କାର୍ଯ୍ୟରତ ମହିଳା ଓ ଛାତ୍ରୀମାନଙ୍କୁ ସୁପ୍ରିମକୋର୍ଟର ଝଟକା, ଋତୁସ୍ରାବ ବେଳେ ଛୁଟି ପାଇଁ ହୋଇଥିବା ଆବେଦନକୁ କୋର୍ଟଙ୍କ ଖାରଜ
ଓଡ଼ିଆ ଗସିପ ବ୍ୟୁରୋ: ସୁପ୍ରିମକୋର୍ଟ ଶୁକ୍ରବାର ଦିନ ଏକ ଜନହିତ ଆବେଦନ ଉପରେ ଶୁଣାଣି କରିବାକୁ ମନା କରି ଦେଇଛନ୍ତି । ଆବେଦନକାରୀ ଆବେଦନ କରିଥିଲେ କି କାର୍ଯ୍ୟରତ ମହିଳା ଓ ଛାତ୍ରୀମାନଙ୍କୁ ମାସିକ ଋତୁସ୍ରାବ ସମୟରେ ସେମାନେ କାମ କରୁଥିବା କମ୍ପାନୀ, ସରକାର କିମ୍ବା ଶିକ୍ଷାନୁଷ୍ଠାନ ସେମାନଙ୍କୁ ଛୁଟି ପ୍ରଦାନ କରନ୍ତୁ । ଏନେଇ ସୁପ୍ରିମକୋର୍ଟ ଦେଶର ସମସ୍ତ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଆବେଦନ କରାଯାଇଥିଲା ।
ଏହା ସରକାରଙ୍କ ନୀତିଗତ ମୁଦ୍ଦା ବୋଲି ଅନୁଭବ କରି ମୁଖ୍ୟ ବିଚାରପତି ଜଷ୍ଟିସ ଡ.ୱାଇ ଚନ୍ଦ୍ରଚୁଡଙ୍କ ଅଧ୍ୟକ୍ଷତା ପୀଠ କହିଛନ୍ତି କି, ଏହା ଉପରେ ନିଷ୍ପତ୍ତି ନେବାକୁ କେନ୍ଦ୍ର ମହିଳା ଓ ବାଳ ବିକାଶ ମନ୍ତ୍ରଣାଳୟକୁ ଏକ ପ୍ରତିନିଧିତ୍ୱ ଦିଆଯାଇପାରେ ।
ସେପଟେ ମୁଖ୍ୟ ବିଚାରପତି ଆଶଂକା କରିଛନ୍ତି କି ଏଭଳି ଛୁଟିକୁ ବାଧ୍ୟତାମୂଳକ କରାଗଲେ ହୁଏତ ଲୋକମାନେ ମହିଳାମାନଙ୍କୁ ଚାକିରି ଦେବାକୁ ପଛଘୁଞ୍ଚା ଦେଇପାରନ୍ତି ।
ଆହୁରି ପଢ଼ନ୍ତୁ : ବିବାହ ପରେ ରାତିରେ ମହିଳାମାନେ ଗୁଗୁଲରେ ଯାହା ସର୍ଚ୍ଚ କରନ୍ତି, ଜାଣିବା ପରେ ଆପଣଙ୍କ ହୋସ ଉଡିଯିବ...
ଓକିଲ ଢେଳେନ୍ଦ୍ର ମଣି ତ୍ରିପାଠୀଙ୍କୁ ଦ୍ୱାରା କରାଯାଇଥିବା ଏହି ଆବେଦନରେ ସୁପ୍ରିମ କୋର୍ଟ ରାଜ୍ୟ ସରକାରମାନଙ୍କୁ ମହିଳାଙ୍କ ମାସିକ ଧର୍ମ ସମସୟରେ ଛୁଟି ପାଇଁ ନିୟମ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଅନୁରୋଧ କରାଯାଇଥିଲା ।
ଏହି ଆବେଦନ ମାତୃତ୍ୱ ଲାଭ ଅଧିନିୟମ ୧୯୬୧ର ଧାରା ୧୪କୁ ପ୍ରଭାବୀ ଢଙ୍ଗରେ ଲାଗୁ କରିବାକୁ ନିର୍ଦ୍ଦେଶ ଦେବା ପାଇଁ ସୁପ୍ରିମକୋର୍ଟରେ ଅନୁରୋଧ କରାଯାଇଥିଲା । ଆବେଦନରେ କାର୍ଯ୍ୟରତ ମହିଳା ଓ ଛାତ୍ରୀଙ୍କୁ ମାସିକ ଧର୍ମ ସମୟରେ ଛୁଟି ପ୍ରଦାନ କରିବାକୁ ଏକ ଆଇନ ପ୍ରଣୟନ କରିବା ନେଇ ଆବେଦନ କରାଯାଇଥିଲା ।