ବାପା ନାଁ ରେ କଳଙ୍କ : ୩ ବର୍ଷ ଯାଏ ଝିଅକୁ ଦୁଷ୍କର୍ମ କରୁଥିଲା ପିଶାଚ ବାପା ! ମା’ କରୁଥିଲେ ସପୋର୍ଟ, ଏମିତି ଥିଲା ଏହି ଛାତି ଥରା କାହାଣୀ...

 

ଓଡ଼ିଆ ଗସିପ ବ୍ୟୁରୋ: ସନ୍ତାନକୁ ସୁରକ୍ଷା ଦେବା ବଦଳରେ ପିଶାଚ ସାଜି ଇଜ୍ଜତ ଲୁଟିଲେ ନିଜ ବାପା । ୧୮ ବର୍ଷର ଝିଅକୁ ନିଜ ବାପା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ତା’ବି ପୁଣି ଥରେ କି ଦୁଇ ଥର ନୁହେଁ ବରଂ ଗତ ୩ ବର୍ଷ ଧରି ବ୍ୟକ୍ତି ଜଣକ ଅନେକ ଥର ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ଯେବେ ବି ସେ ଏସମ୍ପର୍କରେ ମା’ଙ୍କୁ କହୁଥିଲେ, ସବୁଥର ବାପାଙ୍କୁ ହିଁ ମା’ ସପୋର୍ଟ କରୁଥିଲେ । ଶେଷରେ ଉପାୟଶୂନ୍ୟ ହୋଇ ଯୁବତୀ ଜଣକ ପୋଲିସ୍‌ରେ ଅଭିଯୋଗ କରିଥିଲା । ଅଭିଯୋଗ ଆଧାରରେ ପୋଲିସ୍‌ ଯୁବତୀଙ୍କ ବାପା-ମା’ଙ୍କୁ ଗିରଫ କରିଛି । ହରିୟାଣାର ରେୱାରିରେ ଏହି ଲଜ୍ଜାକର ଘଟଣା ଘଟିଛି ।

ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ଗତ ୩ ବର୍ଷ ହେବ ନିଜ ବାପା ତାଙ୍କ ସହ ଦୁଷ୍କର୍ମ କରି ଆସୁଥିଲେ । ଏହାକୁ ବିରୋଧ କଲେ ହାତ, ଗୋଡ଼ କାଟି ଦେବା ସହ ଜୀବନରୁ ମାରି ଦେବାର ଧମକ ଦେଇ ଆସୁଥିଲେ ବାପା ।

ଆହୁରି ପଢ଼ନ୍ତୁ : ବୁର୍ଲା ଭିସୁଟ୍ ଛାତ୍ରୀ ଚିନ୍ମୟୀଙ୍କ କେମିତି ହେଲା ମୃତ୍ୟୁ ? କ’ଣ ଘଟିଲା ବୁର୍ଲା ପାୱାର ଚାନେଲରେ ? ସସପେନ୍ସ ଉପରେ ରହିଛି ଏସବୁ ତଥ୍ୟ...

ଘଟଣାକୁ ନେଇ ଯୁବତୀ ଜଣକ ତାଙ୍କ ମା’ଙ୍କୁ ମଧ୍ୟ କହିଥିଲେ । ହେଲେ ସମ୍ପୃକ୍ତ ମହିଳା ଝିଅକୁ ସହାୟତା କରିବା ବଦଳରେ ସ୍ୱାମୀଙ୍କୁ ସପୋର୍ଟ କରୁଥିଲେ । ଝିଅର ଅଭିଯୋଗ ଆଧାରରେ ପୋଲିସ୍‌ ଅଭିଯୁକ୍ତ ବାପା ଓ ମା’ଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ସୂଚନାଥାଉ କି, ମଙ୍ଗଳବାର ଦିନ ଯୁବତୀଙ୍କ ଏକାଦଶ ଶ୍ରେଣୀର ପରୀକ୍ଷା ଥିଲା । ହେଲେ ପରୀକ୍ଷା ଦେବା ବଦଳରେ ସେ ସିଧା ଯାଇ ଥାନାରେ ପହଞ୍ଚିଥିଲେ । ପୋଲିସ୍‌ ମାମଲାକୁ ଗମ୍ଭୀରତାର ସହ ନେଇ ପ୍ରଥମେ ଯୁବତୀଙ୍କୁ ପରୀକ୍ଷା ଦେବାକୁ କହିଥିଲେ ଓ ପରେ ଘଟଣା ସମ୍ପର୍କରେ ବୁଝିଥିଲେ । ଏହାପରେ ଯୁବତୀଙ୍କ ମେଡିକାଲ୍‌ ଟେଷ୍ଟ୍‌ କରାଯାଇ ତାଙ୍କର ବୟାନ ରେକର୍ଡ କରାଯାଇଥିଲା ।