ମାଡି ଆସୁଛି ବାତ୍ୟା ‘ଫାନି’, ୩୦ରେ ଛୁଇଁବ ତାମିଲନାଡୁ ଏବଂ ଆନ୍ଧ୍ର ଉପକୂଳ, ଓଡିଶା ପ୍ରତି ବିପଦ ଅଛି କି ନାହିଁ ପଢ଼ନ୍ତୁ

ଭୁବନେଶ୍ୱର: ମାଡି ଆସୁଛି ବାତ୍ୟା ‘ଫାନି’ । ଯାହା ଏବେ ଉଗ୍ରରୂପ ନେବାକୁ ବସିଲାଣି । ଏହି ବାତ୍ୟା ୩୦ରେ ତାମିଲନାଡୁ ଛୁଇଁବ ଏବଂ ପରେ ଆନ୍ଧ୍ର ଉପକୂଳ ଆଡକୁ ଗତି କରିବ ବୋଲି ସୂଚନା ମିଳିଛି । ଭାରତ ମହାସାଗର ଏବଂ ଉତ୍ତର ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଏହି ଲଘୁଚାପ ଡିପ୍ରେସନର ରୂପ ନେଇଛି । ଆସନ୍ତା ୨୪ ଘଂଟା ମଧ୍ୟରେ ଏହା ଡିପ୍ ଡିପ୍ରେସନର ରୂପ ନେବ । ଏବେ
 

ଭୁବନେଶ୍ୱର: ମାଡି ଆସୁଛି ବାତ୍ୟା ‘ଫାନି’ । ଯାହା ଏବେ ଉଗ୍ରରୂପ ନେବାକୁ ବସିଲାଣି । ଏହି ବାତ୍ୟା ୩୦ରେ ତାମିଲନାଡୁ ଛୁଇଁବ ଏବଂ ପରେ ଆନ୍ଧ୍ର ଉପକୂଳ ଆଡକୁ ଗତି କରିବ ବୋଲି ସୂଚନା ମିଳିଛି ।

ଭାରତ ମହାସାଗର ଏବଂ ଉତ୍ତର ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଏହି ଲଘୁଚାପ ଡିପ୍ରେସନର ରୂପ ନେଇଛି । ଆସନ୍ତା ୨୪ ଘଂଟା ମଧ୍ୟରେ ଏହା ଡିପ୍ ଡିପ୍ରେସନର ରୂପ ନେବ । ଏବେ ଚେନ୍ନାଇରୁ ୧୪୯୦, ମଛଲିପାଟନମରୁ ୧୭୬୦ କିଲୋମିଟର (କିମି) ଦୂରରେ ରହିଛି । ତେବେ ଡିପ୍ ଡିପ୍ରେସନର ୧୨ ଘଂଟା ପରେ ଏହା ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଦେଇଛି । କିନ୍ତୁ ଓଡିଶା ପ୍ରତି ବିପଦ ନାହିଁ ବୋଲି ଜଣାପଡିଛି ।

ଏହି ବାତ୍ୟା ୩୦ ସୁଦ୍ଧା ତାମିଲନାଡୁ ଏବଂ ଆନ୍ଧ୍ର ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ତେବେ ଏହା ଦ୍ୱାରା ଓଡିଶାରେ କୌଣସି ପ୍ରଭାବ ପଡିବ ନାହିଁ । ବାତ୍ୟା ପ୍ରଭାବରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ଓଡିଶା ଆକାଶ ମେଘୁଆ ରହିବା ସହ ବିଭିନ୍ନ ସ୍ଥାନରେ କାଳ ବୈଶାଖୀ ଯୋଗୁଁ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି ।