କୁଦରତର କରିସ୍ମା ନା ମେଡିକାଲ ମିଷ୍ଟ୍ରି? ୫ ଦିନରେ ୪ ସନ୍ତାନକୁ ଜନ୍ମ ଦେଲେ ମହିଳା, ଡାକ୍ତର ଚକିତ!

 

ଓଡ଼ିଆ ଗସିପ ବ୍ୟୁରୋ (ସ୍ୱତନ୍ତ୍ର ପ୍ରତିନିଧି, ୧୬।୫): ଉତ୍ତର ପ୍ରଦେଶର ସମ୍ଭଲ ଜିଲ୍ଲାରୁ ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ପାଞ୍ଚ ଦିନ ମଧ୍ୟରେ ଚାରୋଟି ସନ୍ତାନକୁ ଜନ୍ମ ଦେଇଛନ୍ତି, ଯାହା ପରେ ଏହି ଖବର ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି। କିଛି ଲୋକ ଏହାକୁ ପ୍ରକୃତିର କରିସ୍ମା ବୋଲି କହୁଥିବା ବେଳେ କେହି କେହି ଏହାକୁ ’ମେଡିକାଲ ମିଷ୍ଟ୍ରି’ ବା ଚିକିତ୍ସା ବିଜ୍ଞାନର ରହସ୍ୟ ବୋଲି କହୁଛନ୍ତି।

ରିପୋର୍ଟ ଅନୁଯାୟୀ, ମହିଳାଙ୍କୁ ପ୍ରସବ ଯନ୍ତ୍ରଣା ହେବା ପରେ ମୁରାଦାବାଦର TMU ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ ତତ୍ତ୍ୱାବଧାନରେ ମହିଳାଜଣକ ଅଲଗା ଅଲଗା ସମୟରେ ଚାରୋଟି ସନ୍ତାନ ଜନ୍ମ ଦେଇଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପ୍ରଥମ ଓ ଶେଷ ସନ୍ତାନର ଜନ୍ମ ମଧ୍ୟରେ ପ୍ରାୟ ପାଞ୍ଚ ଦିନର ବ୍ୟବଧାନ ରହିଛି।

ମୁରାଦାବାଦର ଟିଏମସି (TMC) ହସ୍ପିଟାଲରେ ହୋଇଥିବା ଏହି ସ୍ବାଭାବିକ ପ୍ରସବ (Normal Delivery) ଡାକ୍ତରମାନଙ୍କୁ ମଧ୍ୟ ଚକିତ କରିଦେଇଛି। ଅମିନା ନାମକ ଏହି ମହିଳା ମେ ୯ ତାରିଖରେ ପ୍ରଥମ ସନ୍ତାନ ଏବଂ ମେ ୧୪ ତାରିଖରେ ଅନ୍ୟ ତିନୋଟି ସନ୍ତାନକୁ ଜନ୍ମ ଦେଇଥିଲେ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ମହିଳାଜଣକ ଦୁଇଟି ପୁଅ ଏବଂ ଦୁଇଟି ଝିଅକୁ ଜନ୍ମ ଦେଇଛନ୍ତି। ପରିବାରରେ ଏକାସଙ୍ଗେ ଚାରୋଟି ସନ୍ତାନ ଆସିବା ପରେ ଖୁସିର ମାହୋଲ ଖେଳିଯାଇଛି। ଗ୍ରାମବାସୀ ମଧ୍ୟ ଏହି ଘଟଣାକୁ କୌଣସି ଚମତ୍କାରଠାରୁ କମ୍‌ ମଣୁନାହାନ୍ତି।

ଅଧିକ ପଢ଼ନ୍ତୁ : ସାବିତ୍ରୀ ବ୍ରତ ଦିନ ଭୁଲରେ କରନ୍ତୁନି ଏହିସବୁ କାମ, ନଚେତ୍‌ ଅଧୁରା ରହିଯିବ...

ବିଶେଷଜ୍ଞଙ୍କ ମତରେ, ଏକାସଙ୍ଗେ ଚାରୋଟି ସନ୍ତାନ ଜନ୍ମ ହେବା ଅତ୍ୟନ୍ତ ବିରଳ। ଏଭଳି କ୍ଷେତ୍ର ପ୍ରାୟତଃ IVF ଟେକ୍ନୋଲୋଜିରେ ଦେଖିବାକୁ ମିଳିଥାଏ, କିନ୍ତୁ ପ୍ରାକୃତିକ ଭାବରେ ଏହା ଘଟିବା ଏକ ଆଶ୍ଚର୍ଯ୍ୟଜନକ ବିଷୟ। ସାଧାରଣତଃ ଯମଜ କିମ୍ବା ତିନୋଟି ସନ୍ତାନ ଜନ୍ମ ହେବା ଖବର ଶୁଣିବାକୁ ମିଳେ, କିନ୍ତୁ ପାଞ୍ଚ ଦିନ ବ୍ୟବଧାନରେ ଚାରୋଟି ସନ୍ତାନ ଜନ୍ମ ହେବା ଏକ ବିରଳ ଘଟଣା। ଏହି କାରଣରୁ ଏହି ମାମଲାଟି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। 

ଏହି ଅନନ୍ୟ ଘଟଣା ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି। କେହି ଏହାକୁ ପ୍ରକୃତିର ଚମତ୍କାର ବୋଲି କହୁଛନ୍ତି ତ ଆଉ କେହି ଏହାକୁ ଚିକିତ୍ସା ବିଜ୍ଞାନର (Medical Science) ଏକ ଅଦ୍ଭୁତ ମାମଲା ବୋଲି ଅଭିହିତ କରୁଛନ୍ତି।