ଆନନ୍ଦ ମହିନ୍ଦ୍ରାଙ୍କ ହୃଦୟସ୍ପର୍ଶୀ ଟ୍ୱିଟ, କହିଲେ ‘ଆପଣଙ୍କ ଯେଉଁ କାରଟି ଇଚ୍ଛା ହେଉଛି ବାଛି ନିଅନ୍ତୁ’
ଓଡ଼ିଆ ଗସିପ୍ ବ୍ୟୁରୋ: ଆପଣ ଜାଣିଥିବେ ଯେ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ଖୁବ ସକ୍ରିୟ ରୁହନ୍ତି ଓ ସେ ନିଜର ସୋସିଆଲ ମିଡିଆରେ ଅନେକ ପ୍ରେରଣାଦାୟକ ଓ ହୃଦୟସ୍ପର୍ଶୀ ଭିଡିଓ ପୋଷ୍ଟ ମଧ୍ୟ କରିଥାଆନ୍ତି। ତାଙ୍କର ଖେଳ ପ୍ରତି ଖୁବ ରୁଚି ମଧ୍ୟ ରହିଛି। ସେ କ୍ରିକେଟ ହେଉ କିମ୍ବା ଅନ୍ୟଖେଳ, ସବୁ ଖେଳ ସେ ଦେଖିବାକୁ ଓ ଖେଳିବାକୁ ଭଲ ମଧ୍ୟ ପାଆନ୍ତି। ନିକଟରେ ସେ ଜଣେ ମହିଳା ଖେଳାଳିଙ୍କୁ ନେଇ ପୋଷ୍ଟ କରିଛନ୍ତି। ଯାହା ଚର୍ଚ୍ଚାର ବିଷୟ ପାଲଟିଛି।
ଅଧିକ ପଢ଼ନ୍ତୁ: ରାହୁ ଗୋଚର ଫଳରେ ସୃଷ୍ଟି ହେବ ଭୟଙ୍କର ପରିସ୍ଥିତି, ଏହି ରାଶିରେ ଲୋକଙ୍କ ଉପରେ ୨୦୨୫ ପର୍ଯ୍ୟନ୍ତ ପଡିବ ପ୍ରଭାବ
ଉକ୍ତ ମହିଳା ଖେଳାଳିଙ୍କ ନାମ ଶୀତଲ ଦେବୀ, ଯିଏକି ବିନା ହାତରେ ଯେ ଜଣେ ତୀରନ୍ଦାଜ ଯେ ସଫଳତାର ଅପୂର୍ବ ଗୌରବ ଆଣିପାରେ ତାହାକୁ ପ୍ରମାଣିତ ଦେଖାଇଛନ୍ତି। ଚଳିତ ଏସୀୟ ପାରା କ୍ରୀଡ଼ାରେ ଇତିହାସ ରଚିଛନ୍ତି ଶୀତଲ। ଜନ୍ମରୁ ହାତ ନଥିବା ଏହି ୧୬ ବର୍ଷୀୟା ଯୁବତୀ ଶୀତଲ ଗୋଟିଏ ଏସୀୟ ପାରା କ୍ରୀଡ଼ା ସଂସ୍କରଣରେ ଦୁଇଟି ସ୍ବର୍ଣ୍ଣ ଜିତିବାରେ ପ୍ରଥମ ଭାରତୀୟ ମହିଳା ହେବାର ଗୌରବ ପାଇଛନ୍ତି। ଖାଲି ଏତିକି ନୁହେଁ, ଏହି ପ୍ରତିଯୋଗିତାରେ ସେ ହ୍ୟାଟ୍ରିକ ପଦକ ଜିତିବାର ଖ୍ୟାତି ମଧ୍ୟ ଅର୍ଜନ କରିଛନ୍ତି।
ଅଧିକ ପଢ଼ନ୍ତୁ: ଶନିଙ୍କ ଆର୍ଶିବାଦରୁ ଚମକିବ ୫ ରାଶିଙ୍କ ଭାଗ୍ୟ, ଆସୁଛି ଭଲ ସମୟ, କୋଟିପତି ହେବେ ଏହି ସବୁ ରାଶି!
ଶୀତଲଙ୍କ ଏହି ସଫଳତା ପରେ ଆନନ୍ଦ ମହିନ୍ଦ୍ରା ତୀରନ୍ଦାଜ ଶୀତଲ ଦେବୀଙ୍କ ଏକ ଭିଡିଓ ସେୟାର କରି ଲେଖିଛନ୍ତି, ‘ଏଣିକି ମୁଁ ମୋର ଜୀବନରେ ଆସୁଥିବା ଛୋଟରୁ ଛୋଟ ସମସ୍ୟାକୁ ନେଇ ଅଭିଯୋଗ କରିବି ନାହିଁ। ଶୀତଲ ଦେବୀ ତୁମେ ଆମ ସମସ୍ତଙ୍କ ପାଇଁ ଜଣେ ଶିକ୍ଷୟିତ୍ରୀ। ଦୟାକରି ଶୀତଲ ଦେବୀ ଆମର ସାମର୍ଥ୍ୟ ଅନୁସାରେ ଆପଣଙ୍କ ଇଚ୍ଛା ଯେଉଁ କାର ତାହାକୁ ବାଛି ନିଅନ୍ତୁ। ଏହାକୁ ଆପଣଙ୍କ ବ୍ୟବହାର ଉପଯୋଗୀ କରି ଆମେ ଆପଣଙ୍କୁ ଉପହାର ଦେବାକୁ ଚାହୁଁଛୁ।’