ଶଇତାନ ସଂକ୍ରମଣ: ରାତି ପାହିଲେ ଆସୁଛି ମଲା ଖବର: ଆଜି ବି ହଜାରେରୁ ଅଧିକ

ଓଡ଼ିଆ ଗସିପ୍ ବ୍ୟୁରୋ: ଚିନ୍ତା ବଢାଉଛି ଚାଇନା ସଂକ୍ରମଣ । ଚୀନ୍ ରୁ ଆସିଥିବା ଭାଇରସ ଭୟରେ ଲୋକେ ଅତିଷ୍ଠ ହୋଇଗଲେଣି । ଦିନକୁ ଦିନ ସ୍ଥିତି ବେକାବୁ ହୋଇଥିବା ବେଳେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୦ହଜାରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯଦିଓ ଗତ କିଛି ଦିନ ମଧ୍ୟରେ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା ତୁଳନାରେ ଏହା ସାମାନ୍ୟ କମ୍,
 

ଓଡ଼ିଆ ଗସିପ୍ ବ୍ୟୁରୋ: ଚିନ୍ତା ବଢାଉଛି ଚାଇନା ସଂକ୍ରମଣ । ଚୀନ୍ ରୁ ଆସିଥିବା ଭାଇରସ ଭୟରେ ଲୋକେ ଅତିଷ୍ଠ ହୋଇଗଲେଣି । ଦିନକୁ ଦିନ ସ୍ଥିତି ବେକାବୁ ହୋଇଥିବା ବେଳେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୦ହଜାରୁ  ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯଦିଓ ଗତ କିଛି ଦିନ ମଧ୍ୟରେ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା ତୁଳନାରେ ଏହା ସାମାନ୍ୟ କମ୍‌, ତଥାପି ବି ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲୋକଙ୍କ ଭିତରେ ଭୟ ଉପୁଜାଉଛି।

ଅକ୍ଟୋବର ୨ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୬୩,୯୪,୦୬୮ ଜଣ କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୫୩୫୨୦୭୮ ଜଣ ସୁସ୍ଥ ହୋଇଛନ୍ତି। ବାକି ୯୯, ୭୭୩ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା  ୮୧,୪୮୪ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯, ୪୨, ୨୧୭ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୦୯୫ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଥିବା ବେଳେ ସମୁଦାୟ ୧୦,୯୭,୯୪୭ଜଣଙ୍କର କରୋନା ପରୀକ୍ଷଣ କରାଯାଇଥିବା ସୂଚନା ରହିଛି।

ଦେଶରେ ବର୍ତ୍ତମାନ ମୃତ୍ୟୁହାର ୧.୫୬ ପ୍ରତିଶତ ରହିଥିବା ବେଳେ ସୁସ୍ଥତା ହାର ୮୩.୭୦ ପ୍ରତିଶତ ରହିଛି। ଏହା ସାରା ବିଶ୍ବରେ ଭାରତର ସୁସ୍ଥତାର ହାର ସବୁଠାରୁ ଅଧିକ ରହିଛି। ତା’ ପଛକୁ ରହିଛି ଆମେରିକା। ଆମେରିକାରେ ବର୍ତ୍ତମାନେ ୪୭୩୬୬୨୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।