ଉତ୍ତର କୋରିଆରେ ସରି ସରି ଯାଉଛି ଖାଦ୍ୟ ଭଣ୍ଡାର; କମ୍ ଖାଇବାକୁ ନିର୍ଦ୍ଦେଶ ଦେଲେ କିମ୍ ଜଙ୍ଗ ଉନ୍

ସମସ୍ୟାରୁ ବର୍ତ୍ତିବା ପାଇଁ ଲୋକଙ୍କୁ କଳା ବତକ ଖାଇବାକୁ ପରାମର୍ଶ ଦେଇଛନ୍ତି ରାଷ୍ଟ୍ରପତି କିମ୍ ଜଙ୍ଗ ଉନ୍
 
ଉତ୍ତର କୋରିଆରେ ସରି ସରି ଯାଉଛି ଖାଦ୍ୟ ଭଣ୍ଡାର
୨୦୨୫ ଯାଏ କମ୍ ଖାଦ୍ୟ ଖାଇବାକୁ ରାଷ୍ଟ୍ରପତିଙ୍କ ଆଦେଶ
ଅଳ୍ପ କିଛି ଦିନ ପାଇଁ ସଞ୍ଚୟ ହୋଇ ରହିଛି ଖାଦ୍ୟ ସାମଗ୍ରୀ
ଶୀଘ୍ର ଖାଦ୍ୟ ଭଣ୍ଡାର ପୂରଣ ନ ହେଲେ ଭୋକରେ ମରିବେ ଲୋକେ

ଓଡ଼ିଆ ଗସିପ୍ ବ୍ୟୁରୋ: ଉତ୍ତର କୋରିଆରେ ଦେଖା ଦେଇଛି ଗୁରୁତର ଖାଦ୍ୟ ସଙ୍କଟ । ଏହି ସମସ୍ୟାରୁ ବର୍ତ୍ତିବା ପାଇଁ ଲୋକଙ୍କୁ କଳା ବତକ ଖାଇବାକୁ ପରାମର୍ଶ ଦେଇଛନ୍ତି ରାଷ୍ଟ୍ରପତି କିମ୍ ଜଙ୍ଗ ଉନ୍ ।  କଳା ବତକ ମାଂସ ସ୍ୱାଦିଷ୍ଟ ସାଙ୍ଗକୁ ଏହାର ରହିଛି ଅନେକ ଔଷଧୀୟ ଫାଇଦା  ଏଣୁ ଦେଶବାସୀ ଏଥିପ୍ରତି ଅଧିକରୁ ଅଧିକ ନିଜ ଲଞ୍ଚ ଏବଂ ଡିନର ମେନ୍ୟୁକେ ଏହାକୁ ଯୋଡ଼ିବାକୁ କହିଛନ୍ତି ରାଷ୍ଟ୍ରପତି  ।


ଲୋକଙ୍କ ଜୀବନ ଶୈଳୀ ଉପରେ ଏହାର ଫାଇଦା ରହୁଥିବାରୁ ଏହାକୁ ନିଜ ଖାଦ୍ୟ ମେନ୍ୟୁରେ ଯୋଡ଼ିବାକୁ ପରାମର୍ଶ ଦେଇଛନ୍ତି  ରାଷ୍ଟ୍ରପତି କିମ୍ ଜଙ୍ଗ ଉନ୍  । କାହିଁକିନା ଉତ୍ତର କୋରିଆରେ ଖାଦ୍ୟ ସଙ୍କଟ ଉଗ୍ର ରୂପ ନେବାକୁ ବସିଛି  । ଭଣ୍ଡାରରେ ଯେତିକି ପରିମାଣର ଖାଦ୍ୟ ମହଜୁଦ ରହିଛି ତାହା ମାତ୍ର ଅଳ୍ପ ଦିନ ହିଁ ଯିବ।ଏହା ପରେ ସ୍ଥିତି ଅତି ସାଙ୍ଘାତିକ ହେବା ଆଶଙ୍କା କରାଯାଉଛି । ଯଥା ସମ୍ଭବ ଖାଦ୍ୟ ଭଣ୍ଡାର ପୂର୍ଣ୍ଣ ନ ହେଲେ ୟୁଏନର ରିପୋର୍ଟ ଅନୁସାରେ ଲୋକେ ଭୋକ ଉପାସରେ ମରିଯିବେ ...

ଉତ୍ତର କୋରିଆରେ ଦେଖା ଦେଇଥିବା ଖାଦ୍ୟ ସଙ୍କଟ ମଧ୍ୟରେ ସେଠାକାର ସରକାର ଜାରି କରିଛନ୍ତି ଅଜବ ନିୟମ  ଲୋକେ ଏବେଠୁ ଖାଦ୍ୟ ସଙ୍କଟର ସାମ୍ନା କରିଥିବା ବେଳେ ସରକାର ଜାର କରିଛନ୍ତି ଅଜବ ଫରମାନ ବା ଆଦେଶ ।  ୨୦୨୫ ଯାଏ କମ୍ ଖାଦ୍ୟ ଗ୍ରହଣ କରିବାକୁ ଆଦେଶ ଜାରି କରିଛନ୍ତି ରାଷ୍ଟ୍ରପତି ।  ଚୀନ୍- ଉତ୍ତର କୋରିଆ ବର୍ଡର ନ ଖୋଲିବା ପଯର୍ୟନ୍ତ ଏହି ନିୟନ ମାନିବାକୁ କୁହାଯାଇଛି ।