ଆଜି ଅପରାହ୍ନରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ବାୟୁ’, ପବନର ବେଗ ବଢ଼ିବାରେ ଲାଗିଛି, ଓଡ଼ିଶାରେ କଣ ପ୍ରଭାବ ପକାଇବ ପଢନ୍ତୁ

ଭୁବନେଶ୍ୱର: ଆରବ ସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣି ବାତ୍ୟା ‘ବାୟୁ’ ଏବେ ସାଙ୍ଘାତିକ ରୂପ ନେବାରେ ଲାଗିଛି । ସିଧାସଳଖ କହିବାକୁ ଗଲେ ଏହା ସିଭିଅର ସାଇକ୍ଲୋନିକ ଷ୍ଟ୍ରର୍ମରେ ପରିଣତ ହୋଇଛି । ଏହା ଗୁଜୁରାଟର ସୌରାଷ୍ଟ୍ର ଉପକୂଳବର୍ତ୍ତି ଅଞ୍ଚଳରେ ଆଜି ଅପରାହ୍ନରେ ଲ୍ୟାଣ୍ଡଫଲ କରିବ ବୋଲି ଅନୁମାନ କରାଯାଉଛି । ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି ଏହି ବାତ୍ୟା ଉପକୂଳ ବର୍ତ୍ତି ଅଞ୍ଚଳ ଆଡକୁ ପାଖେଇ ଆସୁଥିବାରୁ ପବନର ବେଗ ବଢ଼ିବାରେ ଲାଗିଛି
 

ଭୁବନେଶ୍ୱର: ଆରବ ସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣି ବାତ୍ୟା ‘ବାୟୁ’ ଏବେ ସାଙ୍ଘାତିକ ରୂପ ନେବାରେ ଲାଗିଛି । ସିଧାସଳଖ କହିବାକୁ ଗଲେ ଏହା ସିଭିଅର ସାଇକ୍ଲୋନିକ ଷ୍ଟ୍ରର୍ମରେ ପରିଣତ ହୋଇଛି । ଏହା ଗୁଜୁରାଟର ସୌରାଷ୍ଟ୍ର ଉପକୂଳବର୍ତ୍ତି ଅଞ୍ଚଳରେ ଆଜି ଅପରାହ୍ନରେ ଲ୍ୟାଣ୍ଡଫଲ କରିବ ବୋଲି ଅନୁମାନ କରାଯାଉଛି ।

ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି ଏହି ବାତ୍ୟା ଉପକୂଳ ବର୍ତ୍ତି ଅଞ୍ଚଳ ଆଡକୁ ପାଖେଇ ଆସୁଥିବାରୁ ପବନର ବେଗ ବଢ଼ିବାରେ ଲାଗିଛି । ଯାହା ୧୮୦ କିଲୋମିଟର ପ୍ରତି ଘଣ୍ଟା ଛୁଇଁବା ବୋଲି ଆକଳନ କରିଛି ପାଣିପାଗ ବିଭାଗ । ତେଣୁ ଗୁଜୁରାଟ ଓ ମହାରାଷ୍ଟ୍ର ପ୍ରଶାସନ ପକ୍ଷରୁ ଜରୁରୀକାଳୀନ ପଦକ୍ଷେପ ନିଆଯାଇଛି । ଏପର୍ଯ୍ୟନ୍ତ ୫୦୦ ଗାଁରୁ ୨.୫ ଲକ୍ଷ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

ଖାଲି ଏତିକି ନୁହେଁ ଏନଡିଆରଏଫ ଟିମ କୁ ସଜାଗ ରଖା ଯାଇଛି । ବାତ୍ୟା ମୁକାବିଲା ପାଇଁ ନୌସେନା ମଧ୍ୟ ତୟାର ରହିଥିବା ସୂଚନା ମିଳିଛି । ଏହାର ପ୍ରଭାବରେ ଓଡ଼ିଶାରେ ବହୁ ସ୍ଥାନରେ ଘଡଘଡି ସାଙ୍ଗକୁ ବର୍ଷା ଲାଗି ରହିବ ବୋଲି ଜଣାପଡ଼ିଛି ।