ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଉଡ଼ାଣ ସମ୍ପର୍କୀତ 3ଟି ଦିଗରେ ମିଛ ଖବର ପ୍ରସାରଣ କରି ଅଡୁଆରେ ଓଟିଭି, ସତ ବଖାଣିଲା AAI

ଓଡ଼ିଆ ଗସିପ ବ୍ୟୁରୋ: ରାଜ୍ୟବାସୀଙ୍କୁ ମିଛ ଖବର ଦେଖାଇ ଏବେ ଅଡୁଆରେ ଓଟିଭି । ତାହା ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବଦନାମର ଦାଗ ଲଗେଇ ପୁଣି ଷଡଯନ୍ତ୍ର ରଚିଛି ଓଟିଭି । ପ୍ରଥମେ କୋଭିଡ୍ ଚିକିତ୍ସା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇ ମିଛ ଖବର ପ୍ରସାରଣ । ଆଉ ଏବେ ମୁଖ୍ୟମନ୍ତ୍ରୀଙ୍କୁ ବଦନାମ । ଗତକାଲି ଓଟିଭି ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ଗସ୍ତ ଉପରେ ପ୍ରଶ୍ନ ଉଠାଇ ଖବର ପ୍ରସାରଣ କରିଥିଲା । ଯେଉଁ ଖବରରେ କୁହାଯାଇଥିଲା
 

ଓଡ଼ିଆ ଗସିପ ବ୍ୟୁରୋ: ରାଜ୍ୟବାସୀଙ୍କୁ ମିଛ ଖବର ଦେଖାଇ ଏବେ ଅଡୁଆରେ ଓଟିଭି । ତାହା ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବଦନାମର ଦାଗ ଲଗେଇ ପୁଣି ଷଡଯନ୍ତ୍ର ରଚିଛି ଓଟିଭି । ପ୍ରଥମେ କୋଭିଡ୍ ଚିକିତ୍ସା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇ ମିଛ ଖବର ପ୍ରସାରଣ । ଆଉ ଏବେ ମୁଖ୍ୟମନ୍ତ୍ରୀଙ୍କୁ ବଦନାମ ।

ଗତକାଲି ଓଟିଭି ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ଗସ୍ତ ଉପରେ ପ୍ରଶ୍ନ ଉଠାଇ ଖବର ପ୍ରସାରଣ କରିଥିଲା । ଯେଉଁ ଖବରରେ କୁହାଯାଇଥିଲା ୨୦୨୦ ଅଗଷ୍ଟ ୩୧ ତାରିଖରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ବିମାନବନ୍ଦରରୁ ୧୯ ମିନିଟରେ କେଉଁ ବନ୍ୟାଞ୍ଚଳ ଆକାଶ ମାର୍ଗରୁ ପରିଦର୍ଶନ କଲେ । କିନ୍ତୁ ଏହା ଭିତରେ ଓଟିଭିର ଏହି ମିଛ ଖବରର ପୋଲ୍ ଖୋଲିଛନ୍ତି ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ।

1) VVIP ଶ୍ରେଣୀରେ ଆସନ୍ତି ନାହିଁ ରାଜ୍ୟର ମୁଖ୍ୟମନ୍ତ୍ରୀ:

ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ କୁହାଯାଇଛି- କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ VVIP ଶ୍ରେଣୀରେ ଆସନ୍ତି ନାହିଁ । ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଉଡ଼ାଣକୁ VVIP ମୁଭମେଣ୍ଟରେ ଉଲ୍ଲେଖ କରାଯାଇନାହିଁ ।

2) ଉଡ଼ାଣ ୧୯ ମିନିଟ ନୁହେଁ ୩୦ ମିନିଟ୍ ଥିଲା:

ଠିକ ଖବର ହେଉଛି- ହେଲିକପ୍ଟରଟି ଟେକ୍ ଅଫ୍ ଓ ଲ୍ୟାଣ୍ଡିଂକୁ ମିଶାଇ ୧୯ ମିନିଟ୍ ଉଡ଼ିଥିବା ଓଟିଭି ଖବର ପ୍ରସାରଣ କରିଥିଲା । ଏହାକୁ ବି ମିଛ ବୋଲି କହିଛି ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ । ମୁଖ୍ୟମନ୍ତ୍ରୀ ବ୍ୟବହାର କରିଥିବା ହେଲିକପ୍ଟରଟି ଟେକ୍ ଅଫ-ଲ୍ୟାଣ୍ଡିଂକୁ ମିଶାଇ ୧୯ ମିନିଟରୁ ଅଧିକ ସମୟ ଉଡ଼ିଥିଲା । ମୁଖ୍ୟମନ୍ତ୍ରୀଙ୍କ ଯାତ୍ରା ସମୟ ୩୦ ମିନିଟରୁ ଅଧିକ ଥିବାବେଳେ ୧୯ ମିନିଟ୍ ଉଡ଼ାଣ କରିଥିବା ଖବର ପ୍ରସାରଣ କରିଥିଲା ଓଟିଭି ।

3) ଭୁବନେଶ୍ୱରରୁ ବନ୍ୟାଞ୍ଚଳ ଲାଗେ ୬ ମିନିଟ୍:

ମିଛ ଖବର ହେଉଛି- ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ମାତ୍ର ୧୯ ମିନିଟରେ ବନ୍ୟାଞ୍ଚଳ ବୁଲି ଫେରିବା ସମ୍ଭବ ନୁହେଁ ଓଟିଭି ପ୍ରସାରଣ କରିଥିଲା ।

ସତ ହେଉଛି- ମୁଖ୍ୟମନ୍ତ୍ରୀ ବ୍ୟବହାର କରୁଥିବା ହେଲିକପ୍ଟର ଉଚ୍ଚକ୍ଷମତା ସମ୍ପନ୍ନ । ଏହି ହେଲିକପ୍ଟର ୨ଟି ଇଞ୍ଜିନ୍ ବିଶିଷ୍ଟ । ଏହି ଅତ୍ୟାଧୁନିକ ହେଲିକପ୍ଟର ଭୁବନେଶ୍ୱରରୁ ମାତ୍ର ୫ରୁ ୬ ମିନିଟ୍ ମଧ୍ୟରେ ବନ୍ୟାଞ୍ଚଳ ପହଞ୍ଚିବାରେ ସକ୍ଷମ । ମୁଖ୍ୟମନ୍ତ୍ରୀ ସେହିଦିନ ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ ସାରିବା ପରେ ଗଣମାଧ୍ୟମକୁ ସେ ସମ୍ପର୍କିତ ଫଟୋ ଓ ଭିଡିଓ ମଧ୍ୟ ଜାରି କରାଯାଇଥିଲା ।

4) ସକାଳେ ନୁହେଁ ଅପରାହ୍ଣରେ ଯାଇଥିଲେ ମୁଖ୍ୟମନ୍ତ୍ରୀ:

ମିଛ ଖବର ହେଉଛି- ପ୍ରସାରିତ ଖବରରେ ଓଟିଭି ଦର୍ଶାଇଥିଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ସକାଳ ୧୦ଟା ୧୨ରେ ବିମାନବନ୍ଦର ଛାଡ଼ିଥିବା ବେଳେ ୧୦ଟା ୩୧ରେ ଫେରି ଆସିଥିଲା । ଏହା ବି ଡାହା ମିଛ । ଓଟିଭି ବିନା ଅନୁସନ୍ଧାନରେ ଭୁଲ୍ ସମୟ ଦର୍ଶାଇଛି ।

ସତ ଖବର ହେଉଛି – ଭାରତୀୟ ବିମାନ ବନ୍ଦର ପ୍ରାଧିକରଣଙ୍କ ଅନୁସାରେ ଭାରତୀୟ ସମୟ (+5.30 IST) ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଅପରାହ୍ଣ ୩ଟା ୪୨ରେ ଉଡ଼ାଣ ଭରି ୪ଟା ୧ରେ ଫେରିଥିଲା । ମୋଟ ଯାତ୍ରା ସମୟ ୩୦ ମିନିଟ୍ ହୋଇଥିବା ବେଳେ ଓଟିଭି ୧୯ ମିନିଟ୍ ଦର୍ଶାଇ ମିଛ ଓ ଭୁଲ୍ ଖବର ପ୍ରସାରଣ କରିଥିଲା ।