ଚର୍ଚ୍ଚାରେ ଦରିଆପାରି ପ୍ରେମ: ଦେହର ସୁଖ ପାଇଁ ପଡ଼ୋଶୀକୁ ଧାଉଁଛନ୍ତି ପ୍ରେମୀଯୁଗଳ

 

ଓଡ଼ିଆ ଗସିପ୍ ବ୍ୟୁରୋ: ପ୍ରେମ ଆଗରେ ସବୁ ତୁଚ୍ଛ। ସଚ୍ଚା ପ୍ରେମୀଙ୍କ ପାଇଁ କିଛି ବନ୍ଧ ବାଡ଼ ନଥାଏ। ଯାହାକୁ ପ୍ରମାଣିତ କରିଛନ୍ତି ଉଭୟ ପାକିସ୍ତାନ ଏବଂ ଭାରତର ଦୁଇ ବିବାହିତା ମହିଳା। ଗ୍ରେଟର ନୋଏଡାର ଜଣେ ଯୁବକଙ୍କୁ ଭଲ ପାଇ ପାକିସ୍ତାନର କରାଚିସ୍ଥିତ ବିବାହିତ ମହିଳା ସୀମା ହାଇଦର ସବୁ ସୀମା ଟିପି କିଛି ଦିନ ତଳେ ଭାରତରେ ପହଞ୍ଚିଥିଲେ। ସେ ପାକିସ୍ତାନରୁ ଦୁବାଇ ଏବଂ ଦୁବାଇରୁ କାଠମାଣ୍ଡୁ ଯାଇ ସେଠାରୁ ନିଜର ୪ ପୁଅଙ୍କ ସହ ଭାରତରେ ପହଞ୍ଚିଥିଲେ।

ଅଧିକ ପଢ଼ନ୍ତୁ : ଫେସୁବକରୁ ପ୍ରେମ: ସ୍ୱାମୀକୁ ଛାଡି ପ୍ରେମିକ ପାଇଁ ସୀମା ପାର ହୋଇ ପାକିସ୍ତାନରେ ଭାରତର ଅଞ୍ଜୁ , ଶ୍ୱଶୂର ଘର ଲୋକଙ୍କ ମୁଣ୍ଡ ଟିଣ...

ଏହାପରେ ସାରା ଭାରତରେ ସୀମା ସବୁ ଗଣମାଧ୍ୟମରେ ଚର୍ଚ୍ଚିିତ ରହିଥିଲେ। ଏବେ ମଧ୍ୟ ଭାରତରେ ତାଙ୍କର ପ୍ରବେଶ କରିବାର ଆଇନଗତ ଦିଗକୁ ନେଇ ତର୍ଜମା ଚାଲିଛି। ଏହାଭିତରେ ପାକିସ୍ତାନର ଜଣେ ଯୁବକଙ୍କ ପ୍ରେମ ପାଲାରେ ପଡ଼ି ଜଣେ ଭାରତୀୟ ବିବାହିତା ମହିଳା ସୀମା ଡେଇଁ ପାକିସ୍ତାନରେ ପହଞ୍ଚିଛନ୍ତି। ଯାହାଙ୍କୁ ନେଇ ସବୁ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଛି। ପ୍ରେମ ପାଇଁ ସୀମା ପାର କରି ପାକିସ୍ତାନର ପଶ୍ଚିମ ପ୍ରଦେଶ ଖାଇବର ପଖତୁନଖ୍ବାରେ ପହଞ୍ଚିଛନ୍ତି ବିବାହିତା ତଥା ୩୪ ବର୍ଷୀୟା ରାଜସ୍ଥାନୀ ମହିଳା ଅଞ୍ଜୁ ଦେମ୍ୟୁର।

ଅଧିକ ପଢ଼ନ୍ତୁ: ଗ୍ରହ ଗୋଚର (Grah Gochar): ୧୫ ଦିନରେ ମହତ୍ତ୍ବପୂର୍ଣ୍ଣ ଗ୍ରହ ଗୋଚର; ଏହି ରାଶି ଥିବା ବ୍ୟକ୍ତିମାନଙ୍କ ଜୀବନରେ ଆସିବ ବିରାଟ ପରିବର୍ତ୍ତନ!

ସେ ଆଇନଗତ ଭାବେ ପାକିସ୍ତାନ ଯାଇ ସେଠାରେ ତାଙ୍କ ପ୍ରେମିକ ନସରୁଲ୍ହାଙ୍କୁ ଭେଟିଥିବା କହିଛନ୍ତି। ସେଠାରେ ସେ ନିଜ ପ୍ରେମିକଙ୍କ ସହ ସୁରକ୍ଷିତ ରହିଥିବା ବେଳେ କିଛି ଦିନ ପରେ ଭାରତକୁ ଫେରିବେ ବୋଲି ଗଣମାଧ୍ୟମକୁ କହିଛନ୍ତି। ହେଲେ ସେ ପାକିସ୍ତାନ ଯିବା ବିଷୟରେ ତାଙ୍କ ସ୍ବାମୀଙ୍କୁ କିଛି କହିନଥିବା କହିଛନ୍ତି। ସେ ପାକିସ୍ତାନର କିଛି ଦର୍ଶନୀୟସ୍ଥାନ ବୁଲିବାକୁ ଯାଇଥିବା ତାଙ୍କ ସ୍ବାମୀଙ୍କୁ ଜଣାଇଛନ୍ତି।

ଅଧିକ ପଢ଼ନ୍ତୁ : ବାଟରେ ଚାଲୁ ଚାଲୁ ଟଙ୍କାଟିଏ ଯଦି ମିଳେ କଣ କରିବେ? କଣ କହୁଛି ଜ୍ୟୋତିଷ ଶାସ୍ତ୍ର...

ଫେସବୁକ୍‌ରେ ପାକିସ୍ତାନୀ ଯୁବକ ନସରୁଲ୍ଲାଙ୍କ ସହ ଅଞ୍ଜୁଙ୍କ ପ୍ରେମ ସଂପର୍କ ନିବିଡ ହୋଇଥିବା ଜଣାପଡିଛି। ପୂର୍ବରୁ ଭାରତରେ ଚହଳ ପକାଇଥିବା ସୀମା ହାଇଦର ମଧ୍ୟ ଅନଲାଇନ ଗେମ୍‌ ଖେଳିବା ବେଳେ ଭାରତୀୟ ଯୁବକ ସଚ୍ଚିନଙ୍କ ସହିତ ତାଙ୍କର ପ୍ରେମ ସଂପର୍କ ନିବିଡ ହୋଇଥିଲା। ତେବେ ଏହି ଦୁଇ ବିବାହିତା ମହିଳାଙ୍କ ସୀମା ପାର ପ୍ରେମ କାହାଣୀକୁ ନେଇ ଏବେ ସବୁ ଆଡେ ଜୋରଦାର ଚର୍ଚ୍ଚା ଚାଲିଛି।