ବିଶ୍ବ ପାଇଁ ଓଡ଼ିଶାର ମେଗା ମିଲେଟ୍‌ ପ୍ଲାନ୍‌: ଭାରତର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ହେବ ଦୁଇ ଦିନିଆ ଆନ୍ତର୍ଜାତିୟ ସମ୍ମିଳନୀ
 

2 Day International Millet Conference Will Be OrganizedIn Odisha
 
 
ବିଶ୍ବ ପାଇଁ ଓଡ଼ିଶାର ମେଗା ମିଲେଟ୍‌ ପ୍ଲାନ୍‌

ଓଡ଼ିଆ ଗସିପ୍ ବ୍ୟୁରୋ: ବିଶ୍ବରେ ଓଡ଼ିଶାର ମିଲେଟ୍‌ ମିଶନ ବଡ଼ ମଡେଲ ସାଜିଛି । ଆସନ୍ତା ୯ ଓ ୧୦ ତାରିଖରେ ଭାରତର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଆୟୋଜନ ହେବ ଦୁଇଦିନିଆ ଆନ୍ତର୍ଜାତିକ ମିଲେଟ୍‌ ସମ୍ମିଳନୀ । ଏଥିରେ ପ୍ରଦର୍ଶନୀ, ପ୍ରତିଯୋଗିତା ଓ ଜଳବାୟୁ ପରିବର୍ତ୍ତନ ସମୟରେ ମିଲେଟ୍‌ କିପରି ବରଦାନ ସାଜିଛି, ସେ ନେଇ ଆଲୋଚନା ହେବ । ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ନଭେମ୍ବର ୧୦ ତାରିଖକୁ ମାଣ୍ଡିଆ ଦିବସ ଭାବେ ପାଳନ କରୁଛି । ପ୍ରତିବର୍ଷ ଓଡ଼ିଶାରେ ବଢୁଛି ମାଣ୍ଡିଆ ଚାଷ ୨୦୨୩କୁ ଜାତିସଂଘ ଆନ୍ତର୍ଜାତିକ ମିଲେଟ୍‌ ବର୍ଷ ଭାବେ ପାଳନ କରୁଛି ।

ଅଧିକ ପଢ଼ନ୍ତୁ : ଦିନକୁ ଦିନ କାହିଁକି ବଢୁଛି ଷ୍ଚ୍ରୋକ୍ ? କ’ଣ କଲେ କମ ରହିବ ଷ୍ଟ୍ରୋକ୍ ରିସ୍କ, ଜାଣନ୍ତୁ ସଂକ୍ଷେପରେ...

ପ୍ରତିବର୍ଷ ନଭେମ୍ବର ୧୦କୁ ମାଣ୍ଡିଆ ଦିବସ ଭାବେ ପାଳନ କରୁଛି ଓଡ଼ିଶା । ଲକ୍ଷ୍ୟ, ମାଣ୍ଡିଆ ଚାଷୀଙ୍କୁ ପ୍ରୋତ୍ସାହନ ଓ ଘରେ ଘରେ ମିଲେଟ୍‌ ଆଦର ବୃଦ୍ଧି । ମିଲେଟକୁ ପରବର୍ତ୍ତୀ ପର୍ଯ୍ୟାୟକୁ ନେବା ପାଇଁ ଭାରତର ପ୍ରଥମ ରାଜ୍ୟ ଭାବେ ଆସନ୍ତା ନଭେମ୍ବର ୯ ଓ ୧୦ ତାରିଖରେ ଓଡ଼ିଶା ଦୁଇ ଦିନିଆ ଆନ୍ତର୍ଜାତିକ ମିଲେଟ୍‌ ସମ୍ମିଳନୀ ଆୟୋଜନ କରୁଛି । 

ଭୁବନେଶ୍ବରରେ ହେବାକୁ ଥିବା ଏହି ସମ୍ମିଳନୀରେ ଦେଶ ବିଦେଶର ଚାଷୀ, ଗବେଷକ, ବ୍ୟବସାୟୀ, ମିଲେଟ୍‌ ଉପରେ କାମ କରୁଥିବା ସଂସ୍ଥା ଭାଗ ନେବେ । ମିଲେଟରେ ଉପକାରିତା ନେଇ ଆଲୋଚନା ହେବ । ବିଶ୍ବରେ ମିଲେଟ୍‌ ଚାହିଦା ବୃଦ୍ଧି ପାଇଁ ସମ୍ମିଳନୀରେ ଫୋକସ୍‌ କରାଯିବ । ସମ୍ମିଳନୀର ସଫଳ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗ ଦର୍ଶନରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଅଣ୍ଟା ଭିଡ଼ିଛି । 

ଅଧିକ ପଢ଼ନ୍ତୁ : ଆସୁଛି ବର୍ଷା, ଥରିବ ଓଡିଶା ! ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ହେବ ହାଲୁକା ବର୍ଷା, ଜାଣନ୍ତୁ କେବେ ?

ବୈଜ୍ଞାନିକ ପଦ୍ଧତି ଓ ପାରମ୍ପରିକ ଜ୍ଞାନକୌଶଳର ମିଶ୍ରଣରେ ଓଡ଼ିଶାର ୩୦ଟି ଜିଲ୍ଲାର ୧୭୭ ବ୍ଲକକୁ କିପରି ସଂପ୍ରସାରଣ କରାଯାଇଛି ମିଲେଟ, ତା’ର ସଫଳତା ଶୁଣିବ ବିଶ୍ବ । ମାଣ୍ଡିଆରେ ଭରପୂର ଆଇରନ ଓ ପ୍ରୋଟିନ ଅଛି । ଖାଇଲେ ଶରୀର ସୁସ୍ଥ ଓ ସତେଜ ରହିବା ସହ ଅନେକ ରୋଗରୁ ମୁକ୍ତି ମିଳୁଛି । ତେଣୁ ଦିନକୁ ଦିନ ମିଲେଟ ମିଶନ ସଫଳତା ସାଉଣ୍ଟୁ ଥିବା କୃଷି ଓ କୃଷକ ସଶକ୍ତୀକରଣ ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି ।

ଅଧିକ ପଢ଼ନ୍ତୁ : ଦୀପାବଳିରେ ଦୁର୍ଲଭ ସଂଯୋଗ, ଏମାନଙ୍କୁ ଧନୀ ହେବାରୁ କେହି ରୋକିପାରିବେନି! ଜାଣନ୍ତୁ କାହା ପାଇଁ ଶୁଭ ଓ କାହା ପାଇଁ ଅଶୁଭ...

ଜଳବାୟୁ ପରିବର୍ତ୍ତନ ସମୟରେ ମାଣ୍ଡିଆ ଚାଷ ଲାଭଦାୟକ ହୋଇଛି । ଚାଷୀଙ୍କ ପାଇଁ ସ୍ବତନ୍ତ୍ର ମାର୍କେଟ, ମିଶନ ଶକ୍ତି କ୍ୟାଫେ, ଚାଷୀଙ୍କୁ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଏମଏସପି ବ୍ୟବସ୍ଥା କରିବା ସହ ଆୟ ଦୁଇଗୁଣା କରିବା ଏବଂ ପିଡିଏସରେ ଚାଉଳ ସହ ୧ ଟଙ୍କାରେ ମାଣ୍ଡିଆ ଦିଆଯାଉଛି । ଆଗକୁ ଆମ ହସ୍ପିଟାଲରେ ମିଲେଟ୍‌ କ୍ୟାଫେ ସହ ମଧ୍ୟାହ୍ନ ଭୋଜନରେ ମିଲେଟ ସାମିଲ କରାଯିବ । ଓଡ଼ିଶାରେ ପ୍ରତିବର୍ଷ ମିଲେଟ ଚାଷ ବୃଦ୍ଧି ପାଉଛି ବୋଲି କହିଛନ୍ତି ପ୍ରମୁଖ ଶାସନ ସଚିବ ।

୨୦୧୭-୧୮ ବର୍ଷରେ ମାଣ୍ଡିଆକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାର ମିଲେଟ୍‌ ମିଶନ ଆରମ୍ଭ କରିଥିଲେ । ୨୦୨୭ ମସିହା ପର୍ୟ୍ୟନ୍ତ ଏହାକୁ ପାଇଲଟ ପ୍ରୋଜେକ୍ଟ ଭାବେ ନେଇଛି କୃଷି ବିଭାଗ । ଆନ୍ତର୍ଜାତିକ ସମ୍ମିଳନୀରେ ବୈଷୟିକ ଅଧିବେଶନ, ବି ଟୁ ବି ମିଟିଂ, ଖାଦ୍ୟ ମହୋତ୍ସବ, ମିଲେଟ ଉପରେ କୁଇଜ ଓ ରନ୍ଧନ ପ୍ରତିଯୋଗିତା ହେବ । ସେଥିପାଇଁ ଏବେ ସଭିଁଙ୍କ ମୁହଁରେ ଗୋଟିଏ କଥା ‘ଥରେ ଖାଇଲେ ଖାଇବୁ ନୀତି, ରାତି ହେଉ କି ଦିନ; ଆମ ଗର୍ବ ଆମ ସମ୍ମାନ ମିଲେଟ ମିଶନ୍‌’ ।

ଅଧିକ ପଢ଼ନ୍ତୁ : ଆଇପିଏସ୍‌ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ