ମହିଳାଙ୍କ ସମ୍ପର୍କରେ ଆପଣ ଜାଣିଛନ୍ତି ଏହି ସବୁ ଗୋପନ କଥା? ଆଜି ଜାଣନ୍ତୁ
ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି ଅନ୍ତର୍ଜାତୀୟ ମହିଳା ଦିବସ। ମାର୍ଚ ୮ ତାରିଖରେ ମହିଳାମାନଙ୍କ ସମ୍ମାନାର୍ଥେ ପ୍ରତିବର୍ଷ ଏହିଦିନ ସାରା ବିଶ୍ବରେ ପାଳିତ ହୋଇ ଆସୁଛି। ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହିଳାମାନଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି, ମହିଳାମାନଙ୍କ କୃତିତ୍ୱରେ ଭାରତ ଗୌରବାନ୍ଵିତ।
ଟୁଇଟ୍ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଆମର ଦୁର୍ବାର ନାରୀଶକ୍ତିକୁ ଅଭିବାଦନ! ନାରୀମାନଙ୍କର ଅନେକ କୃତିତ୍ୱ ପାଇଁ ଭାରତ ଗୌରବାନ୍ଵିତ। ଦେଶବ୍ୟାପୀ ବିଭିନ୍ନ କ୍ଷେତ୍ରରେ ମହିଳା ସଶକ୍ତିକରଣର ଅଗ୍ରଗତି ନିମନ୍ତେ କାର୍ଯ୍ୟ କରିବା ଲାଗି ସୁଯୋଗ ପାଇ ଆମ ସରକାର ସମ୍ମାନିତ।
ଜଣେ ମହିଳା ଯାହା କରିପାରେ ତାହାର କୌଣସି ସୀମା ନାହିଁ, ତାହା ପୁରୁଷଙ୍କ କଳ୍ପନା ବହାରେ: ମିସେଲ୍ ଓବାମା
ଜଣେ ମହିଳା ପୂରା ବିଶ୍ବକୁ ବଦଳାଇପାରିବ ନାହିଁ, ମାତ୍ର ପାଣିକୁ ଟେକା ମାରି ପୂରା ପୋଖରୀରେ ଭଉଁରୀ ତ ଖେଳାଇ ପାରିବ: ମଦର ଟେରେସା
ଜଣେ ମହିଳାଙ୍କୁ ୨ଟି କଥା ବୁଝିବା ଉଚିତ, ସେ କିଏ ଓ ସେ କ’ଣ ଚାହେଁ: କୋକୋ ଚାନେଲ୍
ନାରୀବାଦ ମହିଳାଙ୍କୁ ଶକ୍ତିଶାଳୀ ବନାଏ ନାହିଁ, ବରଂ ମନେ ପକାଇ ଦିଏ ଯେ ଜଣେ ମହିଳା କେତେ ଶକ୍ତିଶାଳୀ: ଜିଡି ଆଣ୍ଡର୍ସନ୍
ଜଣେ ମହିଳା ପାଇଁ ତା’ର ସର୍ବୋତ୍ତମ ସୁରକ୍ଷା ହେଉଛି ନିଜର ସାହସ: ଏଲିଜାବେଥ୍
ଯେଉଁଠାରେ ମହିଳା ରୁହନ୍ତି, ସେଠାରେ ପ୍ରତିକ୍ଷଣରେ ଯାଦୁ ଘଟେ: ନଟୋଜେକ୍ ସେଞ୍ଜ୍
ମହିଳାମାନେ ସର୍ବଦା ନିଜର ମଥା ଓ ନିଜର ସ୍ତର ଉଚ୍ଚ ରଖନ୍ତୁ: କୋକୋ ଚାନେଲ୍
ସବୁକିଛି ପରେ ନିଜ ଜୀବନରେ ନିଜେ ଜଣେ ନାୟିକା ପରି ବଞ୍ଚନ୍ତୁ, ପୀଡ଼ିତା ପରି ନୁହେଁ: ନୋରା ଏଫୋରନ୍
ଯେତେବେଳେ ଜଣେ ମହିଳା ମନେ ପକାଇ ପାରନ୍ତି ସେ ପୂର୍ବରୁ କିପରି ଥିଲେ, ସେତେବେଳେ ପୂରା ଖେଳ ବଦଳିପାରେ: ଲଲାହ ଦେଲିୟା