ରାଜ୍ୟସଭା ନିର୍ବାଚନ ତାରିଖ ଘୋଷଣା: ୧୦ଟି ରାଜ୍ୟର ୨୪ଟି ଖାଲି ଆସନ ହେବ ପୂରଣ
ଓଡ଼ିଆ ଗସିପ ବ୍ୟୁରୋ (ସ୍ୱତନ୍ତ୍ର ପ୍ରତିନିଧି, ନୂଆଦିଲ୍ଲୀ,୨୨।୫): ଭାରତୀୟ ନିର୍ବାଚନ ଆୟୋଗ (ECI) ପ୍ରତି ୨ ବର୍ଷରେ ଥରେ ହେଉଥିବା ଦ୍ୱିବାର୍ଷିକ ରାଜ୍ୟସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଆସନ୍ତା ଜୁନ ୨୦୨୬ ସୁଦ୍ଧା ଦେଶର ୧୦ଟି ରାଜ୍ୟରେ ୨୪ଟି ରାଜ୍ୟସଭା ଆସନ ଖାଲି ହେବାକୁ ଯାଉଥିବା ବେଳେ ୨ଟି ରାଜ୍ୟର ଆସନ ପୂର୍ବରୁ ଖାଲି ପଡ଼ିଛି।
ଏହି ସମସ୍ତ ଆସନ ପାଇଁ ଆସନ୍ତା ଜୁନ ୧୮, ୨୦୨୬ରେ ମତଦାନ ଅନୁଷ୍ଠିତ ହେବ। ଏଥିପାଇଁ ଆଜି ନିର୍ବାଚନ କମିଶନଙ୍କ ତରଫରୁ ଏକ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇ ନିର୍ବାଚନ ସୂଚୀ ଘୋଷଣା କରାଯାଇଛି।
ଏଠାରେ କ୍ଲିକ କରି ଅଧିକ ନ୍ୟୁଜ ପଢ଼ନ୍ତୁ : ଆଜିର ରାଶିଫଳ: ବିରଳ ଗ୍ରହ ସଂଯୋଗରୁ ଆଜି ଖୋଲିବ ୫ ରାଶିଙ୍କ ଭାଗ୍ୟର ଦ୍ଵାର, ହେବେ ମାଲାମାଲ୍
କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଗୁଜରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ, ମଣିପୁର, ମେଘାଳୟ, ଅରୁଣାଚଳ ପ୍ରଦେଶ, ମିଜୋରାମ ଏବଂ ଝାଡ଼ଖଣ୍ଡ ଭଳି ୧୦ଟି ରାଜ୍ୟର ପ୍ରାୟ ୨୨ ଜଣ ସାଂସଦ ଆସନ୍ତା ଜୁନ ୧ ତାରିଖରେ ଅବସର ନେଉଛନ୍ତି। ଏହା ସହିତ ତାମିଲନାଡୁ ଏବଂ ମହାରାଷ୍ଟ୍ରରେ ଉପ-ନିର୍ବାଚନ (By-elections) କରାଯିବ।
ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ଉପରୋକ୍ତ ରାଜ୍ୟଗୁଡ଼ିକର ସାମ୍ପ୍ରତିକ ସାଂସଦମାନଙ୍କର କାର୍ଯ୍ୟକାଳ ଆସନ୍ତା ଜୁନ ୨୧ ରୁ ଜୁଲାଇ ୧୯ ମଧ୍ୟରେ ଭିନ୍ନ ଭିନ୍ନ ତାରିଖରେ ଶେଷ ହେବାକୁ ଯାଉଛି।