କଲେଜ ଅଧ୍ୟକ୍ଷଙ୍କ ଆଖି ଟେରା ସମ୍ପତି, ୫୦ ଲକ୍ଷ ଟଙ୍କାର ସ୍ଥାୟୀ ଜମା, ୩ଟା କୋଠା ଓ ୧୬ଟା ପ୍ଲଟ୍
 

16 plot 3 buildings and many more property of balangir ayurvedic collage principal dudarshan behera
 
16 plot 3 buildings and many more property of balangir ayurvedic collage principal dudarshan behera
ଆୟୁର୍ବେଦିକ କଲେଜ ଅଧ୍ୟକ୍ଷଙ୍କ ପୁଳା ପୁଳା ସମ୍ପତ୍ତି

ଓଡ଼ିଆ ଗସିପ୍ ବ୍ୟୁରୋ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀର ଆୟୁର୍ବେଦିକ କଲେଜ ଆଣ୍ଡ୍‌ ହସ୍ପିଟାଲ୍‌ର ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରାଙ୍କ ବିଭିନ୍ନ ସ୍ଥାନରେ ଚଢ଼ଉ ବେଳେ ଠାବ ହେଲାଣି ପୁଳା ପୁଳା ସମ୍ପତ୍ତି । ଚଢ଼ଉ ବେଳେ ଭିଜିଲାନ୍ସ ବିଭାଗ ପ୍ରଫେସର ସୁଦର୍ଶନ ବେହେରାଙ୍କର ତିନିଟି ବହୁତଳ କୋଠା ସହ ବିଭିନ୍ନ ସ୍ଥାନରେ ୧୬ଟି ପ୍ଲଟ ଥିବା ଠାବ କରିଛି । 

ଅଧିକ ପଢନ୍ତୁ : ସୂର୍ଯ୍ୟ -ମଙ୍ଗଳ ଗୋଚର, ଏହି ସବୁ ରାଶିଙ୍କ ବଦଳିବ ଭାଗ୍ୟ, ଆର୍ଥିକ ସ୍ଥିତି ମଜବୁତ ହେବା ସହ ଆକସ୍ମିକ ଧନଲାଭର ଯୋଗ

ତିନିଟି କୋଠା ମଧ୍ୟରୁ ଗୋଟିଏ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ବ୍ଳକ୍ ଛକ ନିକଟରେ ରହିଛି। ଏହି ଘରଟି ୪ ମହଲା ବିଶିଷ୍ଟ। ସେହିପରି ପୁରୀ ଜିଲ୍ଲା ସତ୍ୟବାଦୀର ଶ୍ରୀରାମଚନ୍ଦ୍ରପୁରରେ ତାଙ୍କର ଏକ ଦୁଇ ମହଲା କୋଠା ରହିଛି। ପୁରୀ ଜିଲ୍ଲା ଗୋପର ସୋରିଷପଦାରେ ମଧ୍ୟ ତାଙ୍କର ଏକ କୋଠା ଠାବ କରାଯାଇଛି। ତିନୋଟି ବହୁତଳ କୋଠା ସହିତ ପ୍ରଫେସର ସୁଦର୍ଶନ ବେହେରାଙ୍କ ପୁରୀ ଜିଲ୍ଲାରେ ୧୬ଟି ପ୍ଲଟ ଠାବ କରିଛି ଭିଜିଲାନ୍ସ।

ଅଧିକ ପଢନ୍ତୁ :ଦୀପାବଳିରେ ଦୁର୍ଲଭ ସଂଯୋଗ, ସୃଷ୍ଟି ହେଉଛି ରାଜଯୋଗ, ଏହି ତିନି ରାଶି ଉପରେ ବର୍ଷିବ ଧନ

ସେହିପରି ପ୍ରଫେସର ସୁଦର୍ଶନ ବେହେରାଙ୍କର ବ୍ୟାଙ୍କରେ ୫୦ ଲକ୍ଷ ଜମାରାଶି ରହିଛି । ୩ଟି ଦାମୀ ଚାରି ଚକିଆ ଗାଡ଼ି ଠାବ କରିଛି ଭିଜିଲାନ୍ସ ଟିମ୍ । ତାଙ୍କ ତିନିଟି ଯାକ କାରର ଶେଷ ଚାରିନମ୍ବର ସମାନ ଥିବା ଦେଖିବାକୁ ମିଳିଛି । ସେହିପରି ପୋଷ୍ଟାଲ ଓ ବୀମା ଜମାର ଆକଳନ ଜାରି ରହିଛି । ଆଜି ପୁରୀ, ସମ୍ବଲପୁର ଓ ବଲାଙ୍ଗିରରେ ଥିବା ଅଫିସ ଓ ଘର ସମେତ ଏକକାଳୀନ ୬ଟି ସ୍ଥାନରେ ରେଡ୍ ଚଳାଇଛି ଭିଜିଲାନ୍ସ ।

ଅଧିକ ପଢନ୍ତୁ :ଅନ୍ଧ କରିଦେଉଛି ଡାଇବେଟିସ୍‌, ତୁରନ୍ତ ଛାଡନ୍ତୁ ଏହି ୯ ଖାଦ୍ୟ, ଦୃଷ୍ଟିଶକ୍ତି ହ୍ରାସରୁ ବଞ୍ଚିଯିବେ!