ମିଆଁମାର ସୀମାରେ ପୁଣି ସର୍ଜିକାଲ ଷ୍ଟ୍ରାଇକ୍ କଲା ଭାରତ, ବୀରଙ୍କ ଏହି ପଦକ୍ଷେପ ପାଇଁ ସେୟାର ନିଶ୍ଚିନ୍ତ କରିବେ

ନୂଆଦିଲ୍ଲୀ : ପୁଣି ଭାରତୀୟ ସେନା ଏକ ସର୍ଜିକାଲ ଷ୍ଟ୍ରାଇକ୍ କରିଛନ୍ତି । ଉତ୍ତର ପୂର୍ବ ମିଆଁମାର ସୀମାରେ ଥିବା ଉଗ୍ରବାଦୀଙ୍କ କ୍ୟାମ୍ପ ଉପରେ ଏହି ସର୍ଜିକାଲ ଷ୍ଟ୍ରାଇକ କରିଛନ୍ତି ଦେଶର ଯବାନ । ଏହି ସର୍ଜିକାଲ ଷ୍ଟ୍ରାଇକରେ ଅନେକ ଉଗ୍ରବାଦୀଙ୍କ କ୍ୟାମ୍ପ ଧ୍ୱଂସ କରାଯାଇଥିବା ବେଳେ ଅନେକ ଉଗ୍ରବାଦୀ ପ୍ରାଣ ବିକଳରେ ପଳାଇଯାଇଥିବା ଜଣାପଡିଛି । ଉଭୟ ଭାରତ ଏବଂ ମିଆଁମାରର ଯବାନ ମିଳିତ ଆକ୍ରମଣ କରିଥିବାରୁ ଏହି ଅପରେସନକୁ ସନଶାଇନ-୨ ନାମରେ ନାମିତ କରାଯାଇଛି
 

ନୂଆଦିଲ୍ଲୀ : ପୁଣି ଭାରତୀୟ ସେନା ଏକ ସର୍ଜିକାଲ ଷ୍ଟ୍ରାଇକ୍ କରିଛନ୍ତି । ଉତ୍ତର ପୂର୍ବ ମିଆଁମାର ସୀମାରେ ଥିବା ଉଗ୍ରବାଦୀଙ୍କ କ୍ୟାମ୍ପ ଉପରେ ଏହି ସର୍ଜିକାଲ ଷ୍ଟ୍ରାଇକ କରିଛନ୍ତି ଦେଶର ଯବାନ । ଏହି ସର୍ଜିକାଲ ଷ୍ଟ୍ରାଇକରେ ଅନେକ ଉଗ୍ରବାଦୀଙ୍କ କ୍ୟାମ୍ପ ଧ୍ୱଂସ କରାଯାଇଥିବା ବେଳେ ଅନେକ ଉଗ୍ରବାଦୀ ପ୍ରାଣ ବିକଳରେ ପଳାଇଯାଇଥିବା ଜଣାପଡିଛି । ଉଭୟ ଭାରତ ଏବଂ ମିଆଁମାରର ଯବାନ ମିଳିତ ଆକ୍ରମଣ କରିଥିବାରୁ ଏହି ଅପରେସନକୁ ସନଶାଇନ-୨ ନାମରେ ନାମିତ କରାଯାଇଛି । ଏହି ଅପରେସନରେ ବହୁ ମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।

ସୂଚନାଯୋଗ୍ୟ, କିଛି ମାସ ହେବ ମିଆଁମାର ସୀମାରେ ଉଗ୍ରବାଦୀଙ୍କ ଗତିବିଧି ବୃଦ୍ଧି ପାଇଥିଲା । ଏହାପରେ ଫେବୃଆରୀ ୨୨ରୁ ୨୬ ତାରିଖ ମଧ୍ୟରେ ଦୁଇ ଦେଶ ପକ୍ଷରୁ ଅପରେସନ ସନଶାଇନ-୧ ଆରମ୍ଭ ହୋଇଥିଲା । ଏହି ସମୟରେ ଭାରତ ପଟରେ ଥିବା ଉଗ୍ରବାଦୀମାନେ ଅପରେସନ ଭୟରେ ମିଆଁମାର ଆଡ଼କୁ ପଳାଇଥିଲେ। ପରେ ମିଆଁମାର ସେନା ଉଗ୍ରବାଦୀଙ୍କୁ ଗିରଫ କରିଥିଲେ ।

ଏବେ ପୁଣିଥରେ ଉଭୟ ଦେଶର ସେନା ମିଳିତ ଅପରେସନ କରିଛନ୍ତି । ଏହି ଅପରେସନରେ ଦୁଇ ବାଟାଲିୟନ ସ୍ପେଶାଲ ଫୋର୍ସ, ଅସାମ ରାଇଫଲ୍ସ ଏବଂ ଘାତକ ଇନଫେଣ୍ଟ୍ରି ଯବାନ, ମିଆଁମାରରେ ସେନା ସାମିଲ ଥିଲେ । ଅଧିକାଂଶ ଉଗ୍ରବାଦୀ କ୍ୟାମ୍ପ ଧ୍ୱଂସ ହୋଇଯାଇଥିବା ବେଳେ କେତେ ଜଣ ମରିଛନ୍ତି ସେ ନେଇ ସୂଚନା ମିଳିପାରି ନାହିଁ ।