୍ତୁ; ଖରା ବେଳେ ଖରାପ ହୋଇପାରେ ଆପଣଙ୍କ ମନ

 

ଓଡ଼ିଆ ଗସିପ୍ ବ୍ୟୁରୋ: ନମସ୍କାର ପାଠକବୃନ୍ଦ ଶୁଭ ସକାଳ । ଆଶା କରୁଛୁ ଆପଣମାନେ ଓ ଆପଣଙ୍କ ପରିବାରର ସଦସ୍ୟମାନେ ବେଶ୍ ହସ ଖୁସିରେ ଜୀବନ ଅତିବାହିତ କରୁଥିବେ । ପ୍ରିୟ ପାଠକ ଗଣ ଆଜି ହେଉଛି 2 ତାରିଖ ଜୁଲାଇ ମାସ 2023 ବର୍ଷ । ଆଜି ରବିବାର ହୋଇଥିବା ବେଳେ ଆପଣ ପରିବାର ସହ ଛୁଟି କାଟିବା ପାଇଁ ନିଶ୍ଚୟ ପ୍ଲାନ୍ କରିଥିବେ । ଅଥବା ଘରେ ରହି ହସଖୁସିରେ ସଂସାରର ସୁଖ ନେବାକୁ ଭାବିଥିବେ । କିନ୍ତୁ ସାମାନ୍ୟ ଟିକେ ଅସାବଧାନତାରୁ ଆପଣ ବଡ଼ ବିପଦର ସାମ୍ନା କରିପାରନ୍ତି । ତେବେ ଚାଲନ୍ତୁ ଆଜି କଣ ରହିଛି ଆପଣଙ୍କ ଭାଗ୍ୟ ଓ କଣ କହୁଛି ରାଶି ଚକ୍ର ସେ ସମ୍ପର୍କରେ ଆଜି ବିସ୍ତ୍ତୁତ ଭାବେ ଆଲୋଚନା କରିବା....

ମେଷ; ବନ୍ଧୁମାନଙ୍କ ଅକୁଣ୍ଠ ସାହାଯ୍ୟ ଓ ସମର୍ଥନ ପାଇ କାମ ହାସଲ କରିବେ । ପରିବାର ମଧ୍ୟରେ ବିଭିନ୍ନ ପ୍ରକାରର ସମସ୍ୟାକୁ ଦୂର କରିବା ପାଇଁ ଚେଷ୍ଟା କରି ସଫଳତା ହାସଲ କରିବେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ସହଯୋଗ ସହାନୁଭୂତି ଯୋଗୁ କାମଗୁଡିକ ସମ୍ପନ୍ନ କରିବାରେ ଯୋଗ୍ୟ ବିବେଚିତ ହେବେ ।

ପ୍ରତିକାର- ଗାୟତ୍ରୀ ମନ୍ତ୍ରକୁ ୨୭ଥର ଜପ କରନ୍ତୁ

ବୃଷ; ମାନସିକ ଅସ୍ଥିରତା ସାଙ୍ଗକୁ କଡ଼ା ମିଜାଜର କଥା ପରିସ୍ଥିତିକୁ ସଙ୍ଗିନ କରିଦେଇପାରେ ।ଯେତେ ପ୍ରକାରର ଚେଷ୍ଟା କଲେ ମଧ୍ୟ କାମଗୁଡିକ ଯଥା ସମୟରେ ସମ୍ପନ୍ନ କରିପାରିବେ ନାହିଁ । ନିକଟ ଅତୀତର ବିବାଦୀୟ ଘଟଣାର ଦିଗ ବଦଳି ଯାଇପାରେ, କଥା ଦେଇଥିବା ବନ୍ଧୁ ଠିକ୍ ସମୟରେ ସାହାଯ୍ୟ କରିବେ ନାହିଁ ।

ପ୍ରତିକାର- ଦରିଦ୍ର ଅସହାୟ ବ୍ୟକ୍ତିଙ୍କୁ କିଛି ଖାଦ୍ୟ ପ୍ରଦାନ କରନ୍ତୁ

ମିଥୁନ; ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ, ଆର୍ଥିକ ସମସ୍ୟାର ସମାଧାନ ହେବ । ଗତକାଲି ଠାରୁ ଯେଉଁ ବିଷୟ ସକାଶେ ଚିନ୍ତିତ ରହିଛନ୍ତି, ସେଥିରେ ଶୁଭଫଳ ମିଳିବ । ସାମ୍ବାଦିକତା, ପ୍ରଶାସନ, ରାଜନୀତି, ସାହିତ୍ୟ ଓ ସଂଗୀତରେ ସୁନାମ ଅର୍ଜନ କରିବେ ।

ପ୍ରତିକାର- ଦୁବଘାସ ଗାଈକୁ ଖାଇବାକୁ ଦିଅନ୍ତୁ

କର୍କଟ; ସାମାଜିକ ପ୍ରତିଷ୍ଠା ସହ ପ୍ରତ୍ୟେକ ପ୍ରତିଯୋଗିତା କ୍ଷେତ୍ରରେ ବିଜୟୀ ହେବେ ।  ପରିବାରରେ ସୁଖ ଶାନ୍ତି ଫେରାଇ ଆଣିବାରେ ସଫଳ ହେବେ, ଅପରାହ୍ନରେ ଦୂର ସ୍ଥାନକୁ ଯାତ୍ରା  କରିପାରନ୍ତି । ଶିଳ୍ପ, ବ୍ୟବସାୟ ଓ ପରିବହନରେ ସଫଳତା ଅବଶ୍ୟ ମିଳିବ, ବନ୍ଧୁ ଦର୍ଶନର ସୁଯୋଗ ଅଛି ।

ପ୍ରତିକାର- ମିଠା ଦହି ଖାଇ କାର୍ଯ୍ୟ ଆରମ୍ଭ କରନ୍ତୁ

ସିଂହ; ବିଳମ୍ବିତ ହେଲେ ମଧ୍ୟ ସମସ୍ତ କାର୍ଯ୍ୟ ସାଧିତ ହେବ, ସମସ୍ୟା ରହିଥିଲେ ମଧ୍ୟ ଆବଶ୍ୟକୀୟ ସୁଯୋଗ ମିଳିବ । ଅଫିସରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ବ୍ୟବସାୟ କିମ୍ବା ପରିବହନରେ ଲାଭବାନ ହେବେ

ପ୍ରତିକାର- ଗୁଡ଼ ପାଣିରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ

କନ୍ୟା; ପ୍ରତ୍ୟେକ ପରିସ୍ଥିତିକୁ ଲାଘବ କରିବା ଦିଗରେ ଆପଣଙ୍କ ନରମ କଥା ଓ କିଛିଟା ଅର୍ଥବ୍ୟୟ ସାହାଯ୍ୟ କରିବ । ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍ କାମ କରିପାରନ୍ତି । ସତ୍ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗରେ ମନୋନିବେଶ କରିବେ, ସାହିତ୍ୟ ଓ ସଭା ସମିତିରେ ମୁଖ୍ୟ ଭୂମିକା ଗ୍ରହଣ କରିପାରନ୍ତି ।

ପ୍ରତିକାର- ସାତଟି ପାନ ପତ୍ର ଗଣେଶଙ୍କୁ ଚଢାନ୍ତୁ

ତୁଳା; ଯାହା ପାଇବା ସକାଶେ ଆଶା ରଖିଛନ୍ତି ଅବଶ୍ୟ ପାଇବେ, ମହିଳାମାନେ ଆନନ୍ଦ ଉଲ୍ଲାସରେ ଦିନଟିକୁ କାଟିବେ । ବହୁଦିନରୁ ଅଟକି ରହିଥିବା କାର୍ଯ୍ୟ ପୁନର୍ବାର ଆରମ୍ଭ କରିବାକୁ ଅଗ୍ରସର ହେଲେ ସେଥିରେ ସଫଳ ହେବେ । କୌଣସି ଗୋଳମାଳିଆ ପରିସ୍ଥିତିରେ ମଧ୍ୟସ୍ଥତା କରିଥିବାରୁ ଅନ୍ୟକୁ କୈଫିୟତ ଦେବାକୁ ପଡିପାରେ ପ୍ରତିକାର- ତୁଳସୀ ମୂଳର ମାଟି ମଥାରେ ଲଗାନ୍ତୁ

ବିଛା; ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ, ଯେକୌଣସିମତେ ଅର୍ଥ ରୋଜଗାରର ହେବ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ଦିନଟି ଶୁଭପ୍ରଦ ହେବ । କ୍ରୀଡା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିବେ, ମହିଳାମାନେ ଗୃହ କର୍ମରେ ପ୍ରଶଂସନୀୟା ହେବେ । ପ୍ରତିକାର- ହନୁମାନଙ୍କ ପାଖରେ ରାଶି ତେଲର ଦୀପଟିଏ ଜାଳନ୍ତୁ

ଧନୁ; ଦୂର ଯାତ୍ରା କରିବାର ସୁଯୋଗ ପାଇପାରିବେ, ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ । ପାରିବାରିକ ସମସ୍ୟା ସମାଧାନ ହେବା ସକାଶେ ବନ୍ଧୁଙ୍କ ଅବଦାନକୁ ଅସ୍ବୀକାର କରିହେବନି । ସଭାସମିତି ଓ ନୂତନ କାର୍ଯ୍ୟାରମ୍ଭ ସକାଶେ ଦିନଟି ପ୍ରଶସ୍ତ ରହିବ । କର୍ମକ୍ଷେତ୍ରରେ ସାଧାରଣ ଘଟଣାରେ ମନସ୍ତାପ କରିବାକୁ ପଡିପାରେ । ପ୍ରତିକାର- ହଳଦୀ ରଙ୍ଗର ଚନ୍ଦନର ଟିକା ମଥାରେ ଲଗାନ୍ତୁ

ମକର; ଉପୁଜିଥିବା ପ୍ରତିବନ୍ଧକକୁ ବନ୍ଧୁଙ୍କ ମାଧ୍ୟମରେ ସମାଧାନ କରିବେ, ପୁରାତନ ରୋଗର ଉପସମ ହେବ ।କୌଣସି ବ୍ୟକ୍ତିଙ୍କୁ ଦୀର୍ଘ ସମୟ ଅପେକ୍ଷା କରି ବ୍ୟସ୍ତତା ଅନୁଭବ କରିପାରନ୍ତି । ଋଣ ଓ ପରୋକ୍ଷ ଶତ୍ରୃତା ଯୋଗୁ ମନ ଭଲ ରହି ନ ପାରେ । ପରିବାରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ଦେଖାଦେଇପାରେ ପ୍ରତିକାର- ମାଆ କାଳୀଙ୍କ ପାଖରେ ସାତଟି ନୀଳ ଅପରାଜିତା ଫୁଲ ଚଢାନ୍ତୁ

କୁମ୍ଭ;ସମ୍ପର୍କୀୟଙ୍କ ସହ ବିବାଦ ଦେଖାଦେଇପାରେ, କର୍ମକ୍ଷେତ୍ରରେ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ମନସ୍ତାପ କରିବେ ।ଫେରନ୍ତା ବାଟରେ ହଠାତ୍ ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ ।ପାଖ ପଡୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ । ପ୍ରତିକାର- ଅଶ୍ବତ୍ଥ ବୃକ୍ଷ ମୂଳରେ କଞ୍ଚା କ୍ଷୀର କଳାରାଶି ମିଶାଇ ଢାଳନ୍ତୁ

ମୀନଦିନଟି ଆପଣଙ୍କ ପାଇଁ ଲାଭପ୍ରଦ ହେବ, କର୍ମକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ସହଯୋଗ ମିଳିବ । ବିଦ୍ୟାର୍ଥିମାନେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ । ଅବହେଳାଜନିତ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ ।ପ୍ରତିକାର- ପିତା ମାତାଙ୍କ ପାଦ ସ୍ପର୍ଶ କରି କାର୍ଯ୍ୟକ୍ଷେତ୍ରକୁ ଯାଆନ୍ତୁ