ଆଶ୍ଚର୍ଯ୍ୟ ! ନବଜାତ ଶିଶୁ ନା ବାହୁବଳୀ, ଜନ୍ମ ହେଉ ହେଉ ଦୁଇ ହାତରେ ଉଠାଇଲା ଓଜନିଆ ଟ୍ରେ, ଦେଖନ୍ତୁ Video

Viral Video Shows Newborn Baby Lifting Tray With Hands
 
ନବଜାତ ଶିଶୁ ଜନ୍ମ ହେଉ ହେଉ ଦୁଇ ହାତରେ ଉଠାଇଲା ଓଜନିଆ ଟ୍ରେ

ଓଡ଼ିଆ ଗସିପ୍ ବ୍ୟୁରୋ: ସୋସିଆଲ ମିଡ଼ିଆରେ ଯୁଗରେ ଆଜିକାଲି ଅନେକ ସମୟରେ କିଛି ଅଜବ ପ୍ରକାରର ଭାଇରାଲ ଭିଡିଓ ଦେଖିବାକୁ ମିଳିଥାଏ । ତେବେ ଏହା ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଗୋଟିଏ ନବଜାତ ଶିଶୁ ଏକ ଷ୍ଟେନଲେସ ଷ୍ଟିଲ ଟ୍ରେକୁ ଦୁଇ ହାତରେ ବାହୁବଳୀ ଭଳି ଉଠାଇ ନେଉଛି । 

ଅଧିକ ପଢ଼ନ୍ତୁ: ଯୌନ ସ୍ବାସ୍ଥ୍ୟ ପାଇଁ ବରଦାନ ଅଟେ ଖଜୁରି! ପ୍ରତିଦିନ ସେବନ କଲେ ମିଳିଥାଏ ଏହି ସବୁ ଜବରଦସ୍ତ ଫାଇଦା

ତେବେ ଏହି ସମୟରେ ଦେଖିବାକୁ ମିଳିଥିଲା ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ । ନର୍ସ ଜଣଙ୍କ ଡାକ୍ତରୀ ପଦ୍ଧତି ଅନୁସାରେ ନବଜାତର ଦୁଇ ଗୋଡ଼କୁ ହାତରେ ଧରି ଉପରକୁ ଟେକିଥିବା ବେଳେ ନବଜାତ ଦୁଇ ହାତରେ ଟ୍ରେକୁ ଧରିଥିଲା । ଏହି ଦୃଶ୍ୟ ଦେଖିବା ପରେ ଉକ୍ତ ସ୍ଥାନରେ ଆଉ କିଛି ମହିଳା ପହଞ୍ଚିଥିଲେ । ଜଣେ ବ୍ୟକ୍ତି ଟ୍ୱିଟରରେ ଏହି ଏକ ଭିଡିଓ ଶେୟାର କରିଥିବା ବେଳେ ୟୁଜର୍ସ ଏନେଇ ଭିନ୍ନ ଭିନ୍ନ କମେଣ୍ଟ ଦେଉଥିବା ଦେଖାଯାଉଛି । 

ଅଧିକ ପଢ଼ନ୍ତୁ: ଗର୍ଭାବସ୍ଥାରେ ଖାଆନ୍ତୁ ଏହିସବୁ ମହତ୍ଵପୂର୍ଣ୍ଣ ଖାଦ୍ୟ; ପିଲା ହେବ ବୁଦ୍ଧିମାନ ଏବଂ ସୁସ୍ଥସବଳ...

ସାଧାରଣ ଭାବେ ଗୋଟିଏ ନବଜାତ ଜନ୍ମ ପରେ ନିରବ ନିଶ୍ଚଳ ଭାବେ ମା’ ପାଖରେ ରହିଥାଏ । ମାତ୍ର ଏହି ନବଜାତକୁ ଦେଖିବା ପରେ ସୋସିଆଲ ମିଡ଼ିଆରେ ଅନେକ ପ୍ରତିକ୍ରିୟା ଦେଖିବାକୁ ମିଳିଛି । କେହି କହୁଛନ୍ତି ଶକ୍ତିମାନ ତ କେହି କହୁଛନ୍ତି ବାହୁବଳୀ । ଭାରତର ‘ଚନ୍ଦ୍ରଯାନ’-୩ ଚନ୍ଦ୍ରରେ ପହଞ୍ଚିବା ପରେ ଭାରତରେ ବାସ୍ତବ ବାହୁବଳୀ ଜନ୍ମ ନେଇଥିବା ଉକ୍ତ ଭିଡିଓର କ୍ୟାପସନରେ ଲେଖାଯାଇଛି ।

ଦେଖନ୍ତୁ Video: