ଟିମ୍ ଇଣ୍ଡିଆ ଖରାପ ସ୍ୱପ୍ନ ହୋଇ ରହିଲା ଟି-ଟ୍ୱେଣ୍ଟି ବିଶ୍ୱକପ୍ ଅଭିଯାନ; ନା ଖରାପ କରି ଆସୁଛନ୍ତି, ହଉ ବେଟର ଲକ୍ ନେକ୍ସ ଟାଇମ୍

 

ଓଡ଼ିଆ ଗସିସ୍ ବ୍ୟୁରୋ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ବା ଫଟାଫଟ କ୍ରିକେଟ ଫର୍ମାଟ ଆଇପିଏଲ୍ ର ଚଳିତ ସିଜିନ୍ ସରୁ ସରୁ ଟି ଟ୍ୱେଣ୍ଟି ବିଶ୍ୱକପ୍ ଅଭିଯାନ ଆରମ୍ଭ ହୋଇଗଲା । ଆଶା କରାଯାଉଥିଲା ଟିମ୍ ଇଣ୍ଡିଆ ଚଳିତ ବିଶ୍ୱକପ୍ ଅଭିଯାନରେ ଭଲ ପ୍ରଦର୍ଶନ କରିବ, ବାସ୍ତବତା କିନ୍ତୁ ପ୍ରତିଟି ଭାରତୀୟଙ୍କୁ ନିରାଶ କରିଛି ।

ଆଇପିଏଲ ସରୁ ସରୁ ବିଶ୍ୱକପ୍ ଅଭିଯାନ ଆରମ୍ଭ ହୋଇଥିବାରୁ ଭାରତ ଏକ ଶ୍ରେଷ୍ଠ ଟିମ୍ ଭାବେ ଉଭା ହେବ ବୋଲି କ୍ରିକେଟ ପ୍ରେମୀ ଆଶା ରଖିଥିଲେ ଯାହା ନିରାଶରେ ପରିଣତ ହୋଇଛି। ଅଭ୍ୟାସ ମ୍ୟାଚରେ ଟିମ୍ ଇଣ୍ଡିଆ ଭଲ ପ୍ରଦର୍ଶନ କରିଥିଲା ଆଉ ଆଶା କରାଯାଉଥିଲା ଏଥର ନିଶ୍ଚିତ କପ୍ ଭାରତକୁ ଆସିବ ।

ଏହି ଆଶା କିନ୍ତୁ ଭାରତୀୟ ଟିମ୍ ପାଇଁ ଏକ ଦୁଃସ୍ୱପ୍ନ ହୋଇ ହିଁ ରହିଗଲା । ଏହା ସହ କୌଣସି ଏକ ବିଶ୍ୱକପ୍ ମ୍ୟାଚରେ ପାକିସ୍ତାନ ଠାରୁ ଭାରତ ହାରିବା ହେଉଛି ପ୍ରଥମ । ଚଳିତ ବିଶ୍ୱକପ୍ ରେ ପାକିସ୍ତାନ ଠାରୁ ଭାରତ ହାରିଯାଇଛି ।

ପାକିସ୍ତାନ ଟିମ୍ ଭାରତକୁ 10 ୱିକେଟରେ ହିଁ ପରାସ୍ତ କରିଥିଲା । ଅନ୍ୟ ଏକ ମ୍ୟାଚରେ ନ୍ୟୁଜିଲାଣ୍ଡ ଠାରୁ ଭାରତ 8 ୱିକେଟରେ ହାରି ଘରକୁ ଫେରିବାର ରାସ୍ତା ନିଜେ ଖୋଲି ଦେଇଛି । ସ୍କଟଲାଣ୍ଡ ଏବଂ ଆଫଗାନିସ୍ତାନକୁ ହରାଇଥିଲେ ମଧ୍ୟ ଏହାର କିଛି ସୁଫଳ ଟିମ୍ ଇଣ୍ଡିଆକୁ ମିଳିଲା ନାହିଁ ।

ଟି ଟ୍ୱେଣ୍ଟି ବିଶ୍ୱକପ୍ ଅଭିଯାନରେ ଭାରତର ଯାତ୍ରା....

ପାକିସ୍ତାନ ଠାରୁ 10 ୱିକେଟରେ ପରାଜୟ ବରଣ
ନ୍ୟୁଜିଲାଣ୍ଡ ଠାରୁ 8 ୱିକେଟରେ ପରାଜୟ ବରଣ
ଆଫଗାନିସ୍ତାନକୁ 66 ରନ୍ ରେହରାଇଲା
ସ୍କଟଲାଣ୍ଡକୁ  8 ୱିକେଟରେ ହରାଇଲା