ଆଜିଠୁ ଏହି ସବୁ ଜିନିଷ ରେ ହେବ ବଡ଼ ପରିବର୍ତ୍ତନ: ଏଲ୍‌ପିଜିଠାରୁ ଦୁଇଚକିଆ ଯାନ ସବୁର ବଦଳିବ ନିୟମ

 

ଓଡ଼ିଆ ଗସିପ ବ୍ୟୁରୋ : ପ୍ରତ୍ୟେକ ମାସର ପ୍ରଥମ ତାରିଖରେ ଦେଶରେ ଅନେକ କ୍ଷେତ୍ରରେ ପରିବର୍ତ୍ତନ ଘଟିଥାଏ । ବର୍ତ୍ତମାନ ମେ’ ମାସ ଶେଷ ହେବାକୁ ଯାଉଥିବା ବେଳେ ଜୁନ୍ ପହିଲାଠାରୁ ଦେଶରେ ଅନେକ ପ୍ରମୁଖ ପରିବର୍ତ୍ତନ ହେବାକୁ ଯାଉଛି । ଏହି ପରିବର୍ତ୍ତନଗୁଡିକ ସାଧାରଣ ଲୋକଙ୍କ ପକେଟକୁ ସିଧାସଳଖ ପ୍ରଭାବିତ କରିବ ।

ଏହି ପରିବର୍ତ୍ତନ ମଧ୍ୟରେ କିଛି କ୍ଷତି ଆଉ ଲାଭ ମଧ୍ୟ ରହିଛି । ନୂଆ ନିୟମରେ ଯେଉଁସବୁ ପରିବର୍ତ୍ତନ ଘଟିବ ସେଥିରେ ସିଏନ୍‌ଜି-ପିଏନ୍‌ଜି ଏବଂ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ଅନ୍ତର୍ଭୁକ୍ତ । ଦେଶରେ ବହୁଳ ମାତ୍ରାରେ ପଡିରହିଥିବା ଦାବିଦାର ନ ଥିବା ଜମା ରାଶିର ମାଲିକାନା ଖୋଜିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ‘୧୦୦ ଡେଜ୍‌ ୧୦୦ ପେଜ୍’ ଅଭିଯାନ ଘୋଷଣା କରିଥିଲା । ଏହା ଜୁନ୍ ପହିଲାରୁ ଆରମ୍ଭ ହେବ ।

ଅଧିକ ପଢ଼ନ୍ତୁ : ଏହି ମନ୍ଦିରରେ ଦେବୀ ମା'ଙ୍କର ହୁଏ ଋତୁସ୍ରାବ, ଧଳା କପଡା ହୋଇଯାଏ ଲାଲ, ରହସ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଏଥିରେ ବ୍ୟାଙ୍କର ଶ୍ରେଷ୍ଠ ୧୦୦ ବିଦାର ନ ଥିବା ଜମା ରାଶିର ମାଲିକଙ୍କୁ ଖୋଜି ଦେଶର ପ୍ରତ୍ୟେକ ଜିଲ୍ଲାରେ ୧୦୦ ଦିନ ମଧ୍ୟରେ ଚିହ୍ନଟ କରାଯିବ । ସରକାରୀ କ୍ଷେତ୍ର ବ୍ୟାଙ୍କଗୁଡିକ ପ୍ରାୟ ୩୫,୦୦୦ କୋଟି ଟଙ୍କା ରିଜର୍ଭ ବ୍ୟାଙ୍କକୁ ସ୍ଥାନାନ୍ତର କରିଛନ୍ତି । ଏହି ଅର୍ଥ ପରିମାଣ ଏହିପରି ଆକାଉଣ୍ଟଗୁଡିକରେ ଜମା କରାଯାଇଥିଲା, ଯେଉଁଗୁଡିକର ୧୦ ବର୍ଷ କିମ୍ବା ତା’ ଠାରୁ ଅଧିକ ସମୟ ହେବ ପାଇଁ କ କେହି ନାବିଦାର ନାହାଁନ୍ତି ।

ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ମହଙ୍ଗା ହେବ :

ଇଲେକ୍ଟ୍ରିକ୍ ଦୁଇ ଚକିଆ ଯାନ କିଣିବା ଦେଶରେ ଜୁନ୍ ପହିଲାଠାରୁ ମହଙ୍ଗା ହେବ । ମେ ୨୧ରେ ଜାରି ବିଜ୍ଞପ୍ତି ଅନୁଯାୟୀ ଶିଳ୍ପ ମନ୍ତ୍ରଣାଳୟ ବୈଦ୍ୟୁତିକ ଦୁଇ ଚକିଆ ଯାନ ଉପରେ ସବ୍‌ସିଡି ହ୍ରାସ କରିଛି । ଏହି ସବ୍‌ସିଡି ପୂର୍ବରୁ କେଡବ୍ଲ୍ୟୁଏଚ୍‌ ପିଛା ୧୫,୦୦୦ ଟଙ୍କା ରହିଥିଲା । ପରେ ଏହାକୁ କେଡବ୍ଲ୍ୟୁଏଚ୍‌ ପିଛା ୧୦,୦୦୦ ଟଙ୍କାକୁ ହ୍ରାସ କରାଯାଇଛି । ଏହି କାରଣରୁ, ଜୁନ୍‌ଠାରୁ ଏକ ଇଲେକ୍ଟ୍ରିକ୍ ଦୁଇ ଚକିଆ ଯାନ କିଣିବା ମହଙ୍ଗା ହେବ । ଏପରିକି ବଜାରରେ ଇଲେକ୍ଟ୍ରିକ୍ ଦୁଇ ଚକିଆର ମୂଲ୍ୟ ୨୫ ରୁ ୩୦ ହଜାର ଟଙ୍କା ବୃଦ୍ଧି ହୋଇପାରେ ।

ଅଧିକ ପଢ଼ନ୍ତୁ : କର୍କଟ ରାଶିରେ ପ୍ରବେଶ କରିବେ ଶୁକ୍ର; ୩ ରାଶିଙ୍କ ପାଇଁ ଆସୁଛି ଅତି ଖରାପ ସମୟ !

ଏଲ୍‌ପିଜି ସିଲିଣ୍ଡର ମୂଲ୍ୟରେ ପରିବର୍ତ୍ତନ :

ସରକାରୀ ତୈଳ କମ୍ପାନୀଗୁଡିକ ପ୍ରତି ମାସର ପ୍ରଥମ ଦିନରେ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟରେ ପରିବର୍ତ୍ତନ କରିପାରନ୍ତି । ଏଲପିଜି ଗ୍ୟାସ ସିଲିଣ୍ଡର ମୂଲ୍ୟ ପ୍ରତ୍ୟେକ ମାସର ପହିଲାରେ ସ୍ଥିର କରାଯାଉଛି । ଗତ ମେ’ ଏବଂ ଏପ୍ରିଲ ମାସରେ ବାଣିଜ୍ୟିକ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟରେ ହ୍ରାସ କରାଯାଇଥିଲା । ତେଣୁ ତୈଳ କମ୍ପାନୀଗୁଡିକ ଚଳିତଥର ଏଲପିଜି ସିଲିଣ୍ଡରର ମୂଲ୍ୟରେ ହ୍ରାସ ଘଟାଇବା ଆଶା କରାଯାଉଛି ।