ଚଳନ୍ତା ଟ୍ରେନରେ ଯୁବକଙ୍କୁ ଷ୍ଟଣ୍ଟ ମାରିବା ପଡ଼ିଲା ମହଙ୍ଗା, ମଜା ମସ୍ତି ରେ ଜାଣିଶୁଣି ହାରିଦେଲେ ନିଜ ଜୀବନ, ଦେଖନ୍ତୁ Exclusive ଭିଡ଼ିଓ...

 

ଓଡ଼ିଆ ଗସିପ ବ୍ୟୁରୋ : ଅକାଳରେ ଜୀବନ ଯିବା କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ ହେଲେ ଜାଣିଶୁଣି ନିଜ ଜୀବନ ନେବା ସମସ୍ତଙ୍କୁ ବିଚଳିତ କରିଛି । ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଲୁଧିଆନାର ଖାନ୍ନାରେ ।

ଏଠାରେ ଏକ ସୁପରଫାଷ୍ଟ ଟ୍ରେନର କାବଟରେ ଜଣେ ଯୁବକ ବାହାରକୁ ବାହାରି ଷ୍ଟଣ୍ଟ ପ୍ରଦର୍ଶନ କରୁଥିଲେ । ଏହାପରେ ଯୁବକ ଜଣକ ଏକ ପୋଲ୍ ସହ ଧକ୍କା ଖାଇ ବାହାରକୁ ଛିଟିକି ପଡିଥିଲେ ।

ଯାହା ଦ୍ଵାରା ଘଟଣାସ୍ଥଳରେ ଯୁବକଙ୍କ ଯନ୍ତ୍ରଣାଦାୟକ ମୃତ୍ୟୁ ଘଟିଥିଲା । ଚାଭା ରେଳ ଷ୍ଟେସନ ନିକଟରେ ଏହି ଘଟଣା ଘଟିଛି, ଯାହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।

ଏହି ଦୁର୍ଘଟଣାର ତଦନ୍ତ କରୁଥିବା ରେଳ ପୋଲିସ ଅଧିକାରୀ କୁଲୱନ୍ତ ସିଂ କହିଛନ୍ତି ଯେ ଟ୍ରେନରୁ ଖସି ପଡ଼ିବା ପରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଷ୍ଟେସନ ମାଷ୍ଟର ସୂଚନା ଦେଇଛନ୍ତି ।

ଦେଖନ୍ତୁ ଭିଡ଼ିଓ:

<a href=https://youtube.com/embed/T0daRyQyxeQ?autoplay=1&mute=1><img src=https://img.youtube.com/vi/T0daRyQyxeQ/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ଯାଞ୍ଚ ବେଳେ ପୋଲିସ ଏକ ଭିଡିଓ ପାଇଥିଲା ଯେଉଁଥିରେ ଯୁବକ ମାଲୱା ଏକ୍ସପ୍ରେସ ଟ୍ରେନର କବାଟରୁ ଝୁଲୁଥିବା ଦେଖିବାକୁ ମିଳିଛି । ଯୁବକ ଜଣକ ଏକ ଫିଲ୍ମ ଷ୍ଟଣ୍ଟ କରୁଥିଲେ ।

ଏହି ସମୟରେ ଯୁବକ ଜଣକ ସିଗନାଲ ପୋଲ ସହିତ ଧକ୍କା ହୋଇ ତଳେ ପଡ଼ିଯାଇ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ । ମୃତକଙ୍କ ପରିଚୟ ମିଳିପାରି ନାହିଁ । ମୃତଦେହକୁ ପୋଲିସ ପୋଷ୍ଟମର୍ଟମ କରିସାରିଛି ।