ପ୍ରତ୍ୟେକ ପରିବାରକୁ ମିଳିବ ମାଗଣା LPG ସିଲିଣ୍ଡର ଓ ୧୫ ଶହ ଟଙ୍କା ! କେମିତି ପାଇବେ ପଢନ୍ତୁ...

 

ଓଡ଼ିଆ ଗସିପ ବ୍ୟୁରୋ: ପ୍ରତ୍ୟେକ ପରିବାରକୁ ବର୍ଷକୁ ତିନିଟି ମାଗଣା ଏଲଜିପି ସିଲିଣ୍ଡର ଯୋଗାଇଦେବା ପାଇଁ ଘୋଷଣା ! ଖାଲି ସେତିକି ନୁହେଁ ମିଳିବ ୧୫ଶହ ଟଙ୍କା । କେମିତି ମିଳିବ.. ପଢ଼ନ୍ତୁ ପୂରା ଖବର । ପ୍ରତ୍ୟେକ ପରିବାରକୁ ବର୍ଷକୁ ତିନିଟି ମାଗଣା ଏଲଜିପି ସିଲିଣ୍ଡର ଯୋଗାଇଦେବା ପାଇଁ ବିଜେପି ନେତୃତ୍ୱାଧୀନ ରାଜ୍ୟ ସରକାର ଘୋଷଣା କରିଛନ୍ତି !

ଗତ ବର୍ଷ ମାର୍ଚ୍ଚରେ କ୍ୟାବିନେଟ୍ ଦ୍ୱାରା ଅନୁମୋଦିତ ହୋଇଥିଲା ଏହି ପ୍ରସ୍ତାବ - ଯଦି କୌଣସି ଆୟକର ମାନଦଣ୍ଡ ବିନା କାର୍ଯ୍ୟକାରୀ ହୁଏ ତେବେ, ସରକାରଙ୍କ ଉପରେ ବାର୍ଷିକ ପ୍ରାୟ ୧୨୦ କୋଟି ଟଙ୍କା ଅତିରିକ୍ତ ଆର୍ଥିକ ବୋଝ ରହିବ । ଏହି ସୁବିଧା ଗୋଆର ଲୋକଙ୍କୁ ମିଳିବ ବୋଲି ଚର୍ଚ୍ଚା ହେଉଛି ।

ଏହା ବ୍ୟତୀତ ସୂଚନାନୁସାରେ ଅର୍ଥ ବିଭାଗର ସ୍ପଷ୍ଟ ବିଚାର ଏହାକି, ସରକାର ପ୍ରତ୍ୟେକ ଯୋଗ୍ୟ ମହିଳାଙ୍କୁ ଗୃହ ଆଧାର ଯୋଜନାରେ ମାସିକ ୧୫୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଦରବୃଦ୍ଧି ସମସ୍ୟାର ସମାଧାନ ଓ ଗୃହିଣୀଙ୍କୁ ସହାୟତା ପ୍ରଦାନ କରିବା ।

ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୧୧୭ ଟଙ୍କା: ଏଲପିଜିର ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି ବିଜେପି ଫେବୃଆରୀ ୨୦୨୨ ରେ ପ୍ରକାଶିତ ହୋଇଥିବା ନିର୍ବାଚନୀ ଘୋଷଣା ପତ୍ରରେ ପ୍ରତିବର୍ଷ ତିନିଟି ଏଲପିଜି ସିଲିଣ୍ଡର ମାଗଣାରେ ଦେବା ପାଇଁ ପ୍ରତିଶୃତି ଦେଇଥିଲା, ଯାହା ଫଳରେ ରାଜ୍ୟର ଗୃହିଣୀଙ୍କ ଉପରେ ଥିବା ବୋଝ ହ୍ରାସ ପାଇବ ।

ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ତାଙ୍କ ବଜେଟ୍ (budget) ୨୦୨୨-୨୩ ର ଘୋଷଣା କରିଛନ୍ତି ଯେ ଗ୍ରାମୀଣ ଉର୍ଜା ଯୋଜନା ଅଧୀନରେ, ତିନୋଟି ମାଗଣା ରନ୍ଧନ ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯିବ ଓ ଏଥିପାଇଁ ୪୦ କୋଟି ଟଙ୍କା ବଜେଟ କରାଯାଇଥିଲା ।

ପରେ ଏହି ପ୍ରସ୍ତାବକୁ ହ୍ରାସ କରାଯାଇ ନିଷ୍ପତ୍ତି ନିଆଗଲା କି କେବଳ ବିପିଏଲ୍ (ଦାରିଦ୍ର ସୀମାରେଖା ତଳେ) କାର୍ଡଧାରୀମାନେ ଏହି ଯୋଜନାରେ ଉପକୃତ ହେବେ ଓ ଡିସେମ୍ବର ୨୦୨୨ ରେ ଏହି ପ୍ରସ୍ତାବକୁ ହଟାଇ ଦିଆଯାଇଥିଲା । ଓ ହେରାଲ୍ଡୋଙ୍କ ସହ କଥା ହୋଇ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଗୋବିନ୍ଦ ଗୌଡ କହିଛନ୍ତି ଯେ, ସରକାର ଏହି ପ୍ରସ୍ତାବକୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି କାରଣ, ଏହାଦ୍ବାରା ସରକାରଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡ଼ିବ । “ଅର୍ଥ ବିଭାଗ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇନାହିଁ । ତାଙ୍କ କହିବାନୁସାରେ, ଏହି ପ୍ରସ୍ତାବ ପାରିତ ହେଲେ ରାଜ୍ୟ ଉପରେ ଆର୍ଥିକ ବୋଝ ପଡ଼ିବ ବୋଲି ଗୌଡ କହିଛନ୍ତି ।

ଏପରିକି ସେ କହିଛନ୍ତି ଯେ, ଏହି ପ୍ରସ୍ତାବ କେବେ ବି ଯୋଜନାର ରୂପ ନେଇ ନାହିଁ । “ଏହି ଯୋଜନା କଦାପି ପ୍ରସ୍ତୁତ ହୋଇନାହିଁ। ଏହା ସର୍ବଦା ଏକ ପ୍ରସ୍ତାବ ଥିଲା ବୋଲି ମନ୍ତ୍ରୀ କହିଛନ୍ତି ।

ଶୂନ୍ୟକାଳ ସମୟରେ ଫାଟର୍ଡା ବିଧାୟକ ବିଜୟ ସର୍ଦ୍ଦାରଙ୍କ ଦ୍ୱାରା ଗୃହରେ ଏହି ପ୍ରସଙ୍ଗ ଉଠାଯାଇଥିଲା ବୋଲି ସେ ଦର୍ଶାଇଛନ୍ତି । ଗତ ବର୍ଷ ଡିସେମ୍ବର ମାସରେ ଘୋଷଣା ହେବାର ୧୧ ମାସ ମଧ୍ୟରେ ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବ ଛାଡିବାକୁ ନିଷ୍ପତ୍ତି ନେଇଥିଲେ ।

ସୂତ୍ରରୁ ପ୍ରକାଶ ଯେ ଗ୍ରାମ୍ୟ ଉନ୍ନୟନ ବିଭାଗ ଏହି ପ୍ରସ୍ତାବ ଜୁନ୍ ୨୦୨୨ରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଥିଲା, ସେଠାରୁ ଅର୍ଥ ବିଭାଗ ର ନିରୀକ୍ଷଣ ପାଇଁ ମଧ୍ୟ ପଠାଇଥିଲେ । ସୂତ୍ରରୁ ପ୍ରକାଶ ଯେ, ଅର୍ଥ ବିଭାଗ ସୁପାରିଶ କରିଛି କି ପୂର୍ବରୁ “ଗୃହ ଆଧାର ଯୋଜନା ଅଧୀନରେ ସରକାର ୧୫୦୦ ଟଙ୍କା ପ୍ରଦାନ କରୁଛନ୍ତି । ତେଣୁ ଏହି ପ୍ରସ୍ତାବକୁ ହଟାଇ ଦିଆଯିବା ଉଚିତ୍ ।