ମାଡି ଆସୁଛି ଆଉ ଏକ ଭୟଙ୍କର ଝଡ଼ ବାତ୍ୟା ‘ବାୟୁ’, ପଢ଼ନ୍ତୁ ଭାରତର କେଉଁ ଅଞ୍ଚଳରେ ତାଣ୍ଡବ ରଚିବ…

ଭୁବନେଶ୍ୱର: ନାଁ ଯେମିତି ତାହାର ପ୍ରଳୟ ବି ସେପରି ହୋଇପାରେ ବୋଲି ଆକଳନ କରାଯାଉଛି । କାରଣ ଆମେ ଏଠି ଆଉ ଏକ ଭୟଙ୍କର ଝଡ଼ ବାତ୍ୟା କଥା କହୁଛୁ ଯାହା ଭାରତର ଉପକୂଳ ଅଞ୍ଚଳ ଆଡକୁ ଅତି ତୀବ୍ର ଗତିରେ ମାଡିଆସୁଛି । ଏହି ବାତ୍ୟାର ନାଁ ‘ବାୟୁ’ ବୋଲି ରଖାଯାଇଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବାତ୍ୟା ‘ବାୟୁ’ ଏବେ ଆରବ ସାଗରରେ ଘନିଭୂତ ହେବାକୁ ଯାଉଛି । ଯାହା ୨୪
 

ଭୁବନେଶ୍ୱର: ନାଁ ଯେମିତି ତାହାର ପ୍ରଳୟ ବି ସେପରି ହୋଇପାରେ ବୋଲି ଆକଳନ କରାଯାଉଛି । କାରଣ ଆମେ ଏଠି ଆଉ ଏକ ଭୟଙ୍କର ଝଡ଼ ବାତ୍ୟା କଥା କହୁଛୁ ଯାହା ଭାରତର ଉପକୂଳ ଅଞ୍ଚଳ ଆଡକୁ ଅତି ତୀବ୍ର ଗତିରେ ମାଡିଆସୁଛି । ଏହି ବାତ୍ୟାର ନାଁ ‘ବାୟୁ’ ବୋଲି ରଖାଯାଇଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବାତ୍ୟା ‘ବାୟୁ’ ଏବେ ଆରବ ସାଗରରେ ଘନିଭୂତ ହେବାକୁ ଯାଉଛି । ଯାହା ୨୪ ଘଣ୍ଟା ଭିତରେ ଭୟଙ୍କର ରୂପ ନେବାକୁ ଯାଉଛି ।

ପାଣିପାଗ ବିଭାଗର ସୂଚନା ମୁତାବକ, ଏହି ବାତ୍ୟା ଗୁଜୁରାଟର ଉପକୂଳବର୍ତ୍ତୀ ଅଞ୍ଚଳରେ ଲ୍ୟାଣ୍ଡଫଲ କରିବ ବୋଲି ଜଣାପଡିଛି । ମୁମ୍ବାଇଠାରୁ ବାୟୁ ଦକ୍ଷିଣ-ଦକ୍ଷିଣ ପଞ୍ଚିମ ଦିଗରେ ଗତି କରୁଛି । ଯାହା ଏବେ ମୁମ୍ବାଇଠାରୁ ୫୪୦ କିଲୋମିଟର ଦୂରରେ ରହିଛି । ଗୁରୁବାର ସୁଦ୍ଧା ଏହି ଝଡ଼ ବାତ୍ୟା ଉଗ୍ରରୂପ ନେଇ ଗୁଜୁରାଟର ପୋରବନ୍ଦର ଓ ମହୁଭା ଏବଂ ଭେରାଭାଲ ଓ ଦିଉ ଉପକୂଳରେ ଲ୍ୟାଣ୍ଡଫଲ କରିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ପବନର ବେଗ ଗୁରୁବାର ଦିନ ସକାଳୁ ୧୫୦ କିଲୋମିଟରରୁ ଅଧିକ ରହିବ ବୋଲି ସୁଚନା ମିଳିଛି ।