ଉଗ୍ରରୂପ ନେଉଛି ବାତ୍ୟା ‘ବାୟୁ’, ପବନର ବେଗ ୧୭୦ରୁ ଅଧିକ କିଲୋମିଟର ପ୍ରତି ଘଣ୍ଟା ରହିପାରେ

ଭୁବନେଶ୍ୱର: ମାଡି ଆସୁଛି ଝଡ଼ ବାତ୍ୟା ‘ବାୟୁ’ । ଯାହା ଏବେ ଆରବ ସାଗରରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମ ର ରୂପ ନେଇଛି । ଆସନ୍ତାକାଲି ଏହା ଗୁଜୁରାଟର ପୋରବନ୍ଦର ଓ ମହୁଭା ଏବଂ ଭେରାଭାଲ ଓ ଦିଉ ମଝିରେ ଲ୍ୟାଣ୍ଡଫଲ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ବାତ୍ୟା ବାୟୁ ର ପବନ ବେଗ ୧୩୦ ରୁ ୧୫୦ କିଲୋମିଟର ପ୍ରତି ଘଣ୍ଟା ରହିବ ବୋଲି ସୂଚନା ମିଳିଛି । ବାତ୍ୟା
 

ଭୁବନେଶ୍ୱର: ମାଡି ଆସୁଛି ଝଡ଼ ବାତ୍ୟା ‘ବାୟୁ’ । ଯାହା ଏବେ ଆରବ ସାଗରରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମ ର ରୂପ ନେଇଛି । ଆସନ୍ତାକାଲି ଏହା ଗୁଜୁରାଟର ପୋରବନ୍ଦର ଓ ମହୁଭା ଏବଂ ଭେରାଭାଲ ଓ ଦିଉ ମଝିରେ ଲ୍ୟାଣ୍ଡଫଲ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି ।

ବାତ୍ୟା ବାୟୁ ର ପବନ ବେଗ ୧୩୦ ରୁ ୧୫୦ କିଲୋମିଟର ପ୍ରତି ଘଣ୍ଟା ରହିବ ବୋଲି ସୂଚନା ମିଳିଛି । ବାତ୍ୟା ସ୍ଥଳଭାଗ ଆଡକୁ ଯେତେ ପାଖେଇ ଆସୁଛି ପବନର ବେଗ ସେତେ ବଢିବ ବୋଲି ଆକଳନ କରାଯାଉଛି । ସ୍ଥଳଭାଗ ଛୁଇଁବା ବେଳକୁ ପବନର ବେଗ ୧୭୦ କିଲୋମିଟର ପ୍ରତି ଘଣ୍ଟା ବଢିବ ବୋଲି ଜଣା ପଡ଼ିଛି । ମହାରାଷ୍ଟ୍ର ଓ ଗୁଜୁରାଟ ର ସମସ୍ତ ଲୋକଙ୍କୁ ନିରାପଦ ସ୍ଥାନକୁ ଚାଲିଯିବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଛି ।

ବାତ୍ୟା ପର ପରିସ୍ଥିତି କୁ ମୁକାବିଲା କରିବା ପାଇଁ ଏନଡିଆରଏଫ ଟିମ କୁ ସଜାଗ ରଖାଯାଇଛି । ଓଡିଶାରୁ ମଧ୍ୟ ଏନଡିଆରଏଫ ଟିମ ଗୁଜୁରାଟ କୁ ପଠା ଯାଇଥିବା ସୂଚନା ମିକିଛି ।