NEET ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା: ଜାଣନ୍ତୁ କେବେ ହେବ ପରୀକ୍ଷା
ଓଡ଼ିଆ ଗସିପ ବ୍ୟୁରୋ (ନୂଆଦିଲ୍ଲୀ,୧୫।୫): ସାରା ଦେଶର ପ୍ରାୟ ୨୨ ଲକ୍ଷ NEET ପରୀକ୍ଷାର୍ଥୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ NEET (UG) ୨୦୨୬ ପାଇଁ ନୂଆ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ଆସନ୍ତା ମାସ ଜୁନ ୨୧ ତାରିଖରେ ପୁଣିଥରେ ଏହି ପରୀକ୍ଷା ଅନୁଷ୍ଠିତ ହେବ।
କାହିଁକି ବାତିଲ ହୋଇଥିଲା ପୂର୍ବ ପରୀକ୍ଷା?
ସୂଚନାଯୋଗ୍ୟ ଯେ, ଗତ ମେ’ ୩ ତାରିଖରେ ସାରା ଦେଶରେ NEET ପରୀକ୍ଷା କରାଯାଇଥିଲା। କିନ୍ତୁ ରାଜସ୍ଥାନରେ ପ୍ରଶ୍ନପତ୍ର ଲିକ (Paper Leak) ହୋଇଥିବା ଅଭିଯୋଗ ଆସିବା ପରେ ଏଜେନ୍ସି ଏହାକୁ ଗୁରୁତର ସହ ନେଇଥିଲା। ଏହି ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ଭାର CBIକୁ ଦିଆଯାଇଛି। ପ୍ରଶ୍ନପତ୍ର ଲିକ୍ ଖବର ମେ’ ୭ରେ ଆସିବା ପରେ, NTA ମେ’ ୧୨ ତାରିଖରେ ପରୀକ୍ଷା ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲା। NTA ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ମାଧ୍ୟମରେ ସୂଚନା ଦେଇଛି ଯେ, ଭାରତ ସରକାରଙ୍କ ଅନୁମୋଦନ କ୍ରମେ ଜୁନ ୨୧ରେ NEET (UG) ୨୦୨୬ ପରୀକ୍ଷା ପୁଣିଥରେ କରାଯିବ।
NTA ର ପରାମର୍ଶ
ପରୀକ୍ଷାର୍ଥୀ ଏବଂ ସେମାନଙ୍କ ଅଭିଭାବକମାନେ କୌଣସି ଗୁଜବରେ ବିଶ୍ୱାସ ନକରି କେବଳ NTA ର ଅଫିସିଆଲ ୱେବସାଇଟ (exams.nta.ac.in/NEET) ରୁ ହିଁ ଅପଡେଟ ନେବାକୁ ଅନୁରୋଧ କରାଯାଇଛି।
ଅଧିକ ପଢ଼ନ୍ତୁ : ସିଜରିଆନ ଡେଲିଭରି ସମୟରେ ଅଛି କିଡନୀ ଫେଲ୍ ହେବାର ଆଶଙ୍କା! ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର...
ମୁଖ୍ୟ ତାରିଖ ଉପରେ ନଜର:
-ମେ’ ୩: ପରୀକ୍ଷା ଅନୁଷ୍ଠିତ ହୋଇଥିଲା।
-ମେ’ ୭: ପ୍ରଶ୍ନପତ୍ର ଲିକ ଖବର ପ୍ରକାଶ ପାଇଲା
-ମେ’ ୧୨: ପରୀକ୍ଷା ବାତିଲ ଘୋଷଣା
-ଜୁନ ୨୧: ପୁନଃ ପରୀକ୍ଷା ପାଇଁ ନୂଆ ତାରିଖ
ପରୀକ୍ଷା ପାଇଁ ପୁଣିଥରେ ନୂଆ ଆଡମିଟ କାର୍ଡ ଜାରି କରାଯିବ। ସେଥିପାଇଁ ପରୀକ୍ଷାର୍ଥୀମାନେ ନିୟମିତ ଭାବେ ଅଫିସିଆଲ ୱେବସାଇଟ ଚେକ କରିବାକୁ ପରାମର୍ଶ ଦିଆଯାଇଛି।
ପେପର ଲିକ୍ ମାମଲାରେ ୫ ଜଣ ଗିରଫ
ମେ’ ୩, ୨୦୨୬ରେ ଅନୁଷ୍ଠିତ NEET-UG ପରୀକ୍ଷା ପେପର ଲିକ୍ ହୋଇଥିଲା। ପ୍ରାୟ ୯୫ ପ୍ରତିଶତ ପରୀକ୍ଷା ପ୍ରଶ୍ନ ସମ୍ବଳିତ ପେପର ରାଜସ୍ଥାନରୁ ଲିକ୍ ହୋଇ ହରିୟାଣାରେ ପହଞ୍ଚିଥିଲା। କେନ୍ଦ୍ର ସରକାର ପେପର ଲିକ୍ ଘଟଣାର ତଦନ୍ତ ଦାୟିତ୍ୱ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI)କୁ ଦେଇଛନ୍ତି। ତଦନ୍ତ ସମୟରେ, ସାରା ଦେଶରେ ଚଢାଉ କରାଯାଇଥିଲା, ଏଥିରେ ପ୍ରାୟ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।