ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି, କାରଣ ଅସ୍ପଷ୍ଟ...
Jan 29, 2023, 13:12 IST
ଓଡ଼ିଆ ଗସିପ ବ୍ୟୁରୋ: ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ । ନବ ଦାସଙ୍କ ଦେହରେ ବାଜିଛି ଗୁଳି । ତାଙ୍କ ଛାତିରେ ଗୁଳି ମାଡ଼ ହୋଇଥିବା ସୂଚନା ମିଳିଛି । ହେଲେ କାରଣ କଣ କାହିଁକି ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଉପରେ ଗୁଳି ମାଡ଼ ହେଲା ସେନେଇ ଅସ୍ପଷ୍ଟ ରହିଛି ।
ସାଧାରଣ ସଭାରେ ଯୋଗଦେବାକୁ ଯାଇଥିବା ବେଳେ ଗୁଳିମାଡ କରିଛନ୍ତି ଦୁର୍ବୃତ୍ତ । ବ୍ରଜରାଜନଗର ଗାନ୍ଧି ଛକରେ ଏହି ଗୁଳିମାଡ ହୋଇଥିବା ସୂଚନା ।
୩ ଜଣ ଦୁର୍ବୃତ୍ତ ଅତର୍କିକ ଗୁଳିମାଡ କରିଥିଲେ । ତାଙ୍କ ଉପରକୁ ୫ ରାଉଣ୍ଡ ଗୁଳିମାଡ କରାଯାଇଥିବା ଜଣାପଡିଛି । ଗୁଳିମାଡ ପରେ ସେ ଅଚେତ ହୋଇପଡିଛନ୍ତି ।
ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଅବସ୍ଥା ଗୁରୁତର ରହିଛି । କିଏ ଓ କାହିଁକି ଗୁଳିମାଡ କରିଛି ଏ ନେଇ ପୁଲିସ ତଦନ୍ତ ଆରମ୍ଭ କରି ଦେଇଛି ।