ତିନି ଜଣ ସ୍ତ୍ରୀ ଥାଉ ଥାଉ ୪ର୍ଥ ବିବାହ ଇଛା, ଓକିଲକୁ କୋର୍ଟ ପରିସରରେ ନିଧୁର୍ମ ଛେଚିଲେ ପ୍ରଥମ ପତ୍ନୀ ଓ ଅନ୍ୟ ଓକିଲ

The desire for a fourth marriage cost the lawyer dearly
 
ତିନି ଜଣ ସ୍ତ୍ରୀ ଥାଉ ଥାଉ ୪ର୍ଥ ବିବାହ ଇଛା, ଓକିଲକୁ ପଡିଲା ମହଙ୍ଗା 

ଓଡ଼ିଆ ଗସିପ୍ ବ୍ୟୁରୋ: ଝାଡଖଣ୍ଡ ରାଞ୍ଚିର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସୋସିଆଲ ମିଡିଆରେ ବ୍ୟାପକ ଚର୍ଚ୍ଚା ହେଉଛି। ଅର୍ଥାତ୍ ଯେତେବେଳେ ଜଣେ ବ୍ୟକ୍ତି ଚତୁର୍ଥ ଥର ପାଇଁ ବିବାହ କରିବାକୁ ଯାଉଥିଲେ, ସେତେବେଳେ ତାଙ୍କୁ କୋର୍ଟ ପରିସରରେ ପ୍ରଥମ ପତ୍ନୀ ଅତି ନିର୍ମମ ଭାବରେ ପିଟିଛନ୍ତି। କେବଳ ଏତିକି ନୁହେଁ, କୋର୍ଟରେ ଉପସ୍ଥିତ ଥିବା ଅନ୍ୟ ଲୋକମାନେ ମଧ୍ୟ ବିବାହ କରିବାକୁ ଆସିଥିବା ବ୍ୟକ୍ତିଙ୍କୁ ନିନ୍ଦା କରିଥିଲେ। ଏହି ମାମଲା ରାଞ୍ଚି ସିଭିଲ କୋର୍ଟ ପରିସରରେ ଘଟିଥିଲା ବୋଲି ସୂଚନା ମିଳିଛି। 

ଅଧିକ ପଢନ୍ତୁ :- ଭେଣ୍ଡିଆ ପୁଅର ସ୍ତନବୃଦ୍ଧି ସମସ୍ୟା! କାହିଁକି ଏମିତି ହେଉଛି, କଣ କଲେ କମିବ ସ୍ତନର ଆକାର ଜାଣନ୍ତୁ

ଝାଡଖଣ୍ଡ ରାଞ୍ଚି ସିଭିଲ କୋର୍ଟ ପରିସରରେ ଓକିଲଙ୍କୁ ତାଙ୍କ ପତ୍ନୀ ଏବଂ ଅନ୍ୟ ଓକିଲ ନିର୍ଧୁମ ପିଟିଛନ୍ତି । ଓକିଲଙ୍କ ପତ୍ନୀ ଅଭିଯୋଗ କରିଛନ୍ତି, ତାଙ୍କ ସ୍ୱାମୀ ଚତୁର୍ଥ ବିବାହ କରିବାକୁ ଯାଉଛନ୍ତି । ପ୍ରଥମ ପତ୍ନୀ ଏହା ଜାଣିବା ପରେ କୋର୍ଟ ପହଞ୍ଚି ଯାଇଥିଲେ, ଆଉ ଓକିଲ ସ୍ୱାମୀଙ୍କୁ ନିର୍ଧୁମ ଛେଚିଥିଲେ । 

ଅଧିକ ପଢନ୍ତୁ :- ଜୀବନରେ ସେକ୍ସ ନିହାତି ଆବଶ୍ୟକ କାହିଁକି ? ଜାଣନ୍ତୁ ସୁସ୍ଥ ଯୌନ ସମ୍ପର୍କର ୭ଟି ଉପକାରିତା ବିଷୟରେ 

ଓକିଲ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ହାଇ ଭୋଲଟେଜ ଡ୍ରାମା ଦେଖିବାକୁ ମିଳିଛି । ପତି-ପତ୍ନୀଙ୍କ ମଧ୍ୟରେ ଚାଲିଥିବା ଝଗଡାରେ ଅନ୍ୟ ଓକିଲମାନେ ମିଶି ଓକିଲ ସ୍ୱାମୀଙ୍କୁ ନିର୍ଧୁମ ଛେଚିଥିଲେ । ଓକିଲ ନିମୁଦ୍ଦିନ ଆଲିଆସ ନୁରୀଙ୍କ ଦୁଇଜଣ ସ୍ତ୍ରୀ ଅଭିଯୋଗ କରିଛନ୍ତି, ତାଙ୍କ ସ୍ୱାମୀ ସେମାନଙ୍କୁ ଲୁଚାଇ ୪ର୍ଥ ବିବାହ କରୁଥିଲେ । ଯାହା ଆମେ ପରେ ଜାଣିବାକୁ ପାଇଥିଲୁ । ଏହାଛଡା ନିମୁଦ୍ଦିନ ଆଲିଆସ ନୁରୀ ତାଙ୍କ ସହକର୍ମୀଙ୍କ ସହିତ ସଂପର୍କ ରଖିଛନ୍ତି । ଆଉ ୪ର୍ଥ ବିବାହ କରୁଛନ୍ତି । ନିମୁଦ୍ଦିନ ଆଲିଆସ ନୁରୀଙ୍କ ବିରୋଧରେ ଦୁଇ ପତ୍ନୀ ମହିଳା ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି ।

ଓକିଲଙ୍କ ସହକର୍ମୀ ରାଞ୍ଚି ସିଭିଲ କୋର୍ଟରେ ପ୍ରାକ୍ଟିସ କରନ୍ତି । ଓକିଲଙ୍କ ପ୍ରଥମ ଦୁଇ ପତ୍ନୀ କୋର୍ଟକୁ ସ୍ୱାମୀଙ୍କ ସହିତ କଥାବାର୍ତ୍ତା ହେବାକୁ ଆସିଥିଲେ । ଏହି ସମୟରେ ଓକିଲଙ୍କ ସହକର୍ମୀ ତାଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିଲେ । ତା’ରେ ଏମାନଙ୍କ ମଧ୍ୟରେ ମାରପିଟ ଆରମ୍ଭ ହୋଇଥିଲା । ଆଉ ଓକିଲଙ୍କୁ ପତ୍ନୀଙ୍କ ସମେତ ଅନ୍ୟ ଓକିଲମାନେ ନିର୍ଧୁମ ମାଡ ମାରିଥିଲେ ।