ସାଙ୍ଗ ସହ ଫେରାର ହେଲା ସ୍ତ୍ରୀ ବୋଲି ଜିଅନ୍ତା ଶ୍ରାଦ୍ଧ ଦେଲେ ସ୍ୱାମୀ, ସେପଟ ବିକାଶଙ୍କ ପତ୍ନୀ କହିଲେ ଏପରି କଥା...

 

ଓଡ଼ିଆ ଗସିପ ବ୍ୟୁରୋ: ଗାଁରେ ପୂଜା ପାଠ ସହ ଭୋଜି ଭାତ ଚାଲୁଥାଏ । ସମତେ ଆନନ୍ଦରେ ପ୍ରସାଦ ମଧ୍ୟ ସେବନ କରୁଥିଲେ । ହେଲେ ଏହି ଘଟଣାକୁ ଦେଖିଲେ ସମତେ ଭାବୁଥିବେ କାହାର କିଏ ମରିଯିବା ହେତୁ ଏମିତି ସବୁ ଚାଲିଛି । ହେଲେ ଏହି ଘଟଣାରେ କେହି ମରିବା ନେଇ କାହାର ଶ୍ରାଦ୍ଧ ହେଉନାହିଁ ବରଂ ସ୍ୱାମୀଙ୍କୁ ସ୍ତ୍ରୀ ଛାଡି ଚାଲିଯିବାରୁ ଶୁଦ୍ଧି ହେଉଛନ୍ତି ସ୍ୱାମୀ ଜଣଙ୍କ । ଆଉ ସ୍ତ୍ରୀ ଥରେ ନୁହେଁ ଦୁଇ ଦୁଇ ଥର ସ୍ୱାମୀଙ୍କୁ ଚଡି ଚାଲିଯିବା ଘଟଣା ସମସ୍ତଙ୍କୁ ଚକିତ କରିବ ।

ଏହି ଘଟଣା ବଲାଙ୍ଗୀର ଜିଲ୍ଲାରେ ଘଟିଛି । ସ୍ୱାମୀ ସାଙ୍ଗ ସହ ଫେରାର ହୋଇଗଲା ସ୍ତ୍ରୀ । ଘରେ ଅଛନ୍ତି ଦୁଇ ଦୁଇଟି ପିଲା । ଥରେ ଯାଇଥିଲା ହେଲେ ଫେରିଥିଲା । ଏବେ ଗଲା ପରେ ବଞ୍ଚି ଥାଉ ଥାଉ ଜୀଅନ୍ତା ପିଣ୍ଡ ଦେଇଦେଲେ ସ୍ୱାମୀ ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ମହିଳାଙ୍କ ଗର୍ଭନଷ୍ଟ କରିବା ପରେ ତାଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡ଼ିଓ ଭାଇରାଲ କଲା ପ୍ରେମିକ, ରାଗରେ ଶାଶୁ ଘର ଲୋକେ କଲେ ଏପରି କାମ...

ସ୍ୱାମୀ ଅକ୍ଷୟ ରାଉତଙ୍କ କହିବା ଅନୁଯାୟୀ, ତାଙ୍କ ସ୍ତ୍ରୀ ତାଙ୍କ ସାଙ୍ଗ ବିକାଶଙ୍କ ସହ ଫେରାର ହୋଇଯାଇଛି । ତେଣୁ ଆମର ଏଠି ପରମ୍ପରା ଅନୁଯାୟୀ, ଜଣେ ଘର ଛାଡ଼ିଯିବାରୁ ତାଙ୍କୁ ମରିଯାଇଥିବା ଭାବି ଆମେ ଶ୍ରାଦ୍ଧ ପାଳୁଛୁ । ସେ ଆମ ଘର ପାଇଁ ଜିଅନ୍ତା ମରିଯାଇଛି । ଥରେ ଆଗରୁ ମତେ ଛାଡିକି ଚାଲିଯାଇଥିଲା । କିଛି ଦିନ ପରେ ଘରକୁ ଫେରିଥିଲା । ହେଲେ ସେ ପୁଣି ଥରେ ଦୁଇ ପିଲାଙ୍କୁ ଆଉ ମତେ ଛାଡି ଚାଲିଯାଇଛି ।

ତେଣୁ ସେ ଆମ ପାଇଁ ମରିଗଲା ବୋଲି ଆମେ ଭାବି ନେଇଛୁ ଆଉ ଆଜି ଗାଁ ଲୋକଙ୍କୁ ଭୋଜିଭାତ ଦେଉଛୁ । ପରିବାର ବର୍ଗ ଶୁଦ୍ଧି ହୋଇଥିବେ ସେ କହିଛନ୍ତି ।

ସେପଟେ ବିକାଶଙ୍କ ସ୍ତ୍ରୀ କହିଛନ୍ତି ଗତ ପୂଜାରେ ସେ ଓ ତାଙ୍କ ସ୍ୱାମୀ ହାତରେ ଟାଟୁ କରିଥିଲେ । ଉଭୟ ନିଜ ନିଜର ନାଁ ଲେଖିଥିଲେ । ହେଲେ ସେ ମତେ ଛାଡି ଅକ୍ଷୟଙ୍କ ପତ୍ନୀଙ୍କ ସହ  ଚାଲିଗଲେ । ସେ ମତେ ପ୍ରେମ କରୁନଥିଲେ ଖାଲି ମିଛ ଭଲପାଇବା ଦେଖେଇ ଆସୁଥିଲେ । ଏସବୁ ବିକାଶଙ୍କ ମନଗଢା ପ୍ରେମ ଥିଲା ଯାହା ପୁରା ମିଛ ।