୨୫ ସେପ୍ଟେମ୍ବର ଦେଶରେ ପୁଣି ଲାଗୁ ହେବ ଲକଡାଉନ୍? ଜାଣନ୍ତୁ ଭାଇରାଲ ଖବରର ସତ୍ୟତା..

ଓଡ଼ିଆ ଗସିପ୍ ବ୍ୟୁରୋ: ସାମାଜିକ ଗଣମାଧ୍ୟମ (ସୋସିଆଲ ମିଡିଆ)ରେ ଏବେ କ୍ଷୀପ୍ର ବେଗରେ ଏକ ଖବର ଭାଇରାଲ ହେବାରେ ଲାଗିଛି । ଦେଶରେ ପୁଣି ଥରେ ଲକଡାଉନ୍ ଲାଗୁ ହେବାକୁ ଯାଉଥିବା ଏଥିରେ ଦାବି କରାଯାଉଛି । ୨୫ ସେପ୍ଟେମ୍ବରରେ ଲକଡାଉନ୍ ଲାଗୁ ହେବ ବୋଲି ନ୍ଯାସନାଲ ଡିଜାଷ୍ଟର ମ୍ଯାନଜମେଣ୍ଟ ଅଥରିଟି ବା ଏନଡିଏମଏ ପକ୍ଷରୁ ନିିର୍ଦ୍ଦେଶ ଜାରି କରାଯାଉଥିବା କଥା ଏଥିରେ ଉଲ୍ଲେଖ କରାଯାଇଛି । ଦେଶରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ରୋକିବା ପାଇଁ
 

ଓଡ଼ିଆ ଗସିପ୍ ବ୍ୟୁରୋ:  ସାମାଜିକ ଗଣମାଧ୍ୟମ (ସୋସିଆଲ ମିଡିଆ)ରେ ଏବେ କ୍ଷୀପ୍ର ବେଗରେ ଏକ ଖବର ଭାଇରାଲ ହେବାରେ ଲାଗିଛି । ଦେଶରେ ପୁଣି ଥରେ ଲକଡାଉନ୍ ଲାଗୁ ହେବାକୁ  ଯାଉଥିବା ଏଥିରେ ଦାବି କରାଯାଉଛି । ୨୫ ସେପ୍ଟେମ୍ବରରେ ଲକଡାଉନ୍ ଲାଗୁ ହେବ ବୋଲି ନ୍ଯାସନାଲ ଡିଜାଷ୍ଟର ମ୍ଯାନଜମେଣ୍ଟ ଅଥରିଟି ବା ଏନଡିଏମଏ ପକ୍ଷରୁ ନିିର୍ଦ୍ଦେଶ ଜାରି କରାଯାଉଥିବା କଥା ଏଥିରେ ଉଲ୍ଲେଖ କରାଯାଇଛି ।  ଦେଶରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ରୋକିବା ପାଇଁ ସରକାର ଏମିିତି ଏକ ନିଷ୍ପତ୍ତି ନେଉଥିବା କଥା କୁହାଯାଉଛି । ନିର୍ଦ୍ଦେଶନାମାରେ ଏ କଥା କୁହାଯାଇଛି ଯେ, ଏଥର ଲକଡାଉନ୍ ନିୟମ ପୂର୍ବାପେକ୍ଷା ଅଧିକ କଡ଼ାକଡ଼ି ହେବ ।  

୪୬ ଦିନିଆ ହେବ ଲକଡାଉନ?
ଭାଇରାଲ ହେଉଥିବା ଖବରର ଏକଥା କୁହାଯାଇଛି ଯେ, ଏନଡିଏମଏ ବିଭାଗର ଏକ ଲେଟରପେଡରେ ସରାକାରୀ ଆଦେଶ ଲେଖା ହୋଇଛି ଯେ, ଏହି ଲକଡାଉନ ୪୬ ଦିନ ଯାଏ ବଳବତ୍ତର ରହିବ । ଏହା ବି କୁହାଯାଇଛି ଯେ, ଏନଡିଏମଏ, ଯୋଜନା ଆୟୋଗ ସହ ମିଶି ପିଏମ୍ଓ ଏବଂ ଗୃହମନ୍ତ୍ରାଳୟକୁ ଅନୁରୋଧ କରିଛନ୍ତି ଯେ ୨୫ ସେମ୍ବେର ରାତିରୁ ହିଁ ଦେଶରେ ଲକଡାଉନ୍ ଲାଗୁ କରାଯାଉ । ଅବଶ୍ୟ ଏହି ସମୟ ମଧ୍ୟରେ ଜରୁରୀ କାଳୀନ ସେବା ଉପଲବ୍ଧ ରହିବ ।

 କଣ କହୁଛି ପିଆଇବିର ଫ୍ୟାକ୍ଟ?
 ଅବଶ୍ୟ ଭାଇରାଲ ହେଉଥିବା ଏହି ଖବରକୁ ସରକାରଙ୍କ ପକ୍ଷରୁ ପ୍ରେସ୍ ଇନଫରମେସନ୍ ବ୍ୟୁରୋ-ପିଆଇବି ଦ୍ୱାରା କରାଯାଇଥିବା ଫ୍ଯା ଚେକ୍ ରେ ମିଛ ବୋଲି ଜଣାପଡ଼ିଛି  ।  ପିଆଇବିର ଫ୍ଯା ଚେକ୍ ଅନୁସାରେ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ କୌଣସି ଆଦେଶ ଜାରି କରିନାହାନ୍ତି । ଏପରିକି ଏହି ପ୍ରସଙ୍ଗରେ କୌଣସି ବିଚାରବିମର୍ଶ ପାଇଁ ନୋଟିସ୍ ଜାରି କରିଛନ୍ତି । ତେଣୁ ଏମିତି ଗୁଜବରୁ ବର୍ତ୍ତିବା ପାଇଁ ସରକାରଙ୍କ ପକ୍ଷରୁ କୁହାଯାଇଛି । …